Posted inଖେଳ

ଶୈଳେଶଙ୍କ ଶତକ, ଆଜାଦ୍‌ଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୬ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆନ୍ତଃଜିଲା ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ଭୁବନେଶ୍ୱର ‘ଏ’, ସମ୍ବଲପୁର, କୋରାପୁଟ, ନୟାଗଡ଼, ବାଲେଶ୍ୱର ଓ ଢେଙ୍କାନାଳ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ ଗ୍ରାଉଣ୍ଡରେ ଭୁବନେଶ୍ୱର ‘ଏ’ ୧୩୫ ରନରେ ରାଉରକେଲାକୁ ପରାସ୍ତ କରିଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ୪୮.୩ ଓଭରରେ ୨୩୬ ରନ କରିି ଅଲଆଉଟ ହୋଇଯାଇଥିଲା। ଜୀବନ ଜେ. ୫୧, ସ୍ବାଗତ ମିଶ୍ର ୪୯, ଏସ୍‌କେ ନକିବ୍‌ ସାର୍ବର ୩୧ ରନ କରିଥିଲେ। ବିପକ୍ଷ ଦଳର ଏନ୍‌. ପଓ୍ବନ ସାଇ ୩ ଏବଂ ରେହାନ ଖାଁ ୨ ଉଇକେଟ ଅକ୍ତିଆର କରିଥିଲେ। କଟକସ୍ଥିତ ରେଭନେ୍‌ଶା ଗ୍ରାଉଣ୍ଡ-୨ରେ ଦେବଗଡ଼ ବିପକ୍ଷରେ ସମ୍ବଲପୁର ୧୦ ଉଇକେଟରେ ବିପୁଳ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦେବଗଡ଼ ଦଳ ୧୪.୪ ଓଭରରେ ମାତ୍ର ୪୫ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ସ୍ବସ୍ତିକ ସର୍ବାଧିକ ୨୪ରନ କରିଥିଲେ। ବିପକ୍ଷ ଦଳର ମହମ୍ମଦ ଏଫ୍‌ ଆଜାଦ ମାତ୍ର ୧୩ ରନ ବିନିମୟରେ ୬ଉଇକେଟ ଅକ୍ତିଆର କରିଥିବା ବେଳେ ଶେଖ ତନବୀର ୧୯ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଜବାବରେ ସମ୍ବଲପୁର ୬.୩ ଓଭରରେ ବିନାକୌଣସି ଉଇକେଟରେ ୪୯ ରନ କରି ମ୍ୟାଚ ଜିତି ନେଇଥିଲା। ଦଳ ପକ୍ଷରୁ ଶିବମ ସ୍ବରୂପ ୧୬ ଓ ଶିବ ବାଲାଜୀ ୧୧ ରନ କରି ଅପରାଜିତ ରହିଥିଲେ। ସନ୍‌ସାଇନ ଗ୍ରାଉଣ୍ଡରେ କୋରାପୁଟ ୩୧୮ରନରେ ବୈଦ୍ଧକୁ ପରାସ୍ତ କରିଛି। ଏଥିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋରାପୁଟ ଏମ୍‌. ଶୈଳେଶଙ୍କ ୧୧୪ (୫୭ବଲ୍‌) ଓ ସୁମନ ପାଣିଗ୍ରାହୀଙ୍କ ୯୬ (୧୦୦ବଲ୍‌) ରନ ସହାୟତାରେ ୪୪.୩ ଓଭରରେ ୩୭୧ ରନ କରିଥିଲା। ଅନ୍ୟତମ ସଫଳ ବ୍ୟାଟର ଚିଣ୍ଟୁ କାରିଙ୍ଗି ୪୫ ରନ କରିଥିଲେ। ଓମ୍‌ ପ୍ରଧାନ ଓ ଅନୁରାଗ ତ୍ରିପାଠୀ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ୮.୪ ଓଭରରେ ମାତ୍ର ୫୩ରନରେ ଅଲଆଉଟ ହୋଇଯାଇଥିଲା। କୋରାପୁଟ ଦଳର ଏସ୍‌. ଶାହା ୪ ଓ ଏମ୍‌. ଶୈଳେଶ ୩ ଉଇକେଟ ହାସଲ କରିଥିଲେ।
ବିଡ଼ାନାସୀ ଗ୍ରାଉଣ୍ଡରେ କିଟ୍‌ ବିପକ୍ଷରେ ନୟାଗଡ଼ ୨ ଉଇକେଟରେ ବିଜୟ ଲାଭ କରିଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା କିଟ୍‌ ୨୨.୨ ଓଭରରେ ୧୨୫ ରନ କରି ଅଲଆଉଟ ହୋଇଥିଲା। ଟପ୍‌ ସ୍କୋରର ହରେକୃଷ୍ଣ ୪୪ ରନ କରିଥିଲେ। ବିପକ୍ଷ ଦଳର ଶୁଭମ ସେଠୀ ୩ ଓ ଆଦିତ୍ୟ ପ୍ରଧାନ ୨ ଉଇକେଟ ନେଇଥିଲେ। ଜବାବରେ ନୟାଗଡ଼ ୨୨.୪ ଓଭରରେ ୮ଉଇକେଟ ବିନିମୟରେ ୧୨୭ ରନ କରି ମ୍ୟାଚ ଜିତି ନେଇଥିଲା। କବୀର ଜେନା ୪୯ ଓ ସୁହେଲ୍‌ ଆବାସ ୨୮ ରନ କରିଥିଲେ। କିଟ୍‌ ଦଳର ଜଗଦୀଶ ବାର୍‌ ୪ଟି ଏବଂ ରାଜେଶ ବିଶ୍ୱାଳ ୨ଟି ଉଇକେଟ ନେଇଥିଲେ। ସେହିପରି ନିମପୁର ଗ୍ରାଉଣ୍ଡରେ ବାଲେଶ୍ୱର ୧୪୪ ରନରେ ଭଦ୍ରକକୁ ପରାସ୍ତ କରିଛି। ଅଡ଼ଶପୁର ଗ୍ରାଉଣ୍ଡରେ ରାୟଗଡ଼ା ବିପକ୍ଷରେ ଢେଙ୍କାନାଳ ୨୭ ରନରେ ବିଜୟ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri