ରାଜାରାଜୁଡ଼ା ଅମଳରୁ ପୂଜା ପାଉଛନ୍ତି ରଜାନଗର ଦୁର୍ଗା

ଜୟପୁର,୧ା୧୦(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ହେଉଥିବା ଦୁର୍ଗାପୂଜା ମଧ୍ୟରୁ ରଜାନଗର ନିକଟରେ ହେଉଥିବା ଦୁର୍ଗାପୂଜା ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ରଜାନଗର ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାରବର୍ଗ ଦ୍ୱାରା ଦଶହରା ପାଳନ କରାଯାଉଥିଲା । ୧୯୫୦ ମସିହାରେ ଜୟପୁର ସହରର ପ୍ରଥମ ମୂର୍ତ୍ତିି ପୂଜା ଜନସାଧାରଣଙ୍କ ଦ୍ୱାରା ସ୍ଥାନୀୟ ନରସିଂହ ଗୌଡ଼ଙ୍କ ଦୋକାନରେ କରାଯାଇଥିଲା ବୋଲି କୁହାଯାଏ। ବର୍ତ୍ତମାନ ରଜାନଗରଠାରେ ସ୍ଥାୟୀ ମଣ୍ଡପ କରାଯାଇ ଏଠାରେ ଦୁର୍ଗାଙ୍କ ମୂର୍ତ୍ତି ପୂଜା କରାଯାଉଛି । ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ଏଠାରେ ହୋମ, ଯଜ୍ଞ ଓ ପୂଜା ଚାଲେ। ଲୋକଙ୍କ ମତରେ ରଜାନଗର ଦୁର୍ଗାପୂଜା ମାନେ ହିଁ ଜୟପୁର ଦଶହରାକୁ ବୁଝାଇଥାଏ । ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ ପ୍ରତିପଦା ତିଥିଠାରୁ ଆରମ୍ଭକରି ବିଜୟା ଦଶମୀ ପଯ୍ୟନ୍ତ ମା’ ଦୁର୍ଗାଙ୍କ ଦଶହରା ପର୍ବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଅବିଭକ୍ତ କୋରାପୁଟ ଜିଲାର କୋଣ ଅନୁକୋଣରୁ ବିଭିନ୍ନ ଦେବୀପୀଠରୁ ଲାଠି ଆସି ଜୟପୁରରେ ପହଞ୍ଚତ୍ଥାଏ। ଦଶହରା ଦିନ ମା’ ଭଗବତୀ, ମା’ ଦକ୍ଷିଣକାଳୀ ଆସି ରଜାନଗରଠାରେ ଦୁର୍ଗାଙ୍କ ନିକଟରେ ପହଞ୍ଚତ୍ ଦୁର୍ଗାଙ୍କ ସହ ଦଶହରା ପଡ଼ିଆକୁ ଯାଇଥାନ୍ତି। ପୂର୍ବରୁ ଅନେକ ବ୍ୟକ୍ତି ରଜାନଗର ଦୁର୍ଗାପୂଜା ଦାୟିତ୍ୱ ତୁଲାଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମହାପାତ୍ର, ତାରିଣୀ ଦାସ, ସ୍ବର୍ଗତ ରାଧାଗୋବିନ୍ଦ ପାଣିଗ୍ରାହୀ, ସ୍ବର୍ଗତ ମନ୍ମଥ ପାଣିଗ୍ରାହୀ, ସ୍ବର୍ଗତ ମୋହନ ଲାଲ ବୌଦ୍ୟ, ସ୍ବର୍ଗତ ରାମମୋହନ ସାମନ୍ତରା, ଡମ୍ବୁର ପାତ୍ର, ସ୍ବର୍ଗତ ପେଣ୍ଠା ଶ୍ରୀ ରାମଲୁ ଏବଂ ତାଙ୍କ ପୁଅ ପେଣ୍ଠା କାମେଶ୍ୱର ରାଓ ଅନ୍ୟତମ। ପରବର୍ତ୍ତୀ ସମୟରେ ପେଣ୍ଠା କାମେଶ୍ୱର ରାଓଙ୍କ ଦେହାନ୍ତ ପରେ ଏକ କମିଟି ଗଠିତ ହୋଇ ୨୦୧୦ ରୁ ପୂଜାର ପରିଚାଳନା କରି ଆସୁଛିି। ଆଜିକୁ ୧୨ ବଷର୍ର୍ ହେଲା ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ପୂଜା ଅଧିକରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରହିଛି। ସହରରେ ପ୍ରଥମେ ରଜାନଗର ମୂର୍ତ୍ତି ବସି ପୂଜା ପାଇବା ପରେ ଅନ୍ୟ ଦୁର୍ଗାମୂର୍ତ୍ତିମାନ ବସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri