କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୫ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟ ଫସର ଫାଟିଛି। ନୋଟିସ୍‌ ପରେ ବି ଏହି କମ୍ପାନୀର କର୍ତ୍ତୃପକ୍ଷ କୋର୍ଟରେ ହଜାର ହୋଇ ନ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ୨୮ା୩ା୨୦୨୨ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ରାମ୍‌କୋ କର୍ତ୍ତୃପକ୍ଷଙ୍କୁ ତାଙ୍କ କୋର୍ଟରେ ୧୨ ତାରିଖ ପୂର୍ବାହ୍ନ ୧୦ଟାରେ ହାଜିର ହୋଇ ପ୍ରଦୂଷଣ ଏବଂ ବିବାଦୀୟ ଜମି ସଂକ୍ରାନ୍ତରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ରାମ୍‌କୋର ସଂପୃକ୍ତ ଅଧିକାରୀମାନେ ସେହି କୋର୍ଟରେ ହାଜିର ହୋଇ ନ ଥିବା ଅଭିଯୋଗକାରୀ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି। ଏଥିରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ଅବହେଳା କରିବା ବରଦାସ୍ତଯୋଗ୍ୟ ନୁହେଁ ବୋଲି ସରକାରଙ୍କ ଦୃଢୋକ୍ତି ଏଠାରେ ପୁଣି ଫେଲ ମାରିଛି ବୋଲି ମତପ୍ରକାଶ ପାଇଛି।
ରାମ୍‌କୋ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣ ଯୋଗୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି। ଏନେଇ ରାମ୍‌କୋ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଶେଷରେ ଗତ ୨୪ ତାରିଖରେ ପ୍ରଭାବିତ ଅଞ୍ଚଳବାସୀ ସତ୍ୟବ୍ରତ ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢୀ ଓ କୁଞ୍ଜ ବେହେରା ସବ୍‌ଡିଭିଜନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପଜିଲାପାଳ ଶରତ ଚନ୍ଦ୍ର ମହାପାତ୍ର ଅଭିଯୋଗର ତଦନ୍ତ କରି ସଂପୃକ୍ତ ଅଞ୍ଚଳରେ ଗୁରୁତର ଭାବେ ଶାନ୍ତିଭଙ୍ଗ ହେଉଥିବା ସେ ସ୍ବୀକାର କରିଥିଲେ। ଏହିକ୍ରମରେ ଉପଜିଲାପାଳ ମହାପାତ୍ର ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମଡି) ଓ ପବ୍ଲିକ ରିଲେଶନ ଅଫିସର (ପିଆର୍‌ଓ)ଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ରାମ୍‌କୋର ଏହି ଅଧିକାରୀଦ୍ୱୟଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ଉପଜିଲାପାଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ କୋର୍ଟରେ କେତେ ମାମଲା ଆସୁଛି। ସମସ୍ତ ମାମଲା ସଂକ୍ରାନ୍ତରେ ମନେ ରହୁନାହିଁ। ତେଣୁ ରାମ୍‌କୋ ସିମେଣ୍ଟ କାରଖାନା ବିରୋଧରେ ହୋଇଥିବା ମାମଲା ସଂକ୍ରାନ୍ତରେ ତାଙ୍କ କିଛି ମନେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri