ଡ୍ରାମା କୁଇନ୍‌ଙ୍କ ପାଇଁ ଦୁବାଇରେ ଘର କିଣିଲେ ବୟଫ୍ରେଣ୍ଡ୍‌

ଟିଭିର ଡ୍ରାମା କୁଇନ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର କରିଛନ୍ତି। ରାଖୀଙ୍କ ପାଇଁ ଆଦିଲ କୁଆଡେ ଦୁବାଇରେ ଘର କିଣିଛନ୍ତି। ଏବେ ଦୁହେଁ ଦୁବାଇରେ ସମୟ ବିତାଉଛନ୍ତି।
ରାଖୀ କୁହନ୍ତି,ଆଦିଲ ତାଙ୍କୁ ତାଙ୍କ ପରିବାର ସହିତ ପରିଚିତ କରିଛନ୍ତି ଏବଂ ଦୁବାଇରେ ତାଙ୍କ ନାମରେ ଏକ ଘର କିଣିଛନ୍ତି। ଆଦିଲ ମୋତେ ବିଏମଡବ୍ଲୁ ଉପହାର ଦେଇଛନ୍ତି କିନ୍ତୁ ମୁଁ ତାଙ୍କ ପ୍ରେମ ଚାହୁଁଛି। ତା’ର ପ୍ରେମ ସତ୍ୟ ଏବଂ ସେ ବହୁତ ବିଶ୍ୱସ୍ତ। ଆଦିଲ ମୋତେ ବହୁତ ଭଲ ପାଆନ୍ତ। ସେଥିପାଇଁ ସେ ମୋତେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ପରିଚିତ କରାଇଛନ୍ତି।
ଆଦିଲ ରାଖୀଙ୍କଠାରୁ ଛଅ ବର୍ଷ ସାନ ଏବଂ ସେ ବେଙ୍ଗାଲୁରୁର ବାସିନ୍ଦା। ରାଖୀ ଦୁବାଇରୁ ଇନଷ୍ଟାଗ୍ରାମରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ ଆଦିଲଙ୍କ ସହ କାରରେ ବସିଥିଲେ। ଦୁହେଁ ଏକାଠି ଖୁସି ଦେଖାଯାଉଥିଲେ ଏବଂ ରାଖୀ ପ୍ରଶଂସକମାନଙ୍କୁ ଦୁବାଇର ଦୃଶ୍ୟ ଦେଖାଉଥିଲେ।
ଲୁଚିଛପି ଆଦିଲଙ୍କ ସହ ରାଖୀଙ୍କର ନିର୍ବନ୍ଧ ଶେଷ ହୋଇଥିବା ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଖୀ ଏକ ହୀରା ମୁଦି ପିନ୍ଧି କ୍ୟାମେରା ଆଗରେ ଦେଖାଉଥିବାର ନଜର ଆସିଛନ୍ତି। ମୁଁ କାହାକୁ କହିବାକୁ ଚାହୁଁ ନ ଥିଲି, କିନ୍ତୁ ଏବେ ମୁଁ କହିବାକୁ ଚାହୁଁଛି, ଏହା ପ୍ରଚାର ନୁହେଁ, ମୋର ପ୍ରେମ ବୋଲି କହିଛନ୍ତି ରାଖୀ।
ରାଖୀ ‘ବିଗ ବସ ୧୫’ରେ ସ୍ବାମୀ ରିତେଶଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ନ ଥିଲା। ‘ଶୋ’ରୁ ବାହାରିବା ପରେ ରାଖୀ ଏକ ପୋଷ୍ଟ ଶେୟାର କରି ସେ ଏବଂ ରିତେଶ ଆଉ ଏକାଠି ନ ଥିବା କହିଥିଲେ।
ରିତେଶଙ୍କଠାରୁ ଅଲଗା ହେବା ପରେ ରାଖୀ ଅବସାଦର ଶିକାର ହୋଇଥିଲେ। ଆଦିଲ ଖାନ ଦୁରାନୀ ତାଙ୍କୁ ଏଥିରୁ ବାହାରିବାରେ ସାହାଯ୍ୟ କରିଥିଲେ। ପରେ ଆଦିଲ ତାଙ୍କୁ ପ୍ରପୋଜ କରିଥିଲେ। ତେବେ ଆଦିଲଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ। ସେମାନେ ମୋ ପୋଷାକ ପିନ୍ଧିବା ଶୈଳୀକୁ ପସନ୍ଦ କରୁନାହାନ୍ତି। କିନ୍ତୁ ମୁଁ ସେମାନଙ୍କ ପାଇଁ ନିଜକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ବୋଲି ଏକ ସାକ୍ଷାତକାରରେ ରାଖୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri