କାହା ପାଇଁ ରାଖୀ

୩୦ ଜୁଲାଇ ୨୦୨୦। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆଉ ଏକ ଅସ୍ବାଭାବିକ ଚମତ୍କାରିତା। ମଧ୍ୟପ୍ରଦେଶ ହାଇକୋର୍ଟ ଇନ୍ଦୋର ବେଞ୍ଚ୍‌ର ବିଚାରପତି ରୋହିତ ଆରିଆଙ୍କ ସମ୍ମୁଖରେ ଜାମିନ ଆବେଦନ ଥିଲା। ଜାମିନ ମାଗୁଥିବା ବ୍ୟକ୍ତି ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ବିଚାରପତି ଆରିଆଙ୍କ ଦୃଷ୍ଟିରେ ଏହି ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କ ସହିତ ଯାଇ ଯଦି ପୀଡ଼ିତାଙ୍କଠାରୁ ଏକ ରାଖୀ ବନ୍ଧେଇ ଆଣିପାରିବେ ତେବେ ତାଙ୍କୁ ଜାମିନ ମିଳିବ। ଏଥିସହିତ ରାଖୀ ବାନ୍ଧିବା ପରେ ସେହି ମହିଳାଙ୍କୁ ୧୧ ହଜାର ନଗଦ ଟଙ୍କା ଦେବେ ଓ ତାଙ୍କ ପୁତ୍ରଙ୍କ ପାଇଁ ପାଞ୍ଚ ହଜାର ଟଙ୍କା ମୂଲ୍ୟର ଲୁଗା ଓ ମିଠା ଭେଟିଦେବେ। ଏହା କରିପାରିଲେ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ନିଜ ଭଉଣୀ ଭାବେ ସୁରକ୍ଷିତ ରଖିବାର ଦାୟିତ୍ୱ ନେବେ। ଆମେ ଭାରତବାସୀ ଶୁଣିଆସିଛୁ ଯେ ‘ଆଇନ ତା’ ନିଜ ବାଟରେ ଯିବ’। ଏହାର ଅର୍ଥ ହେଲା କୌଣସି ବାହ୍ୟ ପ୍ରଭାବ ଯଦି ପଡ଼ିବ ନାହିଁ, ତେବେ ଭାରତୀୟ ଆଇନ ବ୍ୟବସ୍ଥାରେ ମୁଣ୍ଡି ହୋଇ ବସିଥିବା ବିଚାରପତିମାନେ ନ୍ୟାୟ ବାଣ୍ଟିବା ପାଇଁ ଆଗେଇ ଆସିବେ। ମଧ୍ୟପ୍ରଦେଶ ହାଇକୋର୍ଟ ନିଷ୍ପତ୍ତି ଶୁଣିବା ପରେ ମନେହୁଏ ଯେ ଆଇନ ବାଟରେ ନୁହେଁ, ଅଦ୍ଭୁତ ଭାବେ ଅବାଟରେ ଚାଲିଯାଉଛି।
ମେ’ ମାସ ୨୦୨୦ରେ କେରଳ ହାଇକୋର୍ଟ ଭିନ୍ନ ମାମଲାରେ ଏକ ରାୟ ଦେଇଥିଲେ। ବିଚାରପତି ନାରାୟଣ ପିସାରଦୀ ଜଣେ ଯୁବକଙ୍କ ଆବେଦନର ଶୁଣାଣି କରିଥିଲେ। ନିଜ ବାନ୍ଧବୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଆଇପିସିର ଧାରା ୩୭୬ (ବଳାତ୍କାର)ରେ ସମ୍ପୃକ୍ତ ଯୁବକଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହି ମାମଲାର ରାୟରେ ବିଚାରପତି କହିଲେ, ଯଦି ବଳାତ୍କାରୀ ଏବଂ ସମ୍ପୃକ୍ତ ମହିଳା ଆଇନତଃ ବିବାହ କରିନେବେ ତେବେ ଏ ମାମଲାକୁ ରଦ୍ଦ କରିଦିଆଯିବ। ବିଚାରପତି ପିସାରଦୀଙ୍କ ନ୍ୟାୟ ଦେବାର ଢଙ୍ଗ ସେତିକିରେ ଶେଷ ହେଲାନାହିଁ। ଏହିଭଳି ଅବାଞ୍ଛିତ ନ୍ୟାୟକୁ ଅନ୍ୟ ଅପରାଧୀମାନେ ବ୍ୟବହାର କରିବାକୁ ଚେଷ୍ଟା କରିଛନ୍ତି। ଉଦାହରଣ ସ୍ବରୂପ କେରଳର ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ୍‌ ପାଦ୍ରୀ ରବିନ୍‌ ଓ୍ବାଡାକୁଞ୍ଚେରିଙ୍କ ମାମଲା ଉଲ୍ଲେଖନୀୟ। ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରାଇଥିବା ରବିନ୍‌ କେରଳ ହାଇକୋର୍ଟଙ୍କୁ ଆବେଦନ କରି କହିଥିଲେ ଯେ, ଦୁଇ ମାସର ଜାମିନ ମିଳିଲେ ସେହି ପୀଡ଼ିତାଙ୍କୁ ବିବାହ କରିବା ସହିତ ତାଙ୍କ ସନ୍ତାନକୁ ଆଜୀବନ ଭରଣପୋଷଣ ଦେବେ। ରବିନ୍‌ଙ୍କ ଏହିଭଳି ସତ୍‌ସାହସ କେବଳ ଭାରତ ଭଳି ଦେଶର ବିଚାରପତିଙ୍କ ବ୍ୟବହାର ଯୋଗୁ ସୃଷ୍ଟି ହୋଇପାରିଛି।
ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ସେହିଭଳି ପାଗଳାମି ବହୁସଂଖ୍ୟାରେ ସୃଷ୍ଟି କରିବାରେ ସୁଯୋଗ ଆଣିଦେବ। ଭାରତବର୍ଷରେ ଶିକ୍ଷିତ ସମାଜ ୟୁନିଫର୍ମ ସିଭିଲ୍‌ କୋଡ୍‌ ବା ଏକକ ଦଓ୍ବୋନୀ ସଂହିତା ଭଳି ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରୁଛି। ସେହି ସମୟରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ମହିଳାଙ୍କଠାରୁ ରାଖୀ ବାନ୍ଧି ଆସିବା ପାଇଁ ନ୍ୟାୟାଳୟ କହିଛନ୍ତି। ଏହାଦ୍ୱାରା ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। କୁହାଯାଉଛି ଯେ, ଆଇନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ। ଯଦି ଏହିଭଳି ଅସଦାଚରଣ ଘଟଣାରେ କୌଣସି ଜଣେ ଅଣହିନ୍ଦୁ ଭାରତୀୟ ସମ୍ପୃକ୍ତ ହୋଇଯିବେ ତା’ହେଲେ ନ୍ୟାୟାଳୟ କେଉଁ ପର୍ବର ସୁଯୋଗ ଉଠାଇ ଏପରି ବୁଝାମଣା କରାଇବେ। ଏତଦ୍‌ବ୍ୟତୀତ ପୀଡ଼ିତାଙ୍କ ମତ ଲୋଡ଼ିବା ଉଚିତ୍‌ କି ନୁହେଁ, ତାହା ମଧ୍ୟ ଅନ୍ୟ ଏକ ପ୍ରଶ୍ନ। ଏହିଭଳି ଅନେକ ପ୍ରଶ୍ନ ଥିବା ବେଳେ ଗୋଟିଏ ମୂଳ ପ୍ରଶ୍ନ ମନକୁ ଆସେ ଯାହା ନ୍ୟାୟାଳୟ ଚିନ୍ତାକୁ ଆସିଥିବା ମନେହୁଏ ନାହିଁ। କେବଳ ରାଖୀ ପିନ୍ଧିଦେଲେ ମହିଳାଙ୍କ ପ୍ରତି ବ୍ୟବହାର ବଦଳି ଯାଇପାରିବ କି? ଏହାବ୍ୟତୀତ ଏଭଳି ନ୍ୟାୟ ଦ୍ୱାରା ଭାଇ ଓ ଭଉଣୀ ମଧ୍ୟରେ ଏକ ଶାରୀରିକ ସମ୍ପର୍କ ଗ୍ରହଣୀୟ ବୋଲି ବୁଝାଯିବ ନାହିଁ କି? ବିଶେଷକରି ଭାରତୀୟ ସମାଜରେ ପରିବାର ଭିତରେ ଯୁବତୀମାନଙ୍କ ପାଇଁ ଅସୁରକ୍ଷିତ ବାତାବରଣ ଥିବା କଥା ବହୁବାର ସରକାରୀ ଭାବେ ରେକର୍ଡ ହୋଇଥିବା ଅପରାଧ ରିପୋର୍ଟରୁ ଜଣାପଡ଼ିଛି। ଏପରି କି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନ୍‌ସିଆର୍‌ବିରୁ ଏ ସଂକ୍ରାନ୍ତୀୟ ତଥ୍ୟ ମିଳେ। ସେହିଭଳି ସମାଜରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧର ପରିମାଣ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟର ହାଇକୋର୍ଟରୁ ଏହିଭଳି ବିକୃତ ରାୟ ବା ନିର୍ଦ୍ଦେଶ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ବିଚାରପତିମାନଙ୍କ ଅସ୍ବାଭାବିକ ଆଭିମୁଖ୍ୟର ପ୍ରଭାବ ଦିଲ୍ଲୀର ‘ନିର୍ଭୟା’ ମାମଲାରେ ଦେଖିବାକୁ ମିଳିଥିଲା। ଅମାନୁଷିକ ଭାବେ ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କୁ ପରାମର୍ଶ ଦେବାକୁ ଯାଇ ଏବେ କଏଦୀ ଭାବେ ଜୀବନଯାପନ କରୁଥିବା ଗୁରୁ ଆଶାରାମ ବାପୁ କହିଥିଲେ ଯେ, ଯଦି ଯୁବତୀ ସେହି ବଳାତ୍କାରୀମାନଙ୍କୁ ଭାଇ ଭାବେ ସମ୍ବୋଧନ କରି ଥାଆନ୍ତେ, ତେବେ ଏଭଳି ଘଟଣା ଘଟି ନ ଥାନ୍ତା। ଆଜି ଆଶାରାମ ବାପୁ କଏଦୀ ହେବା ପଛରେ ବଳାତ୍କାର ଅଭିଯୋଗ ରହିଛି ମୂଳ କାରଣ। ନିଜ ମାମଲାରୁ ମୁକ୍ତି ପାଇବା ପାଇଁ ଏହି ଗୁରୁ ତାଙ୍କ ମାମଲା ବିଚାର କରୁଥିବା ବିଚାରପତିଙ୍କୁ ଭାଇ ଭାବେ ସମ୍ବୋଧନ କରି ନିଜର ଭବିଷ୍ୟତ ବଦଳାଇବାର ଚେଷ୍ଟା କରିପାରିଥାନ୍ତେ। ଦୁଃଖର ବିଷୟ ତାହା ତାଙ୍କ ପାଇଁ ସମ୍ଭବପର ହେଲା ନାହିଁ।
ଉଭୟ ପାଦ୍ରୀ ରବିନ୍‌ ଏବଂ ଗୁରୁ ଆଶାରାମଙ୍କ ମାନସିକତାକୁ ଲକ୍ଷ୍ୟକଲେ ବୁଝାପଡୁଛି ଯେ, ଭାରତର ନ୍ୟାୟ ବ୍ୟବସ୍ଥାରେ ଘଟୁଥିବା ଅଦ୍ଭୁତ ଘଟଣା ସମାଜରେ ବହୁଳ ପ୍ରଭାବ ପକାଉଛି। ଏହିଭଳି ଚିନ୍ତାଧାରା ଯଦି ଭବିଷ୍ୟତରେ ଲାଗିରହିବ ତେବେ ତାହା ଦେଶକୁ ଅତ୍ୟନ୍ତ ଅସୁରକ୍ଷିତ ଏବଂ ଅସାମାଜିକ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri