Posted inଜାତୀୟ

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର ପ୍ରସ୍ତୁତକର୍ତ୍ତା ଏବଂ ଖବର ପ୍ରସ୍ତୁତକାରୀ ସଂଗଠନଗୁଡ଼ିକ ମଧ୍ୟରେ ଯେପରି ରାଜସ୍ବର ସୁଷମ ବଣ୍ଟନ ହୁଏ, ତାହା ସୁନିଶ୍ଚିତ କରିବାକୁ ହେବ। କ୍ଷତିପୂରଣ କାରଣରୁ ଯଦି ବିଷୟବସ୍ତୁ ପ୍ରସ୍ତୁତକାରୀଙ୍କୁ ଉପଯୁକ୍ତ ପ୍ରାପ୍ୟ ନ ମିଳେ ତେବେ ନୂତନତ୍ୱ ପ୍ରଭାବିତ ହେବ ବୋଲି ଅଶ୍ୱିନୀ ସତର୍କ କରାଇଦେଇଛନ୍ତି।
ନୂଆଦିଲ୍ଲୀରେ ଡିଜିଟାଲ ନ୍ୟୁଜ୍‌ ପ୍ରକାଶକ ସଂଘ (ଡିଏନ୍‌ପିଏ) ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଅଶ୍ୱିନୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ସୃଷ୍ଟ ବିଷୟବସ୍ତୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଆଇ ଜେନେରେଟେଡ୍‌ କଣ୍ଟେଣ୍ଟ ପ୍ରସ୍ତୁତିରେ ଯେଉଁ ବ୍ୟକ୍ତିଙ୍କ ମୁହଁ, ସ୍ବର କିମ୍ବା ବ୍ୟକ୍ତିତ୍ୱକୁ ବ୍ୟବହାର କରାଯାଉଛି, ତାଙ୍କ ବିନା ଅନୁମତିରେ ତାହା କରାଯିବା ଉଚିତ ନୁହେଁ। ପିଲାମାନେ ଓ ସମସ୍ତ ନାଗରିକଙ୍କ ଅନ୍‌ଲାଇନ ସୁରକ୍ଷା ଦାୟିତ୍ୱ ପ୍ଲାଟ୍‌ଫର୍ମର। ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକ ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥାରେ ପରିବର୍ତ୍ତିତ ହୋଇଥିବା ଅଶ୍ୱିନୀ କହିଛନ୍ତି। ବୌଦ୍ଧିକ ସମ୍ପତ୍ତିକୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟସଙ୍ଗତ ପାରିଶ୍ରମିକ ମିଳିବା ଜରୁରୀ। ବିଜ୍ଞାନ,ପ୍ରଯୁକ୍ତି, କଳା ଓ ଭାଷାରେ ସମାଜର ଅଗ୍ରଗତି ଏହା ଉପରେ ନିର୍ଭର କରୁଛି। ସେଥିପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକ କେବଳ ଖବର ସଂଗଠନ ନୁହେଁ ବରଂ ଦୂରାନ୍ତ ଅଞ୍ଚଳର ସ୍ବାଧୀନ ବିଷୟବସ୍ତୁ ପ୍ରସ୍ତୁତକର୍ତ୍ତା, ଇନ୍‌ଫ୍ଲୁଏନ୍ସର, ପ୍ରଫେସର ଏବଂ ଗବେଷକମାନଙ୍କୁ ଉପଯୁକ୍ତ ରାଜସ୍ବ ବଣ୍ଟନ ସୁନିଶ୍ଚିତ କରାଯିବା ଆବଶ୍ୟକ ।
ସମସ୍ତ ପ୍ଲାଟ୍‌ଫର୍ମ ସେମାନଙ୍କ ବୁଝାମଣା ନୀତିର ପୁନର୍ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି। ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକୁ ଜାଗ୍ରତ ହେବାକୁ ହେବ ଏବଂ ବହୁ ହଜାର ବର୍ଷ ଧରି ମାନବ ସମାଜ ନିର୍ମାଣ କରିଥିବା ଅନୁଷ୍ଠାନଗୁଡ଼ିକରେ ଦୃଢ଼ ବିଶ୍ୱାସର ଗୁରୁତ୍ୱକୁ ହୃଦୟଙ୍ଗମ କରିବାକୁ ହେବ। ଅନ୍‌ଲାଇନ ସୁରକ୍ଷା, ଖବରର ନିର୍ଭରଯୋଗ୍ୟତା, ପିଲାମାନଙ୍କ ସୁରକ୍ଷା, ଅଶ୍ଳୀଳତା ବିରୋଧରେ ସୁରକ୍ଷା ଆଦି ସମସ୍ୟା ସହ ସମାଜ ଯୁଝୁଥିବାବେଳେ ଆଗାମୀ ଦଶକରେ ସେଗୁଡ଼ିକର ସମାଧାନ କରାଯିବା ଆବଶ୍ୟକ ବୋଲି ଅଶ୍ୱିନୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri