ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ ଶ୍ଲୋକର ସାହାରା ନେଇଛନ୍ତି। ଏହି ନିଆରା ଢଙ୍ଗରେ ସମସ୍ୟା ସମାଧାନ କରିବାରେ ସଫଳ ହୋଇଛନ୍ତି। ରାଷ୍ଟ୍ରିୟ ଲୋକ ଅଦାଲତରେ ଜଣେ ପୁଅ ବାପାଙ୍କ ବିରୋଧରେ ସମ୍ପତ୍ତି ପାଇଁ ଏକ ଅଭିଯୋଗ କରିଥିଲେ। ବାପା ମଧ୍ୟ ପୁଅ ବିରୋଧରେ ଅଭିଯୋଗ ଆଣି କହିଥିଲେ, ପୁଅ ମୋର ଦେଖାଶୁଣା କରୁନାହିଁ। ଯୋଧପୁର ଜିଲା ଏବଂ ସେଶନ ନ୍ୟାୟାଧୀଶ ରାଘବେନ୍ଦ୍ର କାଛଓ୍ବାଲ ମାମଲାର ଶୁଣାଣି କରି ଏକ ସଂସ୍କୃତ ଶ୍ଲୋକ ପଢିଥିଲେ ସେ କହିଥିଲେ, ପିତା ଧର୍ମଃ ପିତା ସ୍ବର୍ଗଃ, ପିତା ହି ପରମଂ ତପଃ। ପିତରି ପ୍ରିତିମାପନ୍ନେ ପ୍ରିୟନ୍ତେ ସର୍ବେଦେବତାଃ। ଏହାପରେ ସେ ବାପ-ପୁଅଙ୍କୁ ଶ୍ଲୋକର ଅର୍ଥ ବୁଝାଇ କହିଥିଲେ, ପିତା ଧର୍ମ, ପିତା ସ୍ବର୍ଗ ଏବଂ ପିତା ହଁି ସର୍ବଶ୍ରେଷ୍ଠ ତପସ୍ୟା। ପିତା ପ୍ରସନ୍ନ ହେବାମାତ୍ରେ ସବୁ ଦେବତା ମଧ୍ୟ ଆପେ ଆପେ ପ୍ରସନ୍ନ ହୋଇଯାନ୍ତି। ରାଘବେନ୍ଦ୍ରଙ୍କଠାରୁ ଏହାର ଅର୍ଥ ବୁଝିବା ପରେ ଉଭୟ ବାପ-ପୁଅଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ଦୁହେଁ ମାମଲାକୁ ଆଗକୁ ଜାରି ରଖିବା ପରିବର୍ତ୍ତେ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା

ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍‌.ଏଚ୍‌. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ...

ପ୍ରିୟଙ୍କା ଧରିବେ କଂଗ୍ରେସ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ,୧୮।୧୦: ଉତ୍ତର ପ୍ରଦେଶରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ଏଥିଲାଗି ତାରିଖ ଘୋଷଣାକୁ ଅନେକ ଦିନ ବାକି ଥିବାବେଳେ ସବୁ ରାଜନୈତିକ ଦଳ...

ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା

ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ...

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା...

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

କରୋନାରେ ମୃତ ୪ଶହ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

କରୋନା ସମୟରେ ଅନେକ ଘଟଣା ଶୁଣିବାକୁ ମିଳିଛି। ଅନେକ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି ତ ଆଉ କେହି ଶହରରୁ ଜୀବିବା ହରାଇ ଗାଁକୁ ଚାଲିଆସିଛନ୍ତି।...

ବରକୁ ବାଲ୍‌କୋନୀରୁ ଲୁଚିକି ଦେଖୁଥିଲେ କନ୍ୟା, ଆଉ ତା’ ପରେ….

ପ୍ରତ୍ୟେକ ଝିଅ ପାଇଁ ବିବାହ ଏକ ସ୍ବତନ୍ତ୍ର ଦିନ। ଏହି ଦିନକୁ ନେଇ ସେମାନେ ବହୁତ ସ୍ବପ୍ନ ଦେଖନ୍ତି ଏବଂ ଅନେକ ପ୍ରସ୍ତୁତି ମଧ୍ୟ କରନ୍ତି...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ...

Advertisement
Archives

Model This Week