ହିଂସ୍ର ହେଉଛି ‘ରାକେଶ’

ଢେଙ୍କାନାଳ ଅଫିସ, ୨୮ା୬:  ଜଙ୍ଗଲରେ ମୁକ୍ତ ହୋଇ ବୁଲୁଥିଲା ସେ। ହିଂସ୍ର ଆଚରଣ ତାକୁ ବନ୍ଦୀ କରିଦେଲା ଚିଡ଼ିଆଖାନାରେ। ପ୍ରଥମେ ଶିକୁଳିରେ ବନ୍ଧା ହୋଇ ରହିଲା। ଆଉ ଏବେ କ୍ରଲ୍‌ (ସ୍ବତନ୍ତ୍ର କାଠ ଖୁଆଡ଼)ରେ କାଟୁଛି ବନ୍ଦୀ ଜୀବନ। ହେଲେ କ୍ରଲ୍‌ର ବାତାବରଣରେ ନିଜକୁ ଖାପଖୁଆଇ ପାରୁନି ନରହନ୍ତା ଦନ୍ତାହାତୀ ‘ରାକେଶ’। ଧୀରେ ଧୀରେ ତା’ର ଆଚରଣ ହିଂସ୍ର ହେଉଛି। କେତେବେଳ ସେ ଗର୍ଜନ କରୁଛି ତ ଆଉ କେବେ ଶୁଣ୍ଢ ବଢ଼ାଇ କାଠ ଖୁଆଡ଼କୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ହାତୀର ଆଚରଣରେ ଏପରି ପରିବର୍ତ୍ତନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।
ତାଳଚେର ବନାଞ୍ଚଳରେ ଆତଙ୍କ ସୃଷ୍ଟି କରି ଗୋଟିଏ ଦିନରେ ୫ଜଣଙ୍କ ଜୀବନ ନେବା ପରେ ଗତ ଜାନୁୟାରୀ ୨୧ରେ ‘ରାକେଶ’କୁ ଟ୍ରାଙ୍କୁଲାଇଜ୍‌ କରି ଢେଙ୍କାନାଳ କପିଳାସ ଚିଡ଼ିଆଖାନାର ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ତାକୁ ପ୍ରଥମେ ଏକ ଖୋଲାମଣ୍ଡପରେ ୪ ଗୋଡ଼ରେ ଶିକୁଳି ପକାଇ ରଖାଯାଇଥିଲା। ଦିନକ ପରେ ହାତୀ ୩ଟି ଚେନ୍‌ ଛିଣ୍ଡାଇ ଦେଇଥିଲା। ଏହାପରେ ପୁଣି ଚେନ୍‌ ଅଣାଯାଇ ଚାରି ଗୋଡ଼କୁ ବନ୍ଧାଯାଇଥିଲା। ତେବେ ଶିକୁଳିରେ ଘଷି ହୋଇ ବାରମ୍ବାର ଗୋଡ଼ରେ କ୍ଷତ ସୃଷ୍ଟି ହେବାପରେ ‘ରାକେଶ’କୁ କ୍ରଲ୍‌ରେ ରଖି ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲା ବନ ବିଭାଗ। ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାଠ ଖୁଆଡ଼ ତିଆରି କରି ଦନ୍ତାକୁ ରଖାଯାଇଥିଲା। ହେଲେ କ୍ରଲ୍‌ରେ ରହିବାକୁ ଅମଙ୍ଗ ହେଉଛି ‘ରାକେଶ’। ବାରମ୍ବାର ଶୁଣ୍ଢ ଏବଂ ଦାନ୍ତ ଦ୍ୱାରା ଖୁଆଡ଼ ଭାଙ୍ଗିଦେବାକୁ ଉଦ୍ୟମ କରୁଛି। ଏଥିରେ ବିଫଳ ହେଲେ ଗର୍ଜନ ଛାଡୁଛି। ଅପରପକ୍ଷେ ଖୁଆଡ଼ ଭିତରେ ବନ୍ଧାଯାଇ ନ ଥିବାରୁ ‘ରାକେଶ’ କ୍ରଲ୍‌ ଭାଙ୍ଗି ବାହାରକୁ ବାହାରି ଆସିଲେ ଉଗ୍ରରୂପ ଦେଖାଇ କ୍ଷୟକ୍ଷତି କରିବା ଆଶଙ୍କା ରହିଛି। ଏହାକୁ ନେଇ ଚିନ୍ତାରେ ଥିବା ବନ ବିଭାଗ ଅଧିକାରୀମାନେ ଦନ୍ତାକୁ ନିକଟ ଭବିଷ୍ୟତରେ ଜଙ୍ଗଲରେ ଛାଡ଼ି ଦେବା ପାଇଁ ବିଚାର କରୁଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ‘ରାକେଶ’ କ୍ରଲ୍‌ ଭିତରେ ଗର୍ଜନ କରିବା ସହ କାଠକୁ ଶୁଣ୍ଢରେ ଭାଙ୍ଗିବାକୁ ଉଦ୍ୟମ କରୁଛି। ହାତୀକୁ ବାହାର ଜଙ୍ଗଲରେ ଛାଡ଼ିଦେବା ପାଇଁ ଚିନ୍ତା କରାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ
ହାତୀ ଭଳି ବିଶାଳକାୟ ଜୀବ ଜଙ୍ଗଲରେ ଦଳବଦ୍ଧ ଏବଂ ମୁକ୍ତ ଭାବେ ବିଚରଣ କରିବାକୁ ଭଲପାଏ। ହିଂସ୍ର ସ୍ବଭାବର ହାତୀକୁ ଆୟତ୍ତ କରିବାକୁ ଟ୍ରାଙ୍କୁଲାଇଜ୍‌ କରି ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଏ। ରେସ୍‌କ୍ୟୁ ସେଣ୍ଟରରେ ହାତୀର ଗତିବିଧି ଉପରେ ନଜର ରଖିବାକୁ ଶିକୁଳିରେ ବନ୍ଦୀ କରି ରଖାଯାଏ। ହେଲେ ଏହାଦ୍ୱାରା ହାତୀର ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଘା’ ହେବା ଆଶଙ୍କା ଥାଏ। କ୍ଷତର ଯନ୍ତ୍ରଣା ବଢ଼ିବା ସହ ହାତୀର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ। ‘ରାକେଶ’ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ଦୀର୍ଘ ୬ମାସ ଧରି ବନ୍ଦୀଜୀବନ କାଟିବା ପରେ ତାକୁ ଶିକୁଳି ମୁକ୍ତ କରାଯାଇଛି। କ୍ରଲ୍‌ ଭିତରେ ହାତୀ ଶୃଙ୍ଖଳମୁକ୍ତ ହୋଇଥିଲେ ବି ଛୋଟିଆ ଖୁଆଡ଼ର ପରିବେଶରେ ଖାପଖୁଆଇ ପାରୁନାହିଁ। ନିଜକୁ ବେଶି ବନ୍ଦୀ ମନେକରୁଛି। ଶିକୁଳି ଯୋଗୁ ହାତୀ ଶରୀରରେ ହୋଇଥିବା ଘା’ ଚିକିତ୍ସା କରିବାକୁ କ୍ରଲ୍‌ ବ୍ୟବସ୍ଥାକୁ ଏକ ବଳିଷ୍ଠ ମାଧ୍ୟମ ବୋଲି କୁହାଯାଉଛି। ତେବେ ଏହି ଅବରୁଦ୍ଧ କାଠ ଖୁଆଡ଼ରେ ‘ରାକେଶ’ର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ତେଣୁ ସେ କ୍ରଲ୍‌ ଭିତରେ ଅସ୍ତବ୍ୟସ୍ତ ହେବା ସହ ଉତ୍‌କ୍ଷିପ୍ତ ହୋଇ ଗର୍ଜନ ଛାଡୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri