ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ଭରିଲେ ହାଇଦ୍ରାବାଦର ସାୟାନା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ପ୍ରଥମ ଦିନ ହିଁ ଜଣେ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ତେଲଙ୍ଗାନା ହାଇଦ୍ରାବାଦର କାନ୍ତେ ସାୟାନା ମନୋନୟନ ପତ୍ର ନେଇ ନାମାଙ୍କନ କରିଛନ୍ତି। ସେ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କର କେହି ପ୍ରସ୍ତାବକ ନ ଥିବା ଜଣାପଡ଼ିଛି। ନିୟମାନୁଯାୟୀ ଯିଏ ପ୍ରାର୍ଥୀ ହେବେ, ତାଙ୍କର ୧୦ ଜଣ ପ୍ରସ୍ତାବକ ରହିବା ଜରୁରୀ। ବିଧାୟକମାନେ ହିଁ କେବଳ ପ୍ରସ୍ତାବକ ହୋଇପାରିବେ। ତେଣୁ ସେହି ଦୃଷ୍ଟିରୁ ଦେଖିଲେ କାନ୍ତେ ସାୟାନାଙ୍କ ମନୋନୟନ ପତ୍ର ଯାଞ୍ଚ ସମୟରେ କଟିଯିବ ବୋଲି ନିର୍ବାଚନ ଦାୟିତ୍ୱରେ ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ହାଇଦ୍ରାବାଦ୍‌ର ଜଣେ କାହିଁକି ଓଡ଼ିଶା ରାଜ୍ୟ ସଭା ପଦ ପାଇଁ ଓଡ଼ିଶାରେ ନାମାଙ୍କନ ଦାଖଲକଲେ ତାହା ବିଧାନସଭା ସଚିବାଳୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନ୍ୟପଟେ ବିଜେଡିର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ତାଙ୍କ ଦଳ ତରଫରୁ ୬ ସେଟ୍‌ ମନୋନୟନ ପତ୍ର ନେଇଛନ୍ତି।
ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇଥିବା ମମତା ମହାନ୍ତ, ସୁଜିତ କୁମାର, ମୁଜିବୁଲ୍ଲା ଖାନ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ରେ ଶେଷ ହେଉଛି। ଏହି ନିର୍ବାଚନ ପରିଚାଳନା କରିବା ଲାଗି ବିଧାନସଭା ସଚିବ ସତ୍ୟବ୍ରତ ରାଉତ ରିଟର୍ନିଂ ଅଧିକାରୀ ରହିଛନ୍ତି। ସେହିପରି ବିଧାନସଭାର ଯୁଗ୍ମ ସଚିବ ବିଦ୍ୟାଧର ମାଝୀ ସହାୟକ ରିଟର୍ନିଂ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ୪ ଆସନ ଲାଗି ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ମନୋନୟନପତ୍ର ନେଇପାରିବେ। ଏହି ସମୟ ଭିତରେ ପ୍ରାର୍ଥୀ ନିଜେ କିମ୍ବା ସେମାନଙ୍କ ପ୍ରସ୍ତାବକଙ୍କ ଜରିଆରେ ବିଧାନସଭାର ସମ୍ମିଳନୀ କକ୍ଷଠାରେ ରିଟର୍ନିଂ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିପାରିବେ। ଏହି ସମୟ ସୁଦ୍ଧା ଯଦି ସରକାରୀ ଛୁଟି କେଉଁଦିନ ପଡ଼ିବ ସେଦିନ ଉକ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ। ଆସନ୍ତା ୬ ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ। ସେହିପରି ମାର୍ଚ୍ଚ ୯ରେ ମନୋନୟନପତ୍ର ଯିଏ ପ୍ରତ୍ୟାହାର କରିବାକୁ ଚାହିଁବେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ସମର୍ଥକ ବା ଏଜେଣ୍ଟ ଅପରାହ୍ନ ୩ଟା ସୁଦ୍ଧା ରିଟର୍ନିଂ ଅଧିକାରୀଙ୍କ ନିକଟରେ ନୋଟିସ ଦେଇପାରିବେ।

ନିର୍ବାଚନ ଯଦି ପ୍ରତିଦ୍ୱନ୍ଦ୍ୱିିତାମୂଳକ ହେବ ତେବେ ମାର୍ଚ୍ଚ ୧୬ରେ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୪ଟା ମଧ୍ୟରେ ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନମ୍ବର ୫୪ରେ ଭୋଟ ଗ୍ରହଣ କରାଯିବ। ସେହିଦିନ ଭୋଟ ଗଣତି କରାଯାଇ ସା ୫ଟାରେ ଫଳାଫଳ ଘୋଷଣା କରାଯିବ। ଏହାପରେ ନିର୍ବାଚିତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ରାଜ୍ୟ ସଭା ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସବୁ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ଦେବା ସାଙ୍ଗକୁ ପ୍ରାର୍ଥୀ ଚୟନ କସରତ ଜୋର୍‌ଦାର କରିଛନ୍ତି। ନାମାଙ୍କନ ଦାଖଲ ଲାଗି ଆଉ ମାତ୍ର ୭ ଦିନ ସମୟ ଥିବାବେଳେ ୨ରୁ ୩ ଦିନ ମଧ୍ୟରେ ସବୁ ଦଳ ନିଜର ପ୍ରାର୍ଥୀ ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ଦଳ ପ୍ରାର୍ଥୀଙ୍କ ନଁା ଘୋଷଣା କରିବ। କୋର୍‌ କମିଟି ବୈଠକରେ ଯେଉଁମାନଙ୍କ ନାମ ଚୂଡ଼ାନ୍ତ ହୋଇଛି ତାହା ସଂସଦୀୟ ବୋର୍ଡକୁ ଯାଇଛି। ଶୁକ୍ରବାର ସୁଦ୍ଧା ସଂସଦୀୟ ବୋର୍ଡ ବୈଠକ ବସିବ। ଏଥିରେ ହିଁ ଦଳ କାହାକୁ ରାଜ୍ୟ ସଭା ପଠାଇବ ସେକଥା ଚୂଡ଼ାନ୍ତ ହେବ। ଅବଶ୍ୟ ଏହି ସମୟରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।

ଅନ୍ୟପଟେ ବିଜେଡିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ ଗୁରୁବାର ନବୀନ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେବାକୁ ଯାଇ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟ ସଭା ନିର୍ବାଚନ ନେଇ ସମସ୍ତ ପିଏସିର ନେତାମାନେ ଏକତ୍ରିତ ହୋଇ କହିଲେ, ନବୀନବାବୁ ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ। ଆଉ କିଛି ଆଲୋଚନା ହୋଇନାହିଁ। ଦଳର ସଭାପତି ଯାହାକୁ ପ୍ରାର୍ଥୀ କରିବେ ତାହା ହିଁ ଚୂଡ଼ାନ୍ତ ବୋଲି ସେ କହିଛନ୍ତି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଆସନ୍ତା ୨୮ ତାରିଖରେ କଂଗ୍ରେସ ରାଜ୍ୟ ସଭା ବାବଦରେ ନିଷ୍ପତ୍ତି ନେବ। ନବୀନଙ୍କ ସହ ଆଲୋଚନା ପାଇଁ ସମୟ ମାଗିଥିଲେ, ହେଲେ ସେ ଏଯାଏ ଦେଇନାହାନ୍ତି। ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଭକ୍ତ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

‘ଦି କେରଳ ଷ୍ଟୋରି ୨’ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଉଲଗ୍ନ କରିଦେଲେ ୫ ଯୁବକ: ଲହୁଲୁହାଣ…

ଭୁବନେଶ୍ୱର,୨୭।୨(ତ୍ରିନାଥ ମହାନ୍ତି):ଧଉଳି ଘଟଣାଠୁ ବଳି ଗଲା ଶହୀଦନଗର ଥାନା ୟୁନିଟ୍‌-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା…

ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ, ୧୩୩ ଜଣଙ୍କ ମୃତ୍ୟୁ ନେଇ ଦାବି

ନୂଆଦିଲ୍ଲୀ,୨୭ା୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନା ଏବେ ଖୋଲା ବିବାଦରେ ପରିଣତ ହୋଇଛି। ଏହି ସଂଘର୍ଷ ୨୧ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନ…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri