ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ ହେବେ। ବିଭିନ୍ନ ସ୍ଥାନରେ ଚାଲିବ ରଜ ମହୋତ୍ସବ। ସାଂସ୍କୃତିକ ସା ସହ ରଜ ପାନ, ପିଠାମିଠା ଖାଇ ପାଳନ କରିବେ ସଭିଏ। ଏଥିପାଇଁ ଏବେଠୁ ଉତ୍ସାହ ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ୱର ସମେତ ସବୁଠି ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ୟୁନିଟ୍‌-୨ ମାର୍କେଟ ବିଲ୍ଡିଂଠୁ ନେଇ ବଡ଼ ବଡ଼ ଶପିଂ ମଲ୍‌ରେ ଭିଡ଼ ଲାଗି ରହିଛି। ମଲ୍‌ ସାମ୍ନାରେ ଦୋଳି ଲାଗିଛି। ସବୁବର୍ଷ ପରି ଏଥର ମଧ୍ୟ ଶପିଂ ମଲ୍‌ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ସେପଟେ ଭଲ ବେପାର ପାଇଁ ସିନେମା ହଲ୍‌ ମାଲିକମାନେ ଆଶାବାନ୍ଧି ବସିଥିବାବେଳେ ଏଥର ପ୍ରେକ୍ଷାଳୟରେ ରାଜ୍‌ କରିବ ୩ ଓଡ଼ିଆ ସିନେମା। ସେହିପରି ହୋଟେଲ, କ୍ଲବ୍‌ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯିବ। ସାଂସ୍କୃତିକ ସାରେ ମନୋରଞ୍ଜନ କରିବେ କଳାକାର।

ଦୋଳିଖେଳ ପ୍ରତି ଆଗ୍ରହ କମୁଛି

ରଜ କହିଲେ ଦୋଳି ଖେଳକୁ ବୁଝାଏ। ମାତ୍ର ଏବେ ବୃକ୍ଷ ଯେଉଁଭଳି ଭାବେ କଟା ଯାଉଛି ଦୋଳି ଖେଳିବା ପାଇଁ ବଡ଼ ବଡ଼ ଗଛ ରହୁନାହିଁ। ସେ ଦୋଳିର ସ୍ଥାନ ଏବେ ପ୍ଲାଷ୍ଟିକ ଦୋଳି ନେଉଛି। କିଛି କିଛି ସ୍ଥାନରେ ପଟା ଦୋଳି ଲଗାଯାଇ ତାହାକୁ ଫୁଲ ଦ୍ୱାରା ଆକର୍ଷିତ ଢଙ୍ଗରେ ସଜାଯାଉଛି। ମାତ୍ର ସମୟ ବଦଳିବା ସହ ପୂର୍ବର ଦୋଳି ଖେଳର ମଜା ଆଉ ଆଗ ଭଳି ନାହିଁ। ସେହିଭଳି ଖାଳି ଦୋଳିରେ ବସି ଫଟୋ ପାଇଁ ଆଗଭର ହେଉଛନ୍ତି ଆଜିର ପିଢ଼ି। ଦୋଳିରେ ଟିକେ ବସିବା ପାଇଁ ହେଉଥିବା ଝଗଡ଼ାର ମଜା ବିଆ ଆଜି ଆଉ ନାହିଁ।

ସରୁନି ଶପିଂ, ବଢ଼ୁଛି ଭିଡ଼

ରଜ ପାଇଁ ଏବେ ଲୋକେ କିଣାକିଣିରେ ଲାଗି ପଡିଛନ୍ତି। ଏଥିପାଇଁ ବଜାରରେ ସକାଳୁ ରାତି ଯାଏ ଅସମ୍ଭାଳ ଭିଡ଼ ହେଉଛି। ଭିଡ଼ ଭିତରେ କିଣାକିଣି କରିବା କଷ୍ଟକର ହେଉଥିଲେ ମଧ୍ୟ ନିଆରା ଆନନ୍ଦ ମିଳୁଛି। ଏପରିକି ବହୁ ଲୋକ ମନ ପସନ୍ଦିଆ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ବାରମ୍ବାର ବଜାରକୁ ଯାଉଥିବା ଦେଖିବାକୁ ମିଳୁଛି। ଦିନ ସରୁଥିଲେ ମଧ୍ୟ ଶପିଂ ସରୁନି। ମାର୍କେଟ ବିଲ୍ଡିଂଠୁ ନେଇ ଶପିଂ ମଲ୍‌ ପର୍ଯ୍ୟନ୍ତ ସବୁଠି ଭିଡ଼ ଜମୁଛି। ପ୍ରାୟ ସବୁଠି ରଜ ପାଇଁ ଭଲ ରିହାତି ରହିଛି।

ପ୍ରସ୍ତୁତ ହେଲେଣି ମିଠା, ପିଠା ଦୋକାନୀ
ପିଠା ଓଡ଼ିଆଙ୍କ ମନର ଆବେଗ। ପିଠାର ସ୍ବତନ୍ତ୍ରତା ନିଆରା। ରଜ ଆସିଲେ ପିଠା କଥା ମନକୁ ଆଗ ଆସେ। ଏଥିସହ ରଜରେ ମିଠାର ଚାହିଦା ମଧ୍ୟ ବଢ଼ିଯାଏ। ସେଥିପାଇଁ ରାଜଧାନୀ ରାସ୍ତାରେ ଛୋଟଠୁ ବଡ଼ ମିଠା ଓ ପିଠା ଦୋକାନୀ ଗ୍ରାହକଙ୍କୁ ଆକର୍ଷିତ କଲାଭଳି ରଜ ପିଠା ଓ ମିଠା ପ୍ରସ୍ତୁତି ପାଇଁ ଲାଗିପଡିଲେଣି। ଏପରିକି ରଜରେ ପିଠା ଖାଇବା ପାଇଁ ଆଗୁଆ ବରାଦ ଆସିଲାଣି ପିଠା ଦୋକାନୀଙ୍କୁ। ପୋଡ଼ପିଠା, କ୍ଷୀର ପୋଡ଼ପିଠା, କାକରା, ଛଣା ମଣ୍ଡା, ଚକୁଳି, ଚନ୍ଦ୍ରକାନ୍ତି, ମଣ୍ଡା, ଏଣ୍ଡୁରି ସହ ନୂଆ ଭେରାଇଟି ପିଠା ତିଆରି ପାଇଁ ଦୋକାନୀମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri