ବର୍ଷାରେ ଭିଜି ରଥ ଟାଣିଲେ ଭକ୍ତ: ତିନି ଦିନ ପରେ ମାଉସୀମା ମନ୍ଦିରରେ ପହଞ୍ଚିଲେ ରାଜନଗର ଦଧିବାମନ ଜିଉ

ପାଟଣା, ୧୮।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ରାଜନଗର ସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ଘୋଷଯାତ୍ରାରେ ଘଟିଥିବା ରଥ ଅଘଟଣର ସଫଳ ସମାଧାନ ହୋଇଛି। ଗୁରୁବାର ପରମ୍ପରା ଅନୁଯାୟୀ ରଥଯାତ୍ରା ଆରମ୍ଭ ହୋଇଥିବା ବେଳେ ମାତ୍ର ୩୦ ମିଟର ଗଡ଼ିବା ପରେ ରଥର ପଛ ପଟ ଦୁଇଟି ଅଖ ଭାଙ୍ଗି ଯାଇଥିଲା। ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରଥ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲା। ପାଟଣା ତହସିଲଦାର ଆଶ୍ୱିନ କୁମାର ନାଏକ ଗୁରୁବାର ରାତିରେ ହିଁ ନୂତନ ଅଖ ପାଇଁ କାଠ ଯୋଗାଡ଼ କରିଥିଲେ।

ଏହାପରେ ଶୁକ୍ରବାର କେନ୍ଦୁଝରରୁ ଡେପୁଟି କଲେକ୍ଟର ପ୍ରକାଶ ସେଠୀ, ଜଣେ ସୁପରଭାଇଜର ଓ ଦୁଇଜଣ ମହାରଣା (ରଥ କାରିଗର) ଘଟଣାସ୍ଥଳରେ ପହଞ୍ଚି ରଥର ମରାମତି କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶନିବାର ରଥ ପ୍ରସ୍ତୁତ ହେବା ପରେ ପ୍ରବଳ ବର୍ଷା ସତ୍ତ୍ୱେ ସୀମିତ ସଂଖ୍ୟକ ଭକ୍ତ ବର୍ଷାରେ ଭିଜି ଭିଜି ଶ୍ରଦ୍ଧାର ସହ ରଥକୁ ଟାଣି ନେଇଥିଲେ। ଶେଷରେ ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିରରେ ପହଞ୍ଚିଛି।

ରାଜନଗରରେ ପରିଛା ଦୁର୍ଯ୍ୟୋଧନ ମିଶ୍ରଙ୍କ ଉପସ୍ଥିତିରେ ବ୍ରହ୍ମା ପ୍ରଦୀପ କୁମାର ମିଶ୍ରଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। କୋଠ ତହସିଲଦାର ତଥା କଣ୍ଟିଆପଡ଼ା ଆର.ଆଇ. ଶିବ ପ୍ରସାଦ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶିକ୍ଷାବିତ୍ ଅକ୍ଷୟ ନାରାୟଣ ମିଶ୍ର ରଥଯାତ୍ରାର ସମଗ୍ର ଧାରାବିବରଣୀ ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri