Posted inଖେଳ

ରାଜସ୍ଥାନର ଜବରଦସ୍ତ ବିଜୟ

ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ହାଇସ୍କୋରିଂ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦମ୍‌ଦାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪ରନରେ ଜବରଦସ୍ତ ବିଜୟ ହାସଲ କରିଛି। ଶାରଜାର ଅପେକ୍ଷାକୃତ ଏହି ଛୋଟ ଗ୍ରାଉଣ୍ଡରେ ଉଭୟ ଇନିଂସରେ ଛକା ଓ ଚୌକା ବର୍ଷା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୨ ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୩ ଓଭରରେ ୬ ଉଇକେଟ ହରାଇ ୨୨୬ ରନ କରି ବଜୟୀ ହୋଇଥିଲା। ୧୮ତମ ଓଭରରେ ସେଲଡନ କଟ୍ରେଲଙ୍କୁ ୫ଟି ଛକା ମାରି ରାହୁଲ ଟଓ୍ବୋଟିଆ ପଞ୍ଜାବ ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଦଳ ତରଫରୁ ଇନ୍‌ଫର୍ମ ସଞ୍ଜୁ ସାମସନ ୮୫ ରନ (୪୨ ବଲ, ୪ ଚୌକା, ୭ ଛକା), ଷ୍ଟିଭ୍‌ ସ୍ମିଥ ୫୦ ରନ (୨୭ ବଲ, ୭ ଚୌକା, ୨ ଛକା), ଟଓ୍ବୋଟିଆ ୫୩ ରନ (୩୧ ବଲ, ୭ ଛକା) କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରବିନ୍‌ ଉଥାପ୍ପା ୯ ରନକରି ଆଉଟ ହୋଇଥିବା ବେଳେ ଜୋଫ୍ରା ଆର୍ଚର ୩ ବଲରୁ ୨ ଛକା ସହ ୧୩ ରନକରି ଅପରାଜିତ ରହି ଦଳ ବିଜୟରେ ମୁଣ୍ଡି ମାରିଥିଲେ। ବୋଲିଂରେ ମହମ୍ମଦ ସାମି ୩, କଟ୍ରେଲ, ନିଶାମ ଓ ମୁରୁଗାନ ଅଶ୍ୱିନ ଗୋଟଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଦୁଇ ଓପନର ରାହୁଲ ଓ ମୟଙ୍କ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ବୋଲିଂକୁ ମାମୁଲି ସାବ୍ୟସ୍ତ କରି ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ରଥମ ଉଇକେଟରେ ୧୦୦ଟି ବଲର ସମ୍ମୁଖୀନ ହୋଇ ୧୮୩ ରନ ସଂଗ୍ରହ କରିଥିଲେ। ଏଥିସହ ଏହି ଦୁଇ ଓପନର ଚଳିତ ସଂସ୍କରଣ ପାଇଁ ପ୍ରଥମ ଉଇକେଟ ଯୋଡିରେ ସର୍ବାଧିକ ରନ୍‌ ସଂଗ୍ରହ କରି ରେକର୍ଡ କରିଛନ୍ତି। ତେବେ ଆଉ ୨ ରନ କରିଥିଲେ ଏମାନେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଓପନିଂ ଉଇକେଟ ପାର୍ଟନରଶିପ୍‌ କରିଥାନ୍ତେ। ତେବେ ମୟଙ୍କ ୫୦ ବଲରୁ ୧୦ ଚୌକା ଓ ୭ ଛକା ସହ ୧୦୬ ରନର ଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ଟମ୍‌ କୁରାନଙ୍କ ବଲ୍‌ରେ ଛକା ମାରିବାକୁ ପ୍ରୟାସ କରି ଡିପ୍‌ ମିଡ୍‌ ଉଇକେଟରେ ସଞ୍ଜୁ ସାମସନଙ୍କ ହାତରେ ଧରା ପଡିଥିଲେ। ଏଥି ସହ ମୟଙ୍କ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି ଓ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ଏହାପୂର୍ବରୁ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚଳିତ ଆଇପିଏଲ୍‌ର ୧୩୨ ରନ ସଂଗ୍ରହ କରି ପ୍ରଥମ ଶତକ ହାସଲ କରିଥିଲେ। ମୟଙ୍କ ମାତ୍ର ୨୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଆଉଟ ହେବା ପରେ ରାହୁଲ ୫୪ ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅଙ୍କିତ ରାଜପୁତଙ୍କ ବଲ୍‌ରେ ଥାର୍ଡମ୍ୟାନ ବାଉଣ୍ଡାରିରେ ଶ୍ରେୟାସ ଗୋପାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ନିକୋଲାସ ପୁରନ ୮ଟି ବଲ୍‌ ଖେଳି ୧ ଚୌକା ଓ ୩ ଛକା ସହ ୨୫ ଓ ଅଲରାଉଣ୍ଡର ମ୍ୟାକ୍ସଓ୍ବେଲ ୯ ବଲରୁ ୨ ଚୌକା ସହ ୧୩ ରନ କରି ଅପରାଜିତ ରହିବା ସହ ଦଳକୁ ବୃହତ୍‌ ୨୨୩ ରନରେ ପହଞ୍ଚାଇଥିଲେ। ବୋଲିଂରେ ରାଜପୁତ ଓ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୨୨୩/୨
(ମୟଙ୍କ- ୧୦୬, ରାହୁଲ- ୬୯, ପୁରନ- ୨୫*, ରାଜପୁତ- ୧/ ୩୯, କୁରାନ- ୧/୪୪)।
ରାଜସ୍ଥାନ ରୟାଲ୍ସ ୧୯.୩ ଓଭରରେ ୨୨୬/୬
(ସ୍ମିଥ୍‌- ୫୦, ସାମସନ- ୮୫, ଟଓ୍ବୋଟିଆ- ୫୩, ନିଶାମ- ୧/୪୦, କଟ୍ରେଲ- ୧/୫୨, ସାମି- ୩/୫୩, ମୁରୁଗାନ ଅଶ୍ୱିନ- ୧/୧୬, ନିଶାମ- ୧/୪୦ )।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri