Posted inଖେଳ

ଶେଷ ହେଲା ମେସିଙ୍କ ଅପେକ୍ଷା

ରିଓ ଡେ’ ଜାନିରୋ,୧୧।୭: ବଡ଼ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦେଶ ପାଇଁ ଟ୍ରଫି ଜିତିବାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ଆଶା ପୂରଣ ହୋଇଛି। ଶନିବାର ଖେଳାଯାଇଥିବା କୋପା ଆମେରିକା ଫାଇନାଲରେ ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ ଦେଇଛି। ଏହା ସହ ଦୀର୍ଘ ୨୮ ପରେ ଆର୍ଜେଣ୍ଟିନା ହାତେଇଛି ପ୍ରଥମ କୋପା ଆମେରିକା ଟ୍ରଫି। ଆଞ୍ଜେଲ ଡି ମାରିଆ (୨୨ ତମ ମିନିଟ୍‌)ଙ୍କ ଗୋଲ ଯୋଗୁ ପୂରଣ ହୋଇପାରିଛି ମେସିଙ୍କ ସ୍ବପ୍ନ।

ଅନ୍ୟପକ୍ଷରେ ମାରାକାନା ଷ୍ଟାଡିୟମରେ ଅଢ଼େଇ ହଜାର ଦର୍ଶକଙ୍କ ସାମ୍ନାରେ ଭାଙ୍ଗି ଯାଇଛି କୋପା ଆମେରିକା ଟୁର୍ନାମେଣ୍ଟରେ ବ୍ରାଜିଲର ଅପରାଜେୟ ଧାରା। ପୂର୍ବରୁ ୫ ଥର ଟୁର୍ନାମେଣ୍ଟ ଆୟୋଜନ କରିଥିବା ବ୍ରାଜିଲ ପ୍ରତ୍ୟେକ ଥର ଚାମ୍ପିୟନ ହୋଇଥିଲା। କିନ୍ତୁ ଏଥର ଉପ ବିଜେତାରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି ଜୁନିୟର ନେମାରଙ୍କ ଦଳକୁ।

ଆର୍ଜେଣ୍ଟିନା ଅନ୍ତିମ ଥର ୧୯୯୩ରେ ଜିତିଥିଲା ଦକ୍ଷିଣ ଆମେରିକାର ଏହି ସମ୍ମାନଜନକ ଟ୍ରଫି। ଗାବ୍ରିଏଲ ବାତିସ୍ତୁତାଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ୨-୧ ଗୋଲରେ ମେକ୍ସିକୋକୁ ହରାଇ କୋପା ଆମେରିକା ଟ୍ରଫି ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ...

ଫାଙ୍କା ଷ୍ଟାଡିୟମରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ବର୍ଡରଙ୍କ ନାପସନ୍ଦ

ମେଲବୋର୍ନ, ୧୪।୪(ପି.ଟି.)- କୋଭିଡ୍‌-୧୯ ମହାମାରୀ କାରଣରୁ ଏବେ ସାରା ବିଶ୍ୱର କ୍ରୀଡ଼ା ସ୍ଥାଣୁ ହୋଇଯାଇଛି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ...

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ।...

ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ

ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୨୦ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା...

ଓଡ଼ିଶା ଏଫ୍‌ସି ଦଳରେ ବୋଡୋ, ପ୍ରେମଜିତ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଆସାମର ବୋରିଙ୍ଗଦାଓ ବୋଡୋ ଓ ମଣିପୁରର...

ପରିବାରର ବିରୋଧ ସତ୍ତ୍ୱେ ବିକିନି ପିନ୍ଧିଥିଲେ ଏହି ମହିଳା ଆଥଲେଟ୍‌: ହରଭଜନଙ୍କୁ କାନ୍ଧରେ ଉଠାଇ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ,୧୬।୯: ଏମ୍‌ଟିବି ରୋଡିଜ୍‌ ରାଇଜିଂ-୧୪ ଜିତି ଚର୍ଚ୍ଚାକୁ ଆସିଥିଲେ ହରିୟାଣାର ଶ୍ୱେତା ମେହତା। ଉକ୍ତ ଶୋ’ରେ ଖ୍ୟାତନାମା କ୍ରିକେଟର ହରଭଜନ ସିଂହଙ୍କୁ କାନ୍ଧରେ ଉଠାଇ ନେଇଥିଲେ...

କଶ୍ମୀର ଖେଳାଳିଙ୍କୁ ମାଗଣା ଟ୍ରେନିଂ ଦେବାକୁ ଚାହୁଁଛନ୍ତି ଧୋନୀ

ରାଞ୍ଚି, ୧୩।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଜମ୍ମୁ-କଶ୍ମୀରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ...

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

Advertisement
Archives

Model This Week