Posted inଜାତୀୟ

ଆଇସିୟୁରେ ରାମ ବିଳାସ ପାସଓ୍ବାନ: ଆସନ ଭାଗଭଣ୍ଟା ବୈଠକରେ ଯୋଗ ଦେବେନି ଚିରାଗ

ନୂଆଦିଲ୍ଲୀ, ୨୦।୯: କେନ୍ଦ୍ରୀୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ତେଣୁ ବିହାର ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ଆସନ ଭାଗଭଣ୍ଟା ବୈଠକରେ ତାଙ୍କ ପୁଅ ଲୋକ ଜନ ଶକ୍ତି ପାର୍ଟିର ଚିରାଗ ପାସଓ୍ବାନ ଯୋଗଦେବେ ନାହିଁ। ଏନେଇ ଚିରାଗ ଏକ ଭାବୁକ ଚିଠି ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ପିତା ଆଇସିୟୁରେ ଥିବାରୁ ତାଙ୍କର ଅଧିକାଂଶ ସମୟରେ ହସ୍ପିଟାଲରେ ବିତୁଛି। ଏବେ ସେ ବିହାର ଆସି ପାରିବେ ନାହିଁ। ପିତା ସୁସ୍ଥ ହେବା ପରେ ସେ ବିହାର ଆସିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୪ଠାରୁ ରାମ ବିଳାସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ରୁଟିନ୍‌ ଚେକ୍‌ ଅପ୍‌ ପାଇଁ ହସ୍ପିଟାଲକୁ ଆସିଥିଲେ। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଫଳରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ଏନ୍‌ଡିଏ ଏବଂ ଲୋକ ଜନ ଶକ୍ତି ପାର୍ଟି ମଧ୍ୟରେ କୌଣସି ବୁଝାମଣା ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ଭୂମୀ ପୂଜା ପାଇଁ ସବୁ ପବିତ୍ର ନଦୀ-ସମୁଦ୍ରରୁ ଆସିବ ଜଳ !

ନୂଆଦିଲ୍ଲୀ,୨।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରସ୍ତୁତି ଯୋର ସୋରରେ ଚାଲିଛି। ଗର୍ଭଗୃହ ତଳର ମାଟିର ଶକ୍ତି ସହ ସମ୍ପୂର୍ଣ୍ଣ ଭୂମୀର ସର୍ଭେ କରାଯାଇ...

ଶହୀଦ୍‌ ବିକାଶ କୁମାର-କୁଳଦୀପ୍‌ କୁମାରଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ସିଆରପିଏଫ୍‌ ୨୦୪ କୋବ୍ରା ବାଟାଲିୟନ କନଷ୍ଟେବଳ ଶହୀଦ୍‌ ବିକାଶ କୁମାରଙ୍କୁ ଅତୁଳନୀୟ ବୀରତା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋପରାନ୍ତ ଶୌର୍ଯ୍ୟ...

ଧୋତି କୁର୍ତ୍ତାରେ କ୍ରିକେଟ୍‌ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି

ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍‌ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ...

ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ...

ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର...

ବାପାଙ୍କ କଥା ଭୁଲି ନାହାନ୍ତି ଉଦ୍ଧବ

ମୁମ୍ବାଇ,୯ ।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ପିତା ବାଲ ଠାକରେ ଦେଇଥିବା କଥାକୁ ସେ କେବେ ଭୁଲିନାହାନ୍ତି । ସେ କହିଛନ୍ତି...

ଘରକୁ ଫେରିଲେ ସିଦ୍ଧୁ!

ନୂଆଦିଲ୍ଲୀ,୧୫ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଭିତରେ ନବଜୋତ ସିଂ ସିଦ୍ଧୁଙ୍କ ରାଗରେ କିଛିଟା ଥଣ୍ଡା ପବନ ଲାଗୁଥିବା ଅନୁମାନ କରାଯାଉଛି ।...

ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ,୧।୮: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଜୁନ୍‌ ୧୫ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବେଜିଂ ବିରୋଧରେ ନୂଆଦିଲ୍ଲୀ ଅନେକ...

Advertisement
Archives

Model This Week