ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦିନଟିକୁ ଖାସ୍‌ କରିବାକୁ ଯାଇ ରକୁଲ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ସ୍ପଷ୍ଟ କରିଛନ୍ତି।

ପୋଷ୍ଟ କରି ରକୁଲ କହିଛନ୍ତି, ‘ଥ୍ୟାଙ୍କ ୟୁ ମାଇ ହାର୍ଟ। ତୁମେ ଏହି ବର୍ଷ ମୋ ପାଇଁ ସବୁଠାରୁ ବଡ଼ ଉପହାର। ମୋ ଜୀବନରେ ରଙ୍ଗ ଭରିଥିବା ପାଇଁ ଧନ୍ୟବାଦ। ସବୁବେଳେ ହସାଇବା ପାଇଁ ଧନ୍ୟବାଦ। ତୁମେ ଯେଭଳି ସେଭଳି ହେବା ପାଇଁ ଧନ୍ୟବାଦ। ହାତରେ ହାତ ମିଶାଇ ଆମକୁ ଅନେକ ସ୍ମୃତି ଗଢ଼ିବାର ରହିଛି ଜ୍ୟାକି’ ବୋଲି ସେ ଲେଖିଛନ୍ତି। ରକୁଲଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ସାଥୀ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି।

ଅପରପକ୍ଷେ ଜ୍ୟାକି ମଧ୍ୟ ସମାନ ଫଟୋ ଶେୟାର କରି ‘ତୁମ ବିନା ଦିନ, ଦିନ ଭଳି ଲାଗେନା, ତୁମ ବିନା ସ୍ବାଦିଷ୍ଟ ଖାଇବାରେ ମଧ୍ୟ ଖାଦ୍ୟର ସ୍ବାଦ ନ ଥାଏ। ସବୁଠାରୁ ସୁନ୍ଦର ଯୁବତୀକୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି, ଯିଏ ମୋ ଦୁନିଆ। ଭଗବାନ କରନ୍ତୁ ତୁମ ଦିନ ସେତିକି ସୁନ୍ଦର ହେଉ ଯେତିକି ତୁମେ ଏବଂ ତୁମ ହସ। ହାପି ବର୍ଥ ଡେ ମୋ ରକୁଲପ୍ରୀତ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri