ଆଗାମୀ ୪୦ ବର୍ଷ ଲାଗି ଯୋଜନା କରିଛନ୍ତି ରାମଦେବ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନୁଷ୍ଠାନ ପତଞ୍ଜଳି ଆଗାମୀ ୪୦ ବର୍ଷ ଲାଗି ଯୋଜାନା ପ୍ରସ୍ତୁତ କରିଛନ୍ତି। ସେହିପରି ଯୋଗଗୁରୁ ରାମଦେବ ପତଞ୍ଜଳି ଗ୍ରୁପ୍‌ର ୪କମ୍ପାନୀଙ୍କ ଆଇପିଓ ଆଣିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହାଛଡା ୨୦୨୭ ପାଇଁ ପତଞ୍ଜଳି ବ୍ୟାପକ ଯୋଜନା ସହ ୫ ବର୍ଷରେ ୫ ବୃହତ୍‌ ଗୋଲ ମଧ୍ୟ ପୂରଣ କରିବ ବୋଲି ବାବା ରାମଦେବ ମତବ୍ୟକ୍ତ କରିଛନ୍ତି। ସେ ପୂର୍ବରୁ ଲିଷ୍ଟେଡ କମ୍ପାନୀ ପତଞ୍ଜଳି ଫୁଡସ୍‌ ଲିମିଟେଡ୍‌ ନେଇ ତାଙ୍କର ଆଗାମୀ ଯୋଜନାର ସୂଚନା ମଧ୍ୟ ଦେଇଛନ୍ତି। ବିଶେଷକରି ପାମ୍‌ ଅଏଲ ମାମଲାରେ କମ୍ପାନୀକୁ ଆତ୍ମନିର୍ଭର କରିବା ପାଇଁ ପତଞ୍ଜଳି ସମୂହ ୧୫ ଲକ୍ଷ ଏକରରୁ ଅଧିକ ଜମିରେ ପାମ୍‌ ଗଛ ଲଗାଇବ ବୋଲି ବାବା ରାମଦେବ ଘୋଷଣା କରିଛନ୍ତି। ଏହି ବୃକ୍ଷ ୧୧ ରାଜ୍ୟଙ୍କ ୫୫ ଜିଲାରେ ଲଗାଯିବା ସହ ପତଞ୍ଜଳିର ଦାବି କୌଣସି ଘରୋଇ କମ୍ପାନୀର ଭାରତରେ ଏହା ସବୁଠୁ ବଡ଼ ପାମ୍‌ ଚାଷ ହେବ। ଏଥିରୁ ୫ରୁ ୭ ବର୍ଷରେ ବାର୍ଷିକ ୨ ହାଜର କୋଟି ଟଙ୍କାର ରିଟର୍ନ ମିଳିବ ବୋଲି ରାମଦେବ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ଥରେ ପାମ୍‌ ଗଛ ଲଗାଗଲେ ୪୦ ବର୍ଷ ପର୍ଯ୍ୟନ୍ତ ଆୟ ହେବ ବୋଲି ରାମଦେବ କହିଛନ୍ତି। ବୟାନରେ କମ୍ପାନୀ କହିଛି , ପାମ୍‌ ଅଏଲ ଭଳି ଖାଦ୍ୟ ତୈଳରେ କେବଳ କମ୍ପାନୀ ନୁହେଁ ଭାରତ ମଧ୍ୟ ଆତ୍ମନିର୍ଭର ହୋଇପାରିବ। ପାମୋଲିନ ଆମଦାନୀ ଲାଗି ବୈଦେଶିକ ମୁଦ୍ରାଭଣ୍ଡାରରୁ ହେଉଥିବା ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକିଯିବ। ଫଳରେ ଟଙ୍କାର ମୂଲ୍ୟ ମଧ୍ୟ ବଢ଼ିବ। ଉଲ୍ଲେଖଯୋଗ୍ୟ,ଦେଶର ଖାଉଟି ବଜାରରେ ଖାଦ୍ୟ ତୈଳର ଦୁଇ କମ୍ପାନୀ ଆଦାନୀ ୱିଲମର ଓ ରାମଦେବଙ୍କ ପତଞ୍ଜଳି ଫୁଡସ୍‌ ମଧ୍ୟରେ ମୁହଁ।ମୁହିଁ ମୁକାବିଲା ହେଉଛି। କେମିତି ବି କେଉଁ ରାସ୍ତାରେ ଏହି ଦୁଇ କମ୍ପାନୀ ଲୋକଙ୍କ ରୋଷେଇଶାଳରେ ପହଞ୍ଚି ଯାଉଛନ୍ତି। ଉଭୟ କମ୍ପାନୀ ମଧ୍ୟ ଶେୟାର ମାର୍କେଟରେ ପଞ୍ଜୀକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri