ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି ହାତେଇ ଥିଲେ। ଏପରି କି କିଛି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ଯଥେଷ୍ଟ ଅଧିକ ଅର୍ଥାତ୍‌ ୧୫୪%ରେ ମଧ୍ୟ ଖଣି ନିଲାମ ନେଇଛନ୍ତି। ଏହି ନିଲାମ ପରେ ସର୍ବାଧିକ ରାଜସ୍ବ ଆଦାୟ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଖଣି ହାତେଇଥିବା କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫ରୁ ୭୦ ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଲକ୍ଷ୍ୟ ପୂରଣ ହେବା ଆଶା ସମ୍ଭବପର ନୁହେଁ। ଖଣିଜ ଉତ୍ତୋଳନ ପାଇଁ ସମସ୍ତ ଖର୍ଚ୍ଚର ଆକଳନ ପରେ ନିଲାମ ଡାକିଥିବା ଅର୍ଥ ସରକାରଙ୍କୁ ପଇଠ କରିବା ଅସମ୍ଭବ ବୋଲି ଜାଣି ଯୋଡ଼ା ଓ କୋଇଡ଼ା ଖଣି ମଣ୍ଡଳର ଏକାଧିକ ଖଣି କମ୍ପାନୀ ହାତ ଟେକି ଦେଲେଣି। ଏନେଇ ଚଳିତ ମାସରେ ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜକୁ ଏଥିରୁ ଓହରାଇ ନେବାକୁ ଆବେଦନ କରିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ନଦୀଡିହି ଲୁହାପଥର ଖଣି(ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ୍‌), ନଦୀଡିହି ଲୁହା ପଥର ଓ ମାଙ୍ଗାନିଜ୍‌ ଖଣି(ବିଶାଲ ଏଲ୍‌ପିଜି ଫୁଏଲ୍‌ସ ପ୍ରାଇଭେଟ ଲିମିଟେଡ୍‌) ଏବଂ ତେହେରାଇ ଲୁହାପଥର ଏବଂ ମାଙ୍ଗାନିଜ ଖଣି(ତମରା ଆପାର୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌) ରହିଛି। ଏହି ଖଣିଗୁଡ଼ିକରେ ପ୍ରାୟ ୬ହଜାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଖଣିଜ ଉତ୍ତୋଳନରେ ବିଳମ୍ବ ହେଉଥିବା କାରଣରୁ ଲୋକମାନେ ନିଜର ଭବିଷ୍ୟତ ରୋଜଗାରକୁ ନେଇ ସନ୍ଦିହାନରେ ଅଛନ୍ତି।
ନିଲାମ ନେଇ ଖଣିଜ ଉତ୍ତୋଳନ ପାଇଁ ଅସମର୍ଥ ଥିବା ଦର୍ଶାଇବା ପରେ ସରକାର ଉକ୍ତ ଖଣିଗୁଡ଼ିକର ପୁନଃ ନିଲାମ ପ୍ରକ୍ରିୟା କରିବେ କି ଅନ୍ୟ ଉପାୟ ଅବଲମ୍ବନ କରି ଖଣି ଚଳାଇବେ, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। ନିୟମ ଅନୁସାରେ ଯେଉଁ ଖଣି କମ୍ପାନୀ ନିଲାମରୁ ଓହରି ଯିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ତେଣୁ ଉକ୍ତ ଖଣି ଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଏପରି କି ଚଳିତ ବର୍ଷ ଶତାଧିକ ଶ୍ରମିକ କାର୍ଯ୍ୟହରା ହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ବୋଲି ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ କହିଛନ୍ତି। ଅନ୍ୟପକ୍ଷେ କାଁ ଭାଁ ଚାଲୁଥିବା କିଛି ହାତଗଣତି ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଆନ୍ଦୋଳନ, ଧର୍ମଘଟ, ଧାରଣା ବୃଦ୍ଧି ପାଇବାରେ ଲାଗିଛି। ପରିବହନ କ୍ଷେତ୍ରରେ ମଧ୍ୟ ଟ୍ରକ ମାଲିକଙ୍କ ସହିତ ନିର୍ଦ୍ଧାରିତ ମୂଲ୍ୟକୁ ନେଇ ନୂତନ ଖଣି ନିଲାମଧାରୀମାନଙ୍କ ବିବାଦ ଘନେଇବାରେ ଲାଗିଛି। ଶତପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କେତେକ ସଂସ୍ଥା ଖଣି ଲିଜ୍‌ ନେଇଥିବାରୁ କ୍ଷତିଭରଣା ପାଇଁ ଚଞ୍ଚକତା କରି ଖଣିଜ ପଦାର୍ଥର ମାନରେ ହେର୍‌ଫେର୍‌ ଆରମ୍ଭ କଲେଣି। ନିକଟ ଅତୀତରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। କେତେକ ଖଣି ସଂସ୍ଥା କ୍ଷତି ଭରଣା କରିବା ସହିତ ଲାଭ ଉଠାଇବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ନୀତି ପାଳନ କରୁ ନ ଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଯୋଡ଼ା ଗସ୍ତ କରିଥିଲେ। ଗସ୍ତ ସମୟରେ କେତେକ ଖଣିରେ ବେଆଇନ କାମ ଚାଲିଥିବା ଚିଠି ନଂ.୬୬୦୫/୨୩।୦୯।୨୦୨୦ରୁ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲୀଲ କୁମାର ବେହେରାଙ୍କୁ ପଚାରିବାରୁ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୬୦୦ କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଛି ା ଖଣିଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲେ ଚଳିତ ଆର୍ଥିକବର୍ଷରେ ରାଜସ୍ବ କମିବାର ଆଶଙ୍କା ରହିଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri