ଦୋସା ତିଆରି କଲେ ରାମ ଚରଣ

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣ ଜଣେ ଅଭିନେତା ସହ ଜଣେ ଫ୍ୟାମିଲି ମ୍ୟାନ ବି। ସେ ଅନେକଥର ସମୟ ସମୟରେ ନିଜ ପରିବାର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରିଥାଆନ୍ତି। ଏବେ ଅଭିନେତାଙ୍କୁ ତାଙ୍କ ପରିବାର ସହିତ ମକର ସଂକ୍ରାନ୍ତି ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଝଲକ ବର୍ତ୍ତମାନ ଅଭିନେତାଙ୍କ ପତ୍ନୀ ଉପାସାନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଜାନୁଆରୀ ୧୨ରେ, ରାମ ଚରଣଙ୍କ ପରିବାର ତାଙ୍କ ବେଙ୍ଗାଲୁରୁ ଘରେ ଏକତ୍ରିତ ହୋଇ ମକର ସଂକ୍ରାନ୍ତି ପର୍ବ ପାଳନ କରିଥିଲେ। ଯାହାର ଅନେକ ଭିଡିଓ ବର୍ତ୍ତମାନ ଅଭିନେତାଙ୍କ ପତ୍ନୀ ଉପସାନା କାମିନେନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଶେୟାର କରିଛନ୍ତି।

ଜାନୁଆରୀ ୧୨ରେ, ରାମ ଚରଣଙ୍କ ପରିବାର ତାଙ୍କ ବେଙ୍ଗାଲୁରୁ ଘରେ ଏକତ୍ରିତ ହୋଇ ମକର ସଂକ୍ରାନ୍ତି ପର୍ବ ପାଳନ କରିଥିଲେ। ଯାହାର ଅନେକ ଭିଡିଓ ବର୍ତ୍ତମାନ ଅଭିନେତାଙ୍କ ପତ୍ନୀ ଉପସାନା କାମିନେନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଶେୟାର କରିଛନ୍ତି।
ଏହି ଭିଡିଓଗୁଡିକରେ, ରାମ ଚରଣ ତାଙ୍କ ପରିବାର ପାଇଁ ଦୋସା ତିଆରି କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ, ଅଭିନେତା ବ୍ଲାକ ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ଦୋସା ତିଆରି କରିବାର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହାର କ୍ୟାପସନରେ ଉପସାନା ଲେଖିଛନ୍ତି, ଶାଶୁ ସୁରେଖାଙ୍କୁ ତାଙ୍କୁ ଭଲ ତାଲିମ ଦେଇଥିବାରୁ ଧନ୍ୟବାଦ।

ଏକ ଭିଡିଓରେ, ରାମ ଚରଣଙ୍କ ବ୍ୟତୀତ ତାଙ୍କ ମା ସୁରେଖା ମଧ୍ୟ ଦୋସା ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓର କ୍ୟାପସନରେ ଉପସାନା ତାଙ୍କ ଶାଶୁଙ୍କୁ ‘ରକଷ୍ଟାର’ ବୋଲି କହିଛନ୍ତି।
ଏହା ବ୍ୟତୀତ ଆଉ ଏକ ଭିଡିଓରେ ଷ୍ଟାର ଦମ୍ପତି ରାମ ଚରଣ ଏବଂ ଉପସାନା ମଧ୍ୟ ବରୁଣ ତେଜଙ୍କ ଭାଇ ବୈଷ୍ଣବ ତେଜଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରେ ବୈଷ୍ଣବ ତାଙ୍କର ୨୯ତମ ଜନ୍ମଦିନ ପାଳନ କରିଥିଲେ। ଏହି ଫଟୋରେ ବୈଷ୍ଣବ ରାମ ଚରଣଙ୍କ ସହ ତାଙ୍କ ଜନ୍ମଦିନର କେକ ସହିତ ପୋଜ ଦେଉଥିବା ଦେଖିବାକୁ ମିଳିବ। ଗୋଟିଏ ଭିଡିଓରେ, ଉପାସାନା ଏବଂ ରାମଙ୍କ ଛୋଟ ଦୂତ ଅର୍ଥାତ୍‌ କ୍ଲିନ କାରା ମଧ୍ୟ ନାନୀଙ୍କ କୋଳରେ ଅଛନ୍ତି। ଫଟୋରେ କ୍ଲିନଙ୍କ ଚେହେରା ଦେଖାଯାଉନାହିଁ, କିନ୍ତୁ ତାଙ୍କର ବ୍ୟାକ ଲୁକ ଖୁବ ସୁନ୍ଦର ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?