Posted inଖେଳ

ରାଜସ୍ଥାନରେ ଅଟକିଲା ଚେନ୍ନାଇ

ଆବୁଧାବି, ୨।୧୦: ଆଇପିଏଲରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକ୍ୱାଡଙ୍କ ଶତକ ଫିକା ପଡ଼ିଛି। ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ଚେନ୍ନାଇକୁ ପରାସ୍ତ କରିଛି। ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ ରନ କରିଥିଲା। ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶିବମ ଦୁବେ ସର୍ବାଧିକ ୬୪(୪୨ ବଲ, ୪ ଚୌକା, ୪ ଛକା) ରନ କରି ଅପରାଜିତ ଥିବାବେଳେ ଯଶସ୍ବୀ ଜୟସ୍ବାଲ ୫୦, ଅଧିନାୟକ ସଞ୍ଜୁ ସାମସନ ୨୮ ଓ ଇଭିନ ଲିଓ୍ବିସ୨୭ ରନ କରି ଦଳକୁ ଜିତାଇଥିଲେ। ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୨ଟି ଉଇକେଟ ନେଇଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ଓପନିଂ ଯୋଡ଼ିରେ ୪୭ ରନ ସଂଗ୍ରହ କରି ଦୃଢ଼ ଭିତ୍ତି ପକାଇଥିଲା। ଦଳୀୟ ଆକ୍ରମଣର ନେତୃତ୍ୱ ନେଇଥିଲେ ଯୁବ ଓପନିଂ ବ୍ୟାଟର ଋତୁରାଜ ଗାଏକ୍ୱାଡ। ଫଳରେ ଫାଫ୍‌ ଡୁ’ପ୍ଲେସି ୨୫(୧୯ ବଲ, ୨ ଚୌକା, ୧ ଛକା), ସୁରେଶ ରାଇନା (୩), ମୋଇନ ଅଲୀ ୨୧(୧୭ ବଲ, ୧ ଚୌକା, ୧ ଛକା) ଓ ଅମ୍ବାତି ରାୟୁଡ଼ୁ ୨ ରନରେ ଆଉଟ ହୋଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା। ୧୯.୫ ଓଭର ବେଳକୁ ଋତୁରାଜ ୯୫ ରନରେ ଅପରାଜିତ ଥିଲେ। ତେଣୁ ତାଙ୍କ ପ୍ରଥମ ଆଇପିଏଲ ଶତକ ପୂରଣ ହେବ କି ନାହିଁ ତାହା ଦେଖିବାକୁ ଉତ୍କଣ୍ଠା ରହିଥିଲା। ମାତ୍ର ମୁସ୍ତାଫିଜୁର ରହମନଙ୍କ ଶେଷ ବଲ୍‌କୁ ସେ ଛକାରେ ପରିଣତ କରି ଆଇପିଏଲରେ ପ୍ରଥମ ଶତକ ହାସଲ କରିଥିଲେ। ୬୦ଟି ବଲ୍‌ର ସମ୍ମୁଖୀନ ହୋଇ ଋତୁରାଜ ୯ ଚୌକା ଓ ୫ ଛକା ସହାୟତାରେ ୧୦୧ ରନକରି ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡେଜା ମାତ୍ର ୧୫ ବଲ୍‌ରୁ ୩୨(୪ ଚୌକା, ୧ ଛକା)ରେ ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ରାହୁଲ ଟଓ୍ବୋଟିଆ ୩ଟି ଓ ଚେତନ ସାକାରିଆ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri