Posted inଖେଳ

ମହିଳା କୋଚ୍‌ ପାଇଁ ରମଣ ପୁଣି ଆବେଦନ କରିବେ

ନୂଆଦିଲ୍ଲୀ, ୧୪।୪(ପି.ଟି.)- ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟୁ.ଭି. ରମଣ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପାଇଁ ପୁଣି ଆବେଦନ କରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ରମଣଙ୍କୁ ଅଧିକ ଦାୟିତ୍ୱ ଦେବା ଲକ୍ଷ୍ୟରେ ରହିଛି। ଚୁକ୍ତିବଦ୍ଧ ବ୍ୟକ୍ତିଙ୍କ ସମୟସୀମା ପୂରଣ ହୋଇଥିବାରୁ ନୂଆ ସମ୍ବିଧାନ ଅନୁସାରେ ବିସିସିଆଇ ଏହାର ଓ୍ବେବ୍‌ସାଇଟ୍‌ରେ ବିଜ୍ଞାପନ ଜରିଆରେ ନୂଆ ଦରଖାସ୍ତ ଆବେଦନ କରିଛି। ସିନିୟର ଦଳର ମୁଖ୍ୟ କୋଚ୍‌ ଥିବା ରମଣଙ୍କୁ ମହିଳା ‘ଏ’, ୧୯ ବର୍ଷରୁ କମ୍‌ ଏବଂ ଏନସିଏ ଟିମ୍‌ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କୁହାଯିବା ଅନୁମାନ କରାଯାଉଛି। ରମଣଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ସେ ପୁଣି ଆବେଦନ କରିବେ ଏବଂ ଏହି ପଦ ପାଇଁ ପ୍ରବଳ ଦାବିଦାର ମଧ୍ୟ ରହିବେ ବୋଲି ଜଣେ ସିନିୟର ବିସିସିଆଇ ଅଫିସିଆଲ ନିଜ ନାମ ଗୋପନରଖି ପ୍ରକାଶ କରିଛନ୍ତି। ମହିଳା ଦିନିକିଆ ବିଶ୍ୱକପ ଆଉ ଏକ ବର୍ଷରୁ କମ୍‌ ସମୟ ଅଛି। ଭାରତୀୟ ଦଳ ଆଗାମୀ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାର ଅଛି। ତେଣୁ ବିସିସିଆଇ କିପରି ଆଭିମୁଖ୍ୟ ପୋଷଣ କରୁଛି ତାହା ଦେଖିବାକୁ ଉତ୍ସୁକତା ବଢ଼ିଛି। ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ ଆସନ୍ତା ବର୍ଷ ଅନୁଷ୍ଠିତ ହେବ। ତେଣୁ ବିସିସିଆଇ ଜୁନିୟର ଚୟନ କମିଟିକୁ ମଧ୍ୟ ପୁନର୍ଗଠନ କରିବ। କରୋନା ମହାମାରୀ ପାଇଁ ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟ ସ୍ଥଗିତ ରହିଥିବାରୁ ଆଶିଷ କପୁରଙ୍କ ନେତୃତ୍ୱାଧୀନ କମିଟି ସ୍ଥାନରେ ନୂଆ କମିଟି ଗଠନରେ ବିଳମ୍ବ ହୋଇଛି। ଜୁନିୟର ଚୟନ କମିଟି ୨୩ ବର୍ଷରୁ କମ୍‌ ଭାରତୀୟ ଇମର୍ଜିଂ ଦଳ ଗଠନ ଦାୟିତ୍ୱରେ ମଧ୍ୟ ରହିବ। ଜୁନିୟର ଚୟନ କମିଟି ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତି ଅତିକମ୍‌ରେ ୨୫ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିବ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରିକେଟରୁ ୫ ବର୍ଷ ହେଲା ଅବସର ନେଇଥିବା ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri