Posted inଖେଳ

ରଜତ ପଟିଦାର RCBର ନୂଆ ଅଧିନାୟକ, ଘରୋଇ ଟୁର୍ନାମେଣ୍ଟରେ କରୁଛନ୍ତି ଜବରଦସ୍ତ ପ୍ରଦର୍ଶନ

ବେଙ୍ଗାଲୁରୁ,୧୩।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହା ହୋଇନାହିଁ। ଦଳ ପଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ପଟିଦାର ୨୦୨୧ ମସିହାରେ ଆରସିବି’ରେ ଯୋଗ ଦେଇଥିଲେ। ସେବେଠାରୁ ସେ ଦଳର ଏକ ଅଂଶ ଅଛନ୍ତି।

ରଜତ ପଟିଦାରଙ୍କୁ RCB ରିଟେନ୍ କରିଥିଲା

ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ, ଆରସିବି କେବଳ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା, ଯେଉଁଥିରେ ରଜତ ପଟିଦାର ମଧ୍ୟ ଥିଲେ। ଦଳ ପାଟିଦାରଙ୍କୁ ୧୧ କୋଟି ଟଙ୍କାରେ ମୂଲ୍ୟରେ ଦଳରେ ରଖିଥିଲା। ପଟିଦାରଙ୍କ ବ୍ୟତୀତ, ଆରସିବି ବିରାଟ କୋହଲି ଏବଂ ୟଶ ଦୟାଲଙ୍କୁ ଦଳରେ ରଖିଥିଲା। କୋହଲିଙ୍କୁ ୨୧ କୋଟି ଟଙ୍କା ଏବଂ ୟଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ରିଟେନ୍ କରିଥିଲା।

ପ୍ରଶଂସକମାନେ ନୂତନ ଅଧିନାୟକ ରଜତ ପଟିଦାରଙ୍କ ସହିତ ଆଇପିଏଲ ୨୦୨୫ରେ ପ୍ରଥମ ଆଇପିଏଲ ଟାଇଟଲ ପାଇଁ ଆଶା କରିବେ। ପଟିଦାର ଏପର୍ଯ୍ୟନ୍ତ ଆରସିବି ପାଇଁ ଜଣେ ବ୍ୟାଟସମ୍ୟାନ୍ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ଏବେ ଦେଖିବା ଆକର୍ଷଣୀୟ ହେବ ଯେ ସେ ଜଣେ ଅଧିନାୟକ ଭାବରେ ଦଳ ପାଇଁ କିପରି ପ୍ରଦର୍ଶନ କରୁଛନ୍ତି।

ରଜତ ପଟିଦାରଙ୍କ ଆଇପିଏଲ କ୍ୟାରିଅର

ସୂଚନାଯୋଗ୍ୟ ଯେ ରଜତ ପାଟିଦାର ୨୦୨୧ ମସିହାରେ ଆରସିବି ପାଇଁ ଖେଳି ଆଇପିଏଲରେ ଡେବ୍ୟୁ କରିଥିଲେ। ପଟିଦାର ଏପର୍ଯ୍ୟନ୍ତ କେବଳ ଆରସିବିର ଅଂଶ ହୋଇଆସିଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍‌ର ୨୪ଟି ଇନିଂସରେ ସେ ୩୪.୭୩ ହାରରେ ଏବଂ ୧୫୮.୮୪ ଷ୍ଟ୍ରାଇକ୍ ରେଟ୍‌ରେ ୭୯୯ ରନ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ୍, କହିଲେ ହାର୍ଦ୍ଦିକଙ୍କ ସବୁଠୁ ବଡ଼ ଭୁଲ….

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

IND VS NZ: ଭାରତର ପ୍ଲେଇଂ ୧୧ରେ ୩ଟି ବଡ଼ ପରିବର୍ତ୍ତନ; ୬ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ମାଉଣ୍ଟ ମାଉଙ୍ଗାନୁଇ ଠାରେ ଖେଳାଯିବ। ଶୁବମନ ଗିଲଙ୍କ…

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

ଟସ ଜିତିଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?