‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ, ଲାଗିଲା ୧୪୪ ଧାରା

କୋଟା,୨୨ ।୩: ରାଜସ୍ଥାନର କୋଟାରେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଯାହା ଫଳରେ କୋଟା ସହରରେ ୨୨ ମାର୍ଚ୍ଚରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଧାରା ୧୪୪ ଜାରି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଏଭଳି କରାଯାଇଛି । ଆଗକୁ ବିଭିନ୍ନ ପ୍ରକାର ସାଂପ୍ରଦାୟିକ ପର୍ବ ଆସୁଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାକୁ କୋଟାରେ ୧୪୪ ଧାରା ଜାରି କରାଯାଇଥିବା କୁହାଯାଇଛି । ଆଗକୁ ଚେଟିଚଣ୍ଡ, ମହାବୀର ଜୟନ୍ତି, ଗୁଡ ଫ୍ରାଇଡେ, ଜୁମାତୁଲ ୱିଦା, ବୈଶାଖୀ ଆଦି ପର୍ବ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
‘ଦ କଶ୍ମୀର ଫାଇଲ୍ସ’ର ସ୍କ୍ରିନିଂ ସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ କୋଟା ଜିଲାପାଳ ଓ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ୧୪୪ ଧାରାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ କଡା ବିରୋଧ କରିବା ସହ ଏହାକୁ ନେଇ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଛନ୍ତି । ନିର୍ଦ୍ଦେଶକ କହିଛନ୍ତି ଆତଙ୍କବାଦୀଙ୍କର ଗୋଟିଏ କାମ ସେ ଭୟଭୀତ କରିବେ ଓ ଆମେ ଡରିଯିବୁ । ଯଦି ରାଜ୍ୟରେ ଫିଲ୍ମକୁ ନେଇ ଏତେ କଟକଣା ତେବେ ଆମେ କି ନ୍ୟାୟ ଆଶା କରିବୁ ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ବଡ଼ ଘୋଷଣା କଲା ଇଣ୍ଡିଗୋ, ବିମାନ ବାତିଲରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ମିଳିବ ଏତିକି ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ,୧୧।୧୨: ହଜାର ହଜାର ଯାତ୍ରୀ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ବୀକାର କରି ଇଣ୍ଡିଗୋ ନିକଟରେ ବଡ଼ ଘୋଷଣା କରିଛି। କମ୍ପାନୀ ଘୋଷଣା କରିଛି ଯେ ଡିସେମ୍ବର...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri