Posted inଜାତୀୟ

ନିର୍ବାଚନରେ ହାରିଗଲେ ବିଧାୟକଙ୍କ ପିଏଙ୍କ ପତ୍ନୀ; ଗାଁରୁ ଖୋଲି ନେଇଗଲେ…

ଜୟପୁର,୨୨।୧୧: ନିର୍ବାଚନରେ ପରାଜୟ ପରେ ଗାଁରୁ ଖୋଲି ନିଆଗଲା ଷ୍ଟ୍ରିଟ୍‌ ଲାଇଟ୍‌। ଏଭଳି ଏକ ରୋଚକ ଘଟଣା ରାଜସ୍ଥାନର ଟୋଙ୍କ ଜିଲାରୁ ସାମ୍ନାକୁ ଆସିଛି । ପଞ୍ଚାୟତ ସମିତି ନିର୍ବାଚନରେ ଜଣେ ବିଧାୟକଙ୍କ ପିଏଙ୍କ ପତ୍ନୀ ପରାଜିତ ହେବା ପରେ ଗାଁରେ ଲାଗିଥିବା ପ୍ରାୟ ୫୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଖୋଲି ନିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, ଟୋଙ୍କ ଜିଲାର ପିପଲୁ ପଞ୍ଚାୟତ ସମିତିର ୱାର୍ଡ ନମ୍ବର-୨ରୁ ନିୱାଇ ବିଧାୟକ ରାମ ସହାୟ ବର୍ମାଙ୍କ ପିଏଙ୍କ ପତ୍ନୀ ପ୍ରିୟଙ୍କା ଶର୍ମା ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ ଲଢ଼ୁଥିଲେ। ଦୀପାବଳି ପୂର୍ବରୁ ଗାଁ ଓ ଢାଣିଗୁଡ଼ିକରେ ପ୍ରାୟ ୫୦ଟି ରୋଡ୍‌ ଲାଇଟ୍‌ ଲଗାଯାଇଥିଲା। ଏହାଦ୍ୱାରା ଗାଁର ଅନ୍ଧାର ଦୂର ହୋଇଥିବାରୁ ଲୋକେ ଖୁସି ହୋଇଥିଲେ। ରାତିରେ ଯାତାୟାତ ପାଇଁ ଏହି ଲାଇଟ୍‌ଗୁଡ଼ିକ ବେଶ୍‌ ସହାୟକ ହେଉଥିଲା । କିନ୍ତୁ ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ପରେ ସ୍ଥିତି ବଦଳିଯାଇଥିଲା। ପ୍ରିୟଙ୍କା ଶର୍ମା ନିର୍ବାଚନରେ ହାରିବା ପରେ ବିଦ୍ୟୁତ୍‌ ବିଭାଗର ଗାଡ଼ି ଗାଁରେ ପହଞ୍ଚି ଲାଇଟ୍‌ଗୁଡ଼ିକୁ ଖୋଲି ନେଇଥିବା ଗ୍ରାମବାସୀ କହିଛନ୍ତି।

ପ୍ରିୟଙ୍କା ଶର୍ମା ପରାଜିତ ହେବା ପରେ ପିପଲୁ ବିଦ୍ୟୁତ୍‌ ନିଗମର ଗାଡ଼ି ଆସି ଲାଇଟ୍‌ଗୁଡ଼ିକୁ ଖୋଲି ନେଇଥିଲା। ଗ୍ରାମବାସୀ ଏହାର ବିରୋଧ କରିବାରୁ ଲାଇଟ୍‌ଗୁଡ଼ିକ ଅବୈଧ ଭାବେ ଲଗାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଗ୍ରାମବାସୀଙ୍କ ପ୍ରଶ୍ନ, ଯଦି ଲାଇଟ୍‌ଗୁଡ଼ିକ ଅବୈଧ ଥିଲା, ତେବେ ଲଗାଯିବା ସମୟରେ ବିଭାଗ କାହିଁକି ପଦକ୍ଷେପ ନେଇ ନଥିଲା? ନିର୍ବାଚନ ଫଳାଫଳ ଆସିବା ପରେ ହିଁ କାହିଁକି ଏହାକୁ ହଟାଗଲା ବୋଲି ପ୍ରଶ୍ନ ଉଠିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍‌ରେ ଚମକିବେ ବଲାଙ୍ଗୀରର ଝିଅ ଚାନ୍ଦିନୀ

ବଲାଙ୍ଗୀର, ୨୨।୧୧ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା…

ସୁକନ୍ୟା ସମୃଦ୍ଧି ଯୋଜନା: ମାସକୁ ୨,୦୦୦ ଟଙ୍କା ଜମା କଲେ ୨୧ ବର୍ଷ ପରେ ମିଳିବ କେତେ ଟଙ୍କା? ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୧: ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଥାଏ ଯେ ଝିଅର ଉଚ୍ଚଶିକ୍ଷା କିମ୍ବା ଭବିଷ୍ୟତର ବଡ଼ ଖର୍ଚ୍ଚ ପାଇଁ କେବେ ଅର୍ଥର ଅଭାବ ନ ହେଉ। ଏହି ଲକ୍ଷ୍ୟକୁ…

‘ଅଭିଷେକ ନୁହେଁ, ଭାଇ ବୋଲି ଡାକ’, ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ପ୍ରଶଂସକଙ୍କୁ ସୁଧାରିଦେଲେ ବୈଭବ ସୂର୍ଯ୍ୟବଂଶୀ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟ ସମୟରେ, ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ପ୍ରଶଂସକମାନଙ୍କ ପାଇଁ ଅଟୋଗ୍ରାଫ ଦେଉଥିଲେ। ଜଣେ ଯୁବ ପ୍ରଶଂସକ ଉଭୟ…

W, W, W, W… T20 ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ଜାମସେଦ ଆଲାମ, ନେଲେ କ୍ରମାଗତ ଏତିକିଟି ୱିକେଟ

ନୂଆଦିଲ୍ଲୀ,୨୨।୧୧: ଜମଶେଦ ଆଲାମ ନିଜର ପ୍ରଥମ ଟି-୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ନିଜର ପ୍ରଥମ ମ୍ୟାଚରେ ହିଁ କ୍ରମାଗତ ଭାବେ ଚାରୋଟି ୱିକେଟ ନେଇ…

ଋଷଭ ପନ୍ତଙ୍କୁ ବଡ଼ ସମ୍ମାନ ଦେଲେ ସୁନୀଲ ଗାଭାସ୍କର; ସାଲ୍ୟୁଟ ଦେଇ ପ୍ରତିକ୍ରିୟା ଜଣାଇଲେ କ୍ରିକେଟର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୨।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ନିଜର ସ୍ଥିତିକୁ ଅଧିକ ମଜବୁତ କରିଛି। ବର୍ତ୍ତମାନ ସମସ୍ତଙ୍କ ନଜର ପଞ୍ଚମ ତଥା ଅନ୍ତିମ ଦିନ ଉପରେ ରହିଛି, ଯେଉଁଠାରେ…

ନଭେମ୍ବର ୩୦ରୁ ଧାନ ସଂଗ୍ରହ, କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ଏତିକି ଟଙ୍କା…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ଆସନ୍ତା ନଭେମ୍ବର ୩୦ରୁ ସମ୍ବଲପୁର ଜିଲାରେ ଚଳିତ ଖରିଫ ବିପଣନ ଋତୁ-୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର…

ଡାକ୍ତରଙ୍କୁ ମାରି ଦାନ୍ତ ଭାଙ୍ଗିଦେବା ଘଟଣାରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍‌ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ…

ଧାନ ସଂଗ୍ରହ କମିଟି ବୈଠକରେ ତାତି: ଅଧାରୁ ଉଠି ପଳାଇଲେ ବିଧାୟକ

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ରବିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ (ଡିଏଲପିସି)କୁ ବର୍ଜନ କରି ଉଠିଯାଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?