ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୀକ୍ଷିତ କହିଥିଲେ ଯେ, ଗାନ୍ଧିଜୀ ଛୋଟ ପୋଷାକ ପିନ୍ଧୁଥିଲେ, ଧୋତି ପରିଧାନ କରୁଥିଲେ। ସେଥିପାଇଁ ଗାନ୍ଧିଜୀଙ୍କୁ ବାପୁ କୁହାଗଲା। ଯଦି କେହି ଛୋଟ ପୋଷାକ ପିନ୍ଧି ମହାନ୍‌ ହୋଇଯାଉଥାଆନ୍ତେ, ତେବେ ରାକ୍ଷୀ ସାୱନ୍ତ ଗାନ୍ଧିଜୀଙ୍କଠାରୁ ବଡ଼ ହୋଇଯାଇଥାଆନ୍ତେ। ଦୀକ୍ଷିତଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବିବାଦୀୟ ମନ୍ତବ୍ୟ ଉପରେ ଦୀକ୍ଷିତ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ଦୁଇଟି କଥା ବୁଝାପଡ଼ୁଛି। ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୁଏତ ରାଜନୈତିକ ଗୁରୁତ୍ୱ ହାସଲ କରି ପାରି ନ ଥିବା ହେତୁ ଏବେ ପଛରେ ପଡ଼ିଗଲା ଭଳି ମନେକରୁଛନ୍ତି। ସେଥିପାଇଁ ଗଣମାଧ୍ୟମରେ ଆସିବାର ଏଭଳି ମନ୍ତବ୍ୟ ଏକ ସହଜ ଉପାୟ। ଅନ୍ୟ ଏକ ସମ୍ଭାବନା ହେଉଛି ଗାନ୍ଧୀଙ୍କୁ ହୀନ ଚକ୍ଷୁରେ ଦେଖିବାର ଏକ ବାତାବରଣ ସୃଷ୍ଟି କରାଯାଉଛି। ଗାନ୍ଧୀଙ୍କର ଦୋଷତ୍ରୁଟି ଥାଇପାରେ, କିନ୍ତୁ ସେହି ଭାରତୀୟ ସମାଜ ଓ ଭାରତୀୟ ମାନସିକତାକୁ ଗାନ୍ଧୀ ବୁଝିପାରିଥିଲେ। ଲୋକଙ୍କୁ ଏକଜୁଟ କରି ସ୍ବାଧୀନତା ଆଣିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ। ସେହି ଲକ୍ଷ୍ୟରେ ଗାନ୍ଧୀ ସଫଳ ହୋଇଥିଲେ। ଏମିତି ନୁହେଁ ଯେ, ଗାନ୍ଧୀ ବିଦେଶୀ ପୋଷାକ ପିନ୍ଧି ନ ଥିଲେ କିମ୍ବା ଜାଣି ନ ଥିଲେ। ଧନୀ ପରିବାରର ସନ୍ତାନ ଭାବେ ବିଲାତରେ ପାଠ ପଢ଼ି ଏହିସବୁ ବାହ୍ୟ ଦେଖାଣିଆ ବେଶକୁ ଗାନ୍ଧୀ ଭଲଭାବେ ଜାଣିଥିଲେ। ତଥାପି ତାଙ୍କ ପୋଷାକ ଏକ ରାଜନୈତିକ ବାର୍ତ୍ତା ଥିଲା। ଆଜି ମୋଦି କହୁଛନ୍ତି ‘ମେକ୍‌ ଇନ୍‌ ଇଣ୍ଡିଆ’। ଏକ ଶତାବ୍ଦୀ ପୂର୍ବରୁ ଗାନ୍ଧୀ ସେହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇ ସମସ୍ତେ ଖଦି ବସ୍ତ୍ର ପିନ୍ଧନ୍ତୁ ବୋଲି କହିଥିଲେ। ତାହାଦ୍ୱାରା ବିଦେଶୀ ଲୁଗା ବ୍ୟବସାୟକୁ ପ୍ରତିହତ କରିଥିଲେ। ଆଜି ଉତ୍ତରପ୍ରଦେଶ ବାଚସ୍ପତି ଉଚ୍ଚ ଜାତି ବ୍ରାହ୍ମଣ ଦୀକ୍ଷିତ ନିଜେ ଚାଇନା ସାମଗ୍ରୀ ବ୍ୟବହାର କରୁଥିବେ, କିନ୍ତୁ ତାଙ୍କ ଦଳର ନେତା ଦେଉଥିବା ଡାକରାକୁ ଅବମାନନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri