ବିଜେଡି ପାଇଁ କଣ୍ଟା ହୋଇପାରନ୍ତି ରାଜୁ

ଧାମନଗର, ୨୧।୧୦ (ଡି.ଏନ୍‌.ଏ):ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରଚାରରେ ଧାମନଗର କମ୍ପୁଛି। ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ଡେରା ପକାଇଥିବା ଭିନ୍ନ ଭିନ୍ନ ଦଳର ନେତୃବୃନ୍ଦ ପଥପ୍ରାନ୍ତ ସଭା, ପଦଯାତ୍ରା ମାଧ୍ୟମରେ ଭୋଟରଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି। ଦିନ ଗଡ଼ିବା ସହ ପ୍ରଚାର ତାତି ମଧ୍ୟ ବଢୁଛି। ବିଶେଷକରି ସ୍ବାଧୀନ ଭାବେ ଲଢ଼େଇ କରିବାକୁ ରାଜେନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ରାଜନୈତିକ ବାତାବରଣକୁ ସରଗରମ କରିଛି। ରାଜ୍ୟର ଅନ୍ୟ ବିଧାନସଭା ଆସନ ଉପନିର୍ବାଚନରେ ଫଳାଫଳ ପରି ଧାମନଗରରେ ବିଜେଡି ବାଜିମାତ୍‌ କରିବା ନେଇ ଯେଭଳି ଆଶାବାଦୀ ଥିଲା, ରାଜୁଙ୍କ ପ୍ରାର୍ଥତ୍ତ୍ୱ ଓ ତାଙ୍କ ସମର୍ଥକଙ୍କ ବିଦ୍ରୋହ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
୨୦୧୯ ସାଧାରଣ ନିର୍ବାଚନରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜେନ୍ଦ୍ରଙ୍କୁ ମାତ୍ର ୪୭୦୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ। ପରବର୍ତ୍ତୀ ସମୟରେ ଗତ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ବିଜୟ ଧାରାରେ ବିଜେଡି ଭାଜପାଠାରୁ ଆଗରେ ଥିଲା। ଏପରିକି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନଗରପାଳ ନିର୍ବାଚନରେ ବିଜେଡି ଜିତିଥିଲା। ମାତ୍ର ଏହି ଉପନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନକୁ ନେଇ କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଓ ରାଜୁଙ୍କ ପ୍ରାର୍ଥତ୍ତ୍ୱ ବିଜେଡି ଭୋଟ ବ୍ୟାଙ୍କକୁ ଦୋହଲାଇ ଦେଇପାରେ ବୋଲି ଜଣେ ବିଜେଡି ନେତା ପରୋକ୍ଷରେ ସୂଚନା ଦେଇଛନ୍ତି। ଏପରିକି ବିଜେଡିର ମୁଖ୍ୟସ୍ରୋତରେ ଥିବା ବହୁ ଛାମୁଆ କର୍ମୀ ରାଜୁଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କୁ ମନାଇବା ପାଇଁ ବିଜେଡିର ଉଦ୍ୟମ ପ୍ରଭାବହୀନ ହେବ ବୋଲି ରାଜୁଙ୍କ ସମର୍ଥକ ଦାବି କରୁଛନ୍ତି। ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଅତୀତରେ ବିଜେଡିକୁ ଭୋଟ ଦେଇଥିବା କେତେକ ଭୋଟର ଏବେ ରାଜୁ ମୁହଁା ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଉପରକୁ ଏକ ଜଣାପଡୁଥିଲେ ହେଁ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ମଧ୍ୟରେ ସମାନ୍ତରାଳ ସଙ୍ଗଠନ ରହିଛି। ଯଦିଓ ବିଜେଡି ମିଶନଶକ୍ତିକୁ ଆଧାର କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି, ତେବେ ବୁଦ୍ଧିଜୀବୀ ମହଲ ଓ ଦଳର କିଛି ପ୍ରମୁଖ ବ୍ୟକ୍ତି ଅବନ୍ତୀଙ୍କ ପ୍ରାର୍ଥତ୍ତ୍ୱକୁ ହଜମ କରିପାରୁ ନାହାନ୍ତି।
ଅନ୍ୟପକ୍ଷେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ। ଧାମନଗର ପୂର୍ବତନ ବିଧାୟକ ତଥା ଭାଜପାର ବରିଷ୍ଠ ନେତା ମନମୋହନ ସାମଲ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି। ବିଜେଡି ଅନ୍ତଃ କନ୍ଦଳରୁ ଭାଜପା ଫାଇଦା ନେବାର ଆଶା ରଖିଛି। ବିଷ୍ଣୁଙ୍କ ପରଲୋକର ଗୋଟିଏ ମାସ ପୂର୍ତ୍ତି ଅବସରରେ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶ୍ରଦ୍ଧାଞ୍ଜଳି ସଭା କରି ଭୋଟରଙ୍କୁ ସୂର୍ଯ୍ୟବଂଶୀଙ୍କ ପ୍ରତି ଅନୁକମ୍ପା ଭୋଟ ହାତେଇବାକୁ ଉଦ୍ୟମ କରାଯାଉଛି। ସେହିପରି ସୂର୍ଯ୍ୟବଂଶୀ ପ୍ରତ୍ୟକ୍ଷ ଭାବେ ଭୋଟରଙ୍କୁ ଭେଟି ଆଶୀର୍ବାଦ ଲୋଡୁଛନ୍ତି। ଏହାବ୍ୟତୀତ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ବିଭିନ୍ନ ଗଁାକୁ ଯାଇ ଲୋକଙ୍କୁ ଭେଟୁଛନ୍ତି। ତାଙ୍କ ସପକ୍ଷରେ କଂଗ୍ରେସ ପାରମ୍ପରିକ ଭୋଟ ବ୍ୟତୀତ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଭଲ ଭୋଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଏହି ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ପ୍ରଚାର ଦିନକୁ ଦିନ ରୋଚକ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri