ନିଜ ବାୟୋପିକ୍‌ରେ ହିରୋ ହେବେ ରାଜ କୁନ୍ଦ୍ରା

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ଏଥିରେ ନିଜେ ରାଜ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ନେଇ ଚର୍ଚ୍ଚା ହେଉଛି। ରାଜ୍‌ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି।
ସୂଚନାଯୋଗ୍ୟ ଉକ୍ତ ଫିଲ୍ମ ଜରିଆରେ ରାଜ୍‌ ଅଭିନୟରେ ଡେବ୍ୟୁ କରିବେ। ଝିଅଙ୍କୁ ଫିଲ୍ମ ହେବା ଲୋଭରେ ଫସେଇ ରାଜ୍‌ ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ନେଇ ଅଭିଯୋଗ ହେବା ପରେ ୨୦୨୧ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ତାଙ୍କୁ ଗରଫ କରିଥିଲା। ସେହିବର୍ଷ ସେପ୍ଟେମ୍ବର ୨୧ରେ ତାଙ୍କୁ ଚୁକ୍ତିମୂଳକ ଜାମିନ ମିଳିଥିଲା। ଏ ସଂକ୍ରାନ୍ତରେ ତାଙ୍କୁ ୬୩ ଦିନ ମୁମ୍ବାଇ ଅର୍ଥର ରୋଡ୍‌ ଜେଲରେ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରଠାରୁ ରାଜ୍‌ ବାହାରକୁ ଗଲାବେଳେ ମୁହଁକୁ ସର୍ମ୍ପୂ୍‌ଣ୍ଣ ଘୋଡ଼ାଇଲା ଭଳି ମୁଖା ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରୁ ନିଜକୁ କିଛିଦିନ ଦୂରରେ ରଖିବା ପରେ ରାଜ୍‌ ଏବେ ଇନ୍‌୍‌ଷ୍ଟାଗ୍ରାମରେ ଆକ୍ଟିଭ୍‌ ଅଛନ୍ତି। ୨୦୦୯ରେ ରାଜ୍‌ ଶୀଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!

ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri