ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୀକ୍ଷିତ କହିଥିଲେ ଯେ, ଗାନ୍ଧିଜୀ ଛୋଟ ପୋଷାକ ପିନ୍ଧୁଥିଲେ, ଧୋତି ପରିଧାନ କରୁଥିଲେ। ସେଥିପାଇଁ ଗାନ୍ଧିଜୀଙ୍କୁ ବାପୁ କୁହାଗଲା। ଯଦି କେହି ଛୋଟ ପୋଷାକ ପିନ୍ଧି ମହାନ୍‌ ହୋଇଯାଉଥାଆନ୍ତେ, ତେବେ ରାକ୍ଷୀ ସାୱନ୍ତ ଗାନ୍ଧିଜୀଙ୍କଠାରୁ ବଡ଼ ହୋଇଯାଇଥାଆନ୍ତେ। ଦୀକ୍ଷିତଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବିବାଦୀୟ ମନ୍ତବ୍ୟ ଉପରେ ଦୀକ୍ଷିତ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ଦୁଇଟି କଥା ବୁଝାପଡ଼ୁଛି। ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୁଏତ ରାଜନୈତିକ ଗୁରୁତ୍ୱ ହାସଲ କରି ପାରି ନ ଥିବା ହେତୁ ଏବେ ପଛରେ ପଡ଼ିଗଲା ଭଳି ମନେକରୁଛନ୍ତି। ସେଥିପାଇଁ ଗଣମାଧ୍ୟମରେ ଆସିବାର ଏଭଳି ମନ୍ତବ୍ୟ ଏକ ସହଜ ଉପାୟ। ଅନ୍ୟ ଏକ ସମ୍ଭାବନା ହେଉଛି ଗାନ୍ଧୀଙ୍କୁ ହୀନ ଚକ୍ଷୁରେ ଦେଖିବାର ଏକ ବାତାବରଣ ସୃଷ୍ଟି କରାଯାଉଛି। ଗାନ୍ଧୀଙ୍କର ଦୋଷତ୍ରୁଟି ଥାଇପାରେ, କିନ୍ତୁ ସେହି ଭାରତୀୟ ସମାଜ ଓ ଭାରତୀୟ ମାନସିକତାକୁ ଗାନ୍ଧୀ ବୁଝିପାରିଥିଲେ। ଲୋକଙ୍କୁ ଏକଜୁଟ କରି ସ୍ବାଧୀନତା ଆଣିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ। ସେହି ଲକ୍ଷ୍ୟରେ ଗାନ୍ଧୀ ସଫଳ ହୋଇଥିଲେ। ଏମିତି ନୁହେଁ ଯେ, ଗାନ୍ଧୀ ବିଦେଶୀ ପୋଷାକ ପିନ୍ଧି ନ ଥିଲେ କିମ୍ବା ଜାଣି ନ ଥିଲେ। ଧନୀ ପରିବାରର ସନ୍ତାନ ଭାବେ ବିଲାତରେ ପାଠ ପଢ଼ି ଏହିସବୁ ବାହ୍ୟ ଦେଖାଣିଆ ବେଶକୁ ଗାନ୍ଧୀ ଭଲଭାବେ ଜାଣିଥିଲେ। ତଥାପି ତାଙ୍କ ପୋଷାକ ଏକ ରାଜନୈତିକ ବାର୍ତ୍ତା ଥିଲା। ଆଜି ମୋଦି କହୁଛନ୍ତି ‘ମେକ୍‌ ଇନ୍‌ ଇଣ୍ଡିଆ’। ଏକ ଶତାବ୍ଦୀ ପୂର୍ବରୁ ଗାନ୍ଧୀ ସେହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇ ସମସ୍ତେ ଖଦି ବସ୍ତ୍ର ପିନ୍ଧନ୍ତୁ ବୋଲି କହିଥିଲେ। ତାହାଦ୍ୱାରା ବିଦେଶୀ ଲୁଗା ବ୍ୟବସାୟକୁ ପ୍ରତିହତ କରିଥିଲେ। ଆଜି ଉତ୍ତରପ୍ରଦେଶ ବାଚସ୍ପତି ଉଚ୍ଚ ଜାତି ବ୍ରାହ୍ମଣ ଦୀକ୍ଷିତ ନିଜେ ଚାଇନା ସାମଗ୍ରୀ ବ୍ୟବହାର କରୁଥିବେ, କିନ୍ତୁ ତାଙ୍କ ଦଳର ନେତା ଦେଉଥିବା ଡାକରାକୁ ଅବମାନନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri