ଏ ଯୁଗର ସାବିତ୍ରୀ: ଦିବ୍ୟାଙ୍ଗ ଶଯ୍ୟାଶାୟୀ ସ୍ବାମୀଙ୍କ ସେବାରେ ରମା

ଅସ୍ତରଙ୍ଗ,୨୬ା୫(ପ୍ରଦୀପ୍ତ କୁମାର ଦୀକ୍ଷିତ): ପବିତ୍ର ସାବିତ୍ରୀ ବ୍ରତରେ ସବୁ ସ୍ତ୍ରୀମାନେ ତାଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ଏହି ଓଷା କରୁଛନ୍ତି। ହେଲେ ଏମିତି ଜଣେ ସ୍ତ୍ରୀ ଅଛନ୍ତି, ଯିଏ ସ୍ବାମୀଙ୍କ ପାଇଁ ଦୀର୍ଘଦିନ ହେଲା ତପସ୍ୟା କରୁଛନ୍ତି କହିଲେ ଚଳେ। ଅଚାନକ ଗାଡ଼ି ଦୁର୍ଘଟଣା ହେତୁ ବିଛଣାରେ କଟୁଛି ତାଙ୍କ ସ୍ବାମୀଙ୍କ ଜୀବନ। ସେ ହାରିଯାଇନାହାନ୍ତି, ଭଗବାନ୍‌ଙ୍କ ଉପରେ ଭରସା ରଖି କାର୍ଯ୍ୟ କରୁଛନ୍ତି। ଆଶା ରଖିଛନ୍ତି ସ୍ବାମୀ ଭଲ ହୋଇଯିବେ। ସ୍ବାମୀଙ୍କୁ ଭଲ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଆଉ ଆଜି ସାବିତ୍ରୀରେ ସବୁ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେମାନେ ହେଲେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବିଜିପୁର ଗ୍ରାମର ଦିବ୍ୟାଙ୍ଗ ସ୍ବାମୀ ପ୍ରମୋଦ ସାହୁ ଓ ସ୍ତ୍ରୀ ରମା ସାହୁ।
ହସଖୁସିରେ ଚଳୁଥିଲେ। କିନ୍ତୁ ଦଇବ ଦାଉ ସାଧିଲା ଭଳି ନିତିଦିନ ପରିି ନିଜ ରୋଜଗାର ପନ୍ଥା ବାନ୍ଧିଥିବା ପ୍ରମୋଦ ଚାଉଳ ସଂଗ୍ରହକରି ଯାଉଥିବା ବେଳେ ଗାଡ଼ିରୁ ପଡ଼ି ଯାଇଥିଲେ, ଫଳରେ କ୍ରମଶଃ ଦିବ୍ୟାଙ୍ଗ ହୋଇଗଲେ। ବର୍ତ୍ତମାନ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ସ୍ବାମୀ ପ୍ରମୋଦ ଦୀର୍ଘଦିନ ହେବ ବିଛଣାରେ ପଡ଼ିରହିଛନ୍ତି। ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ ନିତ୍ୟକର୍ମ ସ୍ତ୍ରୀ କରିଥାନ୍ତି। ହେଲେ ଦୁର୍ଘଟଣାରେ ଦିବ୍ୟାଙ୍ଗ ହେବା ପରେ ଘର ଚଳିବା କଷ୍ଟକର। ବନ୍ଧୁ ପରିଜନଙ୍କ ସ୍ବଳ୍ପ ସହାୟତାରେ ପରିବାର କଷ୍ଟରେ ଚଳୁଛି। ମନରେ ଯେତେ ଦୁଃଖ ଥିଲେ ବି ସେ କାହାକୁ କୁହନ୍ତି ନାହିଁ। ନିଜର କର୍ତ୍ତବ୍ୟ କରିଚାଲିଛନ୍ତି। ରମାଙ୍କର ସ୍ବାମୀଙ୍କ ପ୍ରତି ଥିବା ନିଷ୍ଠା ଓ ଭଲପାଇବା ଦେଖି ସମସ୍ତେ ପ୍ରଶଂସା କରୁଥିବା ବେଳେ କେହି କେହି କହୁଛନ୍ତି, ସେ ଯେତିକି ତାଙ୍କ ସ୍ବାମୀଙ୍କ ପାଇଁ କରୁଛନ୍ତି ଆମେ କରିପାରିବୁ ନାହିଁ। ତାଙ୍କ ସ୍ବାମୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ପୁଣି ତାଙ୍କ ହସଖୁସିର ସଂସାର ଫେରିଆସୁ ବୋଲି ଜଣେ ମହିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri