ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ ନେଇ। ବିବାହର ଦୀର୍ଘ ୧୧ ବର୍ଷ ପରେ ରାମ ଚରଣ ଓ ପତ୍ନୀ ଉପାସନାଙ୍କ କୋଳ ମଣ୍ଡନ କରିଛି ଏକ କନ୍ୟା ସନ୍ତାନ। ଜୁନ ୨୦ରେ ଏହି ଦମ୍ପତ୍ତି ତାଙ୍କ ପ୍ରଥମ ସନ୍ତାନକୁ ଓ୍ବେଲକମ କରିଛନ୍ତି।ଜୁନ ୧୯ରେ ଉପାସନାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେହିଦିନ ବିଳମ୍ବିତ ରାତିରେ ଅର୍ଥାତ୍‌ ଜୁନ ୨୦ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ୪ ଦିନ ପରେ ନ୍ୟୁ ମମ ଓ ତାଙ୍କ କନ୍ୟାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିବା ବେଳେ ରାମ ଚରଣଙ୍କ ସହ ତାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି।
ଫଟୋରେ ଦେଖିବାକୁ ମିଳିଛି ରାମ ଚରଣ ଓ ଉପାସନା ହସ୍ପିଟାଲ ବାହାରକୁ ଆସୁଥିବା ବେଳେ ନିଜ କନ୍ୟାକୁ ଅତି ଯତ୍ନରେ କୋଳରେ ଧରିଛନ୍ତି ସାଉଥ ଷ୍ଟାର ରାମ ଚରଣ। ଚିରଞ୍ଜିବଙ୍କ ଘରକୁ ଏତେ ବର୍ଷ ପରେ ଏକ କନ୍ୟା ସନ୍ତାନ ଆସିଥିବାରୁ ଏହାର ଖୁସି ପରିବାର ସଦସ୍ୟଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା। ରାମ ଚରଣ ଓ ଉପାସନାଙ୍କ ସହ ମାଆ ସୁରେଖା ବି ନଜର ଆସିଥିଲେ।
ଏହି ସମୟରେ ରାମ ଚରଣ ମିଡଆକୁ ଝିଅ ଓ ପତ୍ନୀଙ୍କ ହେଲ୍ଥ ଅପଡେଟ ବି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ରାମ ଚରଣଙ୍କ ନ୍ୟୁ ବର୍ନ ବେବିର ଓ୍ବେଲକମ ଖାସ ଅନ୍ଦାଜରେ କରାଯିବ। ତେବେ ଝିଅର ଓ୍ବେଲକମ ପାଇଁ ଶନିବାରଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାତା-ପିତା ସର୍ବ ପ୍ରଥମେ ଝିଅ ପାଇଁ ଏକ ହ୍ୟାଣ୍ଡମେଡ ପାଲନା ବା ଦୋଳି କିଣି ନେଇଛନ୍ତି। ଏହାକୁ ହ୍ୟୁମାନ ଟ୍ରାପିକିଂରେ ସର୍ଭାଇଭ କରିଥିବା ଲୋକେ ତିଆରି କରିଛନ୍ତି। ଆର ଆର ଆର ସିଙ୍ଗର କାଲା ଭୈରବ ବି ରାମ ଚରଣଙ୍କ କନ୍ୟାରତ୍ନ ପାଇଁ ଏକ ସ୍ପେଶାଲ ଓ ମିନିଂଫୁଲ ଥିମ କ୍ରିଏଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri