ପଟ୍ଟାମୁଣ୍ଡାଇ, ୨୦ା୮(ଅକ୍ଷୟ ବିଶ୍ୱାଳ/କଳ୍ପତରୁ ନାୟକ)ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉପସ୍ଥିତି ଜାହିର କରିଥିଲା। ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିବା ଜିଲାର ପ୍ରମୁଖ ଅଙ୍ଗ ଭାବେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଓଡ଼ିଶାର ରାଜନୈତିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ଓଡ଼ିଶାର ଅନ୍ୟତମ ପ୍ରମୁଖ ବାଣିଜି୍ୟକ ପେଣ୍ଠ ଭାବେ ପଟ୍ଟାମୁଣ୍ଡାଇର ସୁନାମ ରହିଛି। ଗତ ସୀମା ପୁନଃ ନିର୍ଦ୍ଧାରଣରେ ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ବିଧାନସଭା ଆସନ ଲୋପ ପାଇବା ସହ ପଟ୍ଟାମୁଣ୍ଡାଇ ତା’ର ସତ୍ତା ହରାଇ ବସିଥିଲା, ଯାହା ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ କୁଠାରାଘାତ କରିଥିଲା। ବିଲୁପ୍ତ ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନ ମଧ୍ୟରେ ମିଶାଇ ଦିଆଯାଇଛି। ପଟ୍ଟାମୁଣ୍ଡାଇବାସୀଙ୍କ ସ୍ବାର୍ଥ, ସ୍ବାଭିମାନର ସୁରକ୍ଷା ଓ ହୃତ୍ ଗୌରବକୁ ଫେରାଇ ଆଣିବାକୁ ଅଣରାଜନୈତିକ ଗଣସଙ୍ଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଦୀର୍ଘ ୧୫ ବର୍ଷ ହେବ ବିଭିନ୍ନ ଆନ୍ଦୋଳନ ଜାରି ରଖିଛି। ରାଜନଗର ବିଧାନସଭା ଆସନ ସହ ପଟ୍ଟାମୁଣ୍ଡାଇ ନାମ ଯୋଡ଼ି ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଘୋଷଣା ସହ ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ଓ ରାଜନଗର ଏନ୍ଏସି ଘୋଷଣା ଦାବି ଉପରେ ଫୋକସ କରାଯାଇଛି। ଏହି ଦାବି ପୂରଣ ପାଇଁ ବିକାଶ ପରିଷଦ ଭାରତବର୍ଷର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଖବରଦାତାମାନଙ୍କୁ ସବିଶେଷ ସୂଚନା ଦେଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଆଇନଜୀବୀ ବିଜୟ କେତନ ସ୍ବାଇଁ, ଆବାହକ ପ୍ରଫେସର ଉମେଶ ଚନ୍ଦ୍ର ପରିଡ଼ା, ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଆଇନଜୀବୀ ରାମକୃଷ୍ଣ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ କୃଷକ ପରିଷଦ ଆବାହକ ରଞ୍ଜନ ରାଉତ, ସଂଖ୍ୟାଲଘୁ ପରିଷଦ ଆବାହକ ସେକ୍ ଜାକିର ହୁସେନ, ପଟ୍ଟାମୁଣ୍ଡାଇ ନଗର ଯୁବ ପରିଷଦ ଆବାହକ ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ତଥା ଅଘୋଷିତ ସବ୍ଡିଭିଜନ ଏବଂ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗରର ପ୍ରବେଶ ଦ୍ୱାର ପଟ୍ଟାମୁଣ୍ଡାଇ ସୀମା ପୁନଃ ନିର୍ଦ୍ଧାରଣ ପରେ ନିଜର ସତ୍ତା ହରାଇ ବସିଛି। ସମସ୍ତ ଯୋଗ୍ୟତା ଓ ଭିତ୍ତିଭୂମି ସତ୍ତ୍ୱେ ରାଜସ୍ବ ସବ୍ଡିଭିଜନ ଘୋଷଣାରୁ ବଞ୍ଚତ୍ତ ହୋଇଛି। ଫଳରେ ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ଓ ରାଜନଗର ନିର୍ବାଚନମଣ୍ଡଳୀରେ ପଟ୍ଟାମୁଣ୍ଡାଇ ନଁା ନ ଥିବାବେଳେ ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ଘୋଷଣା ଶୀତଳଭଣ୍ଡାରରେ ରହିଛି।
ରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିବା ପ୍ରତିନିଧିମାନେ ରାଜ୍ୟ ବିଧାନସଭାରେ ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ଦାବି ବାରମ୍ବାର ଉଠାଇଥିଲେ ମଧ୍ୟ ସରକାରୀସ୍ତରରେ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ବାଧ୍ୟହୋଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ଦାବି ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ଉଚ୍ଚ ନ୍ୟାୟାଳୟ ଏ ଦିଗରେ ଉପଯୁକ୍ତ ବିଚାର କରି ଅବିଳମ୍ବେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଥିସହ ଓଡ଼ିଶା ରାଜ୍ୟପାଳ ବିକାଶ ପରିଷଦର ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ଦାବି ଉପରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ପଟ୍ଟାମୁଣ୍ଡାଇରେ ସବ୍ଡିଭିଜନ ହସ୍ପିଟାଲ, ଏଡିଜେ କୋର୍ଟ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବିଦ୍ୟୁତ୍, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସବ୍ଡିଭିଜନ କାର୍ଯ୍ୟାଳୟ, କୃଷି ଜିଲା କାର୍ଯ୍ୟାଳୟ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି। ଉପରୋକ୍ତ ଦାବି ସହ ବହୁ ପ୍ରତୀକ୍ଷିତ ପଟ୍ଟାମୁଣ୍ଡାଇ ସରକାରୀ ବସ୍ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଲେ ପଟ୍ଟାମୁଣ୍ଡାଇ, ରାଜନଗରବାସୀଙ୍କ ସ୍ବପ୍ନ ସାକାର ହେବ। ଏହି ଦାବି ହାସଲ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ତା’ର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଚେତାବନୀ ଦେଇଛି।
Posted inHome, Home Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
Archives


