Posted inଖେଳ

ରାଜସ୍ଥାନର ଜବରଦସ୍ତ ବିଜୟ

ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ହାଇସ୍କୋରିଂ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦମ୍‌ଦାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪ରନରେ ଜବରଦସ୍ତ ବିଜୟ ହାସଲ କରିଛି। ଶାରଜାର ଅପେକ୍ଷାକୃତ ଏହି ଛୋଟ ଗ୍ରାଉଣ୍ଡରେ ଉଭୟ ଇନିଂସରେ ଛକା ଓ ଚୌକା ବର୍ଷା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୨ ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୩ ଓଭରରେ ୬ ଉଇକେଟ ହରାଇ ୨୨୬ ରନ କରି ବଜୟୀ ହୋଇଥିଲା। ୧୮ତମ ଓଭରରେ ସେଲଡନ କଟ୍ରେଲଙ୍କୁ ୫ଟି ଛକା ମାରି ରାହୁଲ ଟଓ୍ବୋଟିଆ ପଞ୍ଜାବ ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଦଳ ତରଫରୁ ଇନ୍‌ଫର୍ମ ସଞ୍ଜୁ ସାମସନ ୮୫ ରନ (୪୨ ବଲ, ୪ ଚୌକା, ୭ ଛକା), ଷ୍ଟିଭ୍‌ ସ୍ମିଥ ୫୦ ରନ (୨୭ ବଲ, ୭ ଚୌକା, ୨ ଛକା), ଟଓ୍ବୋଟିଆ ୫୩ ରନ (୩୧ ବଲ, ୭ ଛକା) କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରବିନ୍‌ ଉଥାପ୍ପା ୯ ରନକରି ଆଉଟ ହୋଇଥିବା ବେଳେ ଜୋଫ୍ରା ଆର୍ଚର ୩ ବଲରୁ ୨ ଛକା ସହ ୧୩ ରନକରି ଅପରାଜିତ ରହି ଦଳ ବିଜୟରେ ମୁଣ୍ଡି ମାରିଥିଲେ। ବୋଲିଂରେ ମହମ୍ମଦ ସାମି ୩, କଟ୍ରେଲ, ନିଶାମ ଓ ମୁରୁଗାନ ଅଶ୍ୱିନ ଗୋଟଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଦୁଇ ଓପନର ରାହୁଲ ଓ ମୟଙ୍କ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ବୋଲିଂକୁ ମାମୁଲି ସାବ୍ୟସ୍ତ କରି ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ରଥମ ଉଇକେଟରେ ୧୦୦ଟି ବଲର ସମ୍ମୁଖୀନ ହୋଇ ୧୮୩ ରନ ସଂଗ୍ରହ କରିଥିଲେ। ଏଥିସହ ଏହି ଦୁଇ ଓପନର ଚଳିତ ସଂସ୍କରଣ ପାଇଁ ପ୍ରଥମ ଉଇକେଟ ଯୋଡିରେ ସର୍ବାଧିକ ରନ୍‌ ସଂଗ୍ରହ କରି ରେକର୍ଡ କରିଛନ୍ତି। ତେବେ ଆଉ ୨ ରନ କରିଥିଲେ ଏମାନେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଓପନିଂ ଉଇକେଟ ପାର୍ଟନରଶିପ୍‌ କରିଥାନ୍ତେ। ତେବେ ମୟଙ୍କ ୫୦ ବଲରୁ ୧୦ ଚୌକା ଓ ୭ ଛକା ସହ ୧୦୬ ରନର ଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ଟମ୍‌ କୁରାନଙ୍କ ବଲ୍‌ରେ ଛକା ମାରିବାକୁ ପ୍ରୟାସ କରି ଡିପ୍‌ ମିଡ୍‌ ଉଇକେଟରେ ସଞ୍ଜୁ ସାମସନଙ୍କ ହାତରେ ଧରା ପଡିଥିଲେ। ଏଥି ସହ ମୟଙ୍କ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି ଓ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ଏହାପୂର୍ବରୁ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚଳିତ ଆଇପିଏଲ୍‌ର ୧୩୨ ରନ ସଂଗ୍ରହ କରି ପ୍ରଥମ ଶତକ ହାସଲ କରିଥିଲେ। ମୟଙ୍କ ମାତ୍ର ୨୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଆଉଟ ହେବା ପରେ ରାହୁଲ ୫୪ ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅଙ୍କିତ ରାଜପୁତଙ୍କ ବଲ୍‌ରେ ଥାର୍ଡମ୍ୟାନ ବାଉଣ୍ଡାରିରେ ଶ୍ରେୟାସ ଗୋପାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ନିକୋଲାସ ପୁରନ ୮ଟି ବଲ୍‌ ଖେଳି ୧ ଚୌକା ଓ ୩ ଛକା ସହ ୨୫ ଓ ଅଲରାଉଣ୍ଡର ମ୍ୟାକ୍ସଓ୍ବେଲ ୯ ବଲରୁ ୨ ଚୌକା ସହ ୧୩ ରନ କରି ଅପରାଜିତ ରହିବା ସହ ଦଳକୁ ବୃହତ୍‌ ୨୨୩ ରନରେ ପହଞ୍ଚାଇଥିଲେ। ବୋଲିଂରେ ରାଜପୁତ ଓ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୨୨୩/୨
(ମୟଙ୍କ- ୧୦୬, ରାହୁଲ- ୬୯, ପୁରନ- ୨୫*, ରାଜପୁତ- ୧/ ୩୯, କୁରାନ- ୧/୪୪)।
ରାଜସ୍ଥାନ ରୟାଲ୍ସ ୧୯.୩ ଓଭରରେ ୨୨୬/୬
(ସ୍ମିଥ୍‌- ୫୦, ସାମସନ- ୮୫, ଟଓ୍ବୋଟିଆ- ୫୩, ନିଶାମ- ୧/୪୦, କଟ୍ରେଲ- ୧/୫୨, ସାମି- ୩/୫୩, ମୁରୁଗାନ ଅଶ୍ୱିନ- ୧/୧୬, ନିଶାମ- ୧/୪୦ )।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri