ଅବ୍ୟବସ୍ଥାରେ ରାଜୀବ ଆବାସ, ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍‌

ବ୍ରହ୍ମପୁର ଅଫିସ,୬ା୧୨: ବସ୍ତି ବାସିନ୍ଦାଙ୍କୁ ମାୈଳିକ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି ମର୍ମରେ ରାଜ୍ୟର ବିଭିନ୍ନ ସହରରେ ସ୍ଥାନ ଚିହ୍ନଟ କରାଯାଇ ରାଜୀବ ଆବାସ ନିର୍ମାଣ କରାଯାଇଥିଲା। ଫଳରେ ସହରର ବସ୍ତି ବାସିନ୍ଦା ଏଠାରେ ବସବାସ କରି ସମସ୍ତ ମାୈଳିକ ସୁବିଧା ପାଇବାରେ ଉପକୃତ ହୋଇପାରିବେ। କିନ୍ତୁ ତାହା ଅବ୍ୟବସ୍ଥାରେ ରହିଛି।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୦୧୫-୧୬ରେ ସହରର ଧୋବା ବନ୍ଧ, ଉତ୍ତରାମୁଖୀ, ଚନ୍ଦନ ନଗର, ଜଗବନ୍ଧୁ ହୁଡ଼ା, ଆଇନା ବନ୍ଧ, ପୂର୍ଣ୍ଣବାସୀ କଲୋନୀ, ନୀଳାଦ୍ରି ବିହାର, ନେହେରୁ ନଗର, ପଣ୍ଡା କଲୋନୀ, ଆନନ୍ଦ ସରଣୀ, ଫାଷ୍ଟ ଗେଟ୍‌ ତେଲି ଶ୍ମାଶାନ୍‌, ପାନକାନା ପଲ୍ଲୀ ଓ ସୋମାନାଥ ନଗର ଆଦି ଅଞ୍ଚଳରେ ଜାଗା ଚିହ୍ନଟ କରାଯାଇ ରାଜୀବ ଆବାସ ନିର୍ମାଣ ହୋଇଥିଲା। ଏଥିରୁ ୮ ଟି ସ୍ଥାନରେ କାମ ଶେଷ ହୋଇଥିବା ବେଳେ ବଳକା କାର୍ଯ୍ୟ ଚାଲିଛି। ବିଏମ୍‌ସି ପକ୍ଷରୁ ୨୧୮୦ ପରିବାରଙ୍କ ନିମନ୍ତେ ୧୭୦୦ ଘର ନିର୍ମାଣ ସରିଛି। ଏଥିରେ ଏକ ହଜାର ଲୋକ ବାସ କରୁଛନ୍ତି। ଯେଉଁଥିପାଇଁ ପରିବାର ପିଛା ୪୦ ହଜାର ଟଙ୍କା ଆଦାୟ ମଧ୍ୟ କରିଛି। ଖୁବ୍‌ ଶୀଘ୍ର ଅନ୍ୟ ଗୃହ କାର୍ଯ୍ୟ ଶେଷ ହେବ ବୋଲି ବିଏମ୍‌ସି ସହକାରୀ ନିର୍ବାହୀ ଯନ୍ତ୍ରୀ ଏମ୍‌.ନାଗେଶ୍ୱର ସୁବୁଦ୍ଧି କହିଛନ୍ତି। ତେବେ ବିଏମ୍‌ସି ପକ୍ଷରୁ ନିର୍ମାଣ ଗୃହଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ବସ୍ତି ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାର ଉଦାହରଣ ହେଉଛି ମହାନଗର ନିଗମ ୧ ନମ୍ବର ୱାର୍ଡ଼ ଅନ୍ତର୍ଗତ ଉତ୍ତରାମୁଖୀ ସାହିରେ ଥିବା ରାଜୀବ ଆବାସ। ଏଠାରେ ଥିବା ଛଅଟି ବ୍ଲକରେ ପ୍ରାୟ ୧୦୦ ପରିବାର ରହୁଛନ୍ତି। ସହରର ହରିଡ଼ାଖଣ୍ଡି, ଶକ୍ତି ନଗର, ଧର୍ମନଗର, କେନାଲ ସାହି, ଫାଷ୍ଟ ଗେଟ୍‌ ଓ ମାଛ ମାର୍କେଟ ଆଦି ଅଞ୍ଚଳରେ ବସ୍ତି ବାସିନ୍ଦା ରହୁଛନ୍ତି। କିନ୍ତୁ ଏଠାରେ ଥିବା ଲୋକଙ୍କ ସମସ୍ୟା କହିଲେ ନ ସରେ। ବିଏମ୍‌ସି ପକ୍ଷରୁ ଗୃହ ହସ୍ତାନ୍ତର କରାଯାଇଛି ସତ କିନ୍ତୁ ସମସ୍ୟା ସମାଧାନ କ୍ଷେତ୍ରରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଏଠାରେ ରହିଥିବା ଡ଼୍ରେନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ପଡ଼ିଛି। ଦୀର୍ଘ ଦିନ ଧରି ଏହାର ମରାମତି ହେଉ ନ ଥିବାରୁ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ଲୋକେ ନାନା ହଇରାଣ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି ସତ କିନ୍ତୁ ଲାଇଟ୍‌ ଠିକ୍‌ ଭାବେ ଜଳୁ ନାହିଁ। ଫଳରେ ସଞ୍ଜ ନଇଁଲେ ବାସିନ୍ଦାମାନେ କାୈଣସି ଜରୁରୀ କାର୍ଯ୍ୟରେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି। ଏଥିସହ ନଳକୂପର ଅଛି, କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ଏଠାକାର ଲୋକେ ନିଜ ଖର୍ଚ୍ଚରେ ତିଆରି କରୁଛନ୍ତି।

ନାଳ ନର୍ଦ୍ଦମା କିମ୍ବା ଅଳିଆ ଆବର୍ଜନା ସଫା ନିମନ୍ତେ କାୈଣସି ସଫେଇ କର୍ମଚାରୀ ଆସୁ ନ ଥିବା ବାସିନ୍ଦା କହିଛନ୍ତି। ଫଳରେ ମଶା ମାଛିଙ୍କ ପ୍ରାଦୃଭାବ ବଢୁଛି। କୋଠାର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏ ନେଇ ବିଏମ୍‌ସି ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଏମ୍‌.ନାଗେଶ୍ୱର ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଖବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri