ନୂଆ ରୂପ ପାଇବ ରାଜା ଛକ

ଅନୁଗୋଳ ଅଫିସ, ୧୭ା୩: ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ। ଜିଲାକୁ ୩୦ ବର୍ଷ ପୂରଣ ହେଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏପରି କି ଅନୁଗୋଳର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତି ଥିବା ରାଜା ଛକକୁ ନୂଆ ରୂପ ଦେବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ଥିବା ରାଜାଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନିର୍ମାଣ କରାଯିବ। ରାଜାଙ୍କ ପ୍ରତିମୂର୍ତ୍ତିକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଦୀର୍ଘଦିନ ହେବ ଏ ନେଇ ସହରବାସୀ, ବୁଦ୍ଧିଜୀବୀ ଦାବି କରିଆସୁଥିବା ବେଳେ ତାହାକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ଓଡ଼ିଶା ଦିବସ ସହ ଜିଲା ପ୍ରତିଷ୍ଠା ଦିବସରେ ଏହା ଉଦ୍‌ଘାଟନ ହେବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ରାଜା ସୋମନାଥ ସିଂହ ଜଗଦ୍ଦେବ ଅନୁଗୋଳର, ସ୍ବାଭିମାନ, ଗର୍ବ ଓ ଗୌରବ ହୋଇଥିବାରୁ ତାଙ୍କ ପ୍ରତିମୂର୍ତ୍ତି ପ୍ରତି ଉଚିତ ସମ୍ମାନ ଜଣାଇବାକୁ ବୁଦ୍ଧିଜୀବୀ ଦୀର୍ଘଦିନ ତଳୁ ଦାବି କରି ଆସୁଥିଲେ। ତେଣୁ ରାଜାଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ସାଙ୍ଗକୁ ପାଦତଳେ ପାଣି ଫୁଆରା (ମିନି ୱାଟର ଫାଉଣ୍ଟେନ୍‌) କରାଯିବ। ଉକ୍ତ ସ୍ଥାନକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବ। ଏଥିସହ ସୁରକ୍ଷା ବାଡ଼ ନିର୍ମାଣ କରାଯାଇ ତାଲା ପକାଯିବ। ଫଳରେ ପୂର୍ବପରି ଆଉ କେହି ମାନସିକ ବିକାରଗ୍ରସ୍ତ ପ୍ରତିମୂର୍ତ୍ତି ଉପରେ ଚଢ଼ିବେ ନାହିଁ କି ହାତରୁ ଖଣ୍ଡା କାଢ଼ି ନେଇପାରିବେ ନାହିଁ। ଏହାଛଡ଼ା ଛାତ ନିର୍ମାଣ କରାଯାଉଥିବାରୁ ପୂର୍ବାପେକ୍ଷା ପ୍ରତିମୂର୍ତ୍ତି ସୁରକ୍ଷିତ ରହିବ। ନବୀକରଣ କାର୍ଯ୍ୟ ଯେପରି ଶୀଘ୍ର ଶେଷ କରାଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜାଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ଥିବା ଗ୍ରୀଲ୍‌ କଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ପିଣ୍ଡି ହଟାଯାଇ ଏହାକୁ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁର ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri