Posted inଜାତୀୟ

ରାଜସ୍ଥାନ ନିର୍ବାଚନ: ମତଦାନ ୧ ପ୍ରତିଶତ କମ୍‌ ହେଲେ ଏହି ଦଳକୁ ମିଳିବ ଲାଭ…

ଜୟପୁର,୨୫।୧୧ : ରାଜସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଶନିବାର ସକାଳ ୭ ଟାରୁ ମତଦାନ ବୁଥରେ ଏକାଠି ହୋଇଥିଲେ। ଶାସକ ଦଳ କଂଗ୍ରେସ ହେଉ କିମ୍ବା ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ହେଉ, ସେମାନେ ନିଜ ନିଜ ବିଜୟ ପାଇଁ ଜନସାଧାରଣଙ୍କ ଉପରେ ଭରସା ରଖିଛନ୍ତି। ବର୍ତ୍ତମାନ ଜନସାଧାରଣ କେଉଁ ଦଳକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି, ତାହା କେବଳ ଡିସେମ୍ବର ୩ରେ ଭୋଟ ଗଣତିରୁ ହିଁ ଜଣା ପଡିବ। କିନ୍ତୁ ଗତ ଅନେକ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତକୁ ନେଇ ରାଜସ୍ଥାନରେ କେଉଁ ଦଳର ବିଜୟ କିମ୍ବା ପରାଜୟ ହେବ ସେନେଇ ରାଜନେତିକ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ରାଜସ୍ଥାନ ବିଧାନସଭାର ଭୋଟ ପ୍ରତିଶତ ଆକଳନରୁ ଜଣାପଡିଛି ଯଦି ଭୋଟ ହାର ୩ ରୁ ୬ ପ୍ରତିଶତ ବୃଦ୍ଧି ହୁଏ ତେବେ ଭାଜପା ଏହାର ଲାଭ ପାଇବ। ଏଥି ସହିତ ଯଦି ଭୋଟ ୧ ପ୍ରତିଶତ ହ୍ରାସ ହୁଏ ତେବେ କଂଗ୍ରେସ କ୍ଷମତାକୁ ଫେରିବ। ଏଥି ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଆମେ ଜନସାଧାରଣଙ୍କ ଆଶୀର୍ବାଦ ପାଇଛୁ। ପୁନର୍ବାର କଂଗ୍ରେସ ସରକାର ଗଠନ ହେବ। ସେ କହିଲେ, କିଏ କ’ଣ କହୁଛି ସେ ନେଇ ମୋର ଧ୍ୟାନ ନାହିଁ। ରାଜସ୍ଥାନ ନିର୍ବାଚନକୁ ନେଇ ଭାଜପା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଥି ସହିତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଲୋକଙ୍କୁ ଯଥାସମ୍ଭବ ଭୋଟ ଦେବାକୁ ନିବେଦନ କରି କହିଥିଲେ ମୁଁ ସମସ୍ତ ଭୋଟରଙ୍କୁ ନମସ୍କାର କରୁଛି। ରାଜସ୍ଥାନର ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ଆଧାର ଏବଂ ସମ୍ବିଧାନ ଆପଣଙ୍କୁ ନିଜ ଇଚ୍ଛା ଅନୁଯାୟୀ ସରକାର ବାଛିବା ପାଇଁ ଭୋଟ ଦେବାର ଅଧିକାର ଦେଇଛି। ତେଣୁ, ଭୋଟ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବାକୁ ପ୍ରେରଣା ଦେବା ଆପଙ୍କଣର କର୍ତ୍ତବ୍ୟ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷ ଗିରଫ: ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ED

କୋଲକାତା,୧୧।୫: ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି। ଘଣ୍ଟା ଘଣ୍ଟା ଧରି କଠୋର…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା, ମାଗଣା ବସ୍‌ ଯାତ୍ରା

କୋଲକାତା,୧୧।୫: ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ…

LPG ସବସିଡି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ କେବଳ ଏମାନେ ପାଇବେ, ଫୋନରେ ପଠାଯାଉଛି…

ନୂଆଦିଲ୍ଲୀ,୧୧।୫: ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଏଲପିଜି ଗ୍ରାହକମାନଙ୍କୁ ସବସିଡି ପାଇଁ ଯୋଗ୍ୟତା ସମ୍ପର୍କରେ ଏସଏମଏସ ଆଲର୍ଟ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri