ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି ହାତେଇ ଥିଲେ। ଏପରି କି କିଛି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ଯଥେଷ୍ଟ ଅଧିକ ଅର୍ଥାତ୍‌ ୧୫୪%ରେ ମଧ୍ୟ ଖଣି ନିଲାମ ନେଇଛନ୍ତି। ଏହି ନିଲାମ ପରେ ସର୍ବାଧିକ ରାଜସ୍ବ ଆଦାୟ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଖଣି ହାତେଇଥିବା କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫ରୁ ୭୦ ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଲକ୍ଷ୍ୟ ପୂରଣ ହେବା ଆଶା ସମ୍ଭବପର ନୁହେଁ। ଖଣିଜ ଉତ୍ତୋଳନ ପାଇଁ ସମସ୍ତ ଖର୍ଚ୍ଚର ଆକଳନ ପରେ ନିଲାମ ଡାକିଥିବା ଅର୍ଥ ସରକାରଙ୍କୁ ପଇଠ କରିବା ଅସମ୍ଭବ ବୋଲି ଜାଣି ଯୋଡ଼ା ଓ କୋଇଡ଼ା ଖଣି ମଣ୍ଡଳର ଏକାଧିକ ଖଣି କମ୍ପାନୀ ହାତ ଟେକି ଦେଲେଣି। ଏନେଇ ଚଳିତ ମାସରେ ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜକୁ ଏଥିରୁ ଓହରାଇ ନେବାକୁ ଆବେଦନ କରିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ନଦୀଡିହି ଲୁହାପଥର ଖଣି(ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ୍‌), ନଦୀଡିହି ଲୁହା ପଥର ଓ ମାଙ୍ଗାନିଜ୍‌ ଖଣି(ବିଶାଲ ଏଲ୍‌ପିଜି ଫୁଏଲ୍‌ସ ପ୍ରାଇଭେଟ ଲିମିଟେଡ୍‌) ଏବଂ ତେହେରାଇ ଲୁହାପଥର ଏବଂ ମାଙ୍ଗାନିଜ ଖଣି(ତମରା ଆପାର୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌) ରହିଛି। ଏହି ଖଣିଗୁଡ଼ିକରେ ପ୍ରାୟ ୬ହଜାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଖଣିଜ ଉତ୍ତୋଳନରେ ବିଳମ୍ବ ହେଉଥିବା କାରଣରୁ ଲୋକମାନେ ନିଜର ଭବିଷ୍ୟତ ରୋଜଗାରକୁ ନେଇ ସନ୍ଦିହାନରେ ଅଛନ୍ତି।
ନିଲାମ ନେଇ ଖଣିଜ ଉତ୍ତୋଳନ ପାଇଁ ଅସମର୍ଥ ଥିବା ଦର୍ଶାଇବା ପରେ ସରକାର ଉକ୍ତ ଖଣିଗୁଡ଼ିକର ପୁନଃ ନିଲାମ ପ୍ରକ୍ରିୟା କରିବେ କି ଅନ୍ୟ ଉପାୟ ଅବଲମ୍ବନ କରି ଖଣି ଚଳାଇବେ, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। ନିୟମ ଅନୁସାରେ ଯେଉଁ ଖଣି କମ୍ପାନୀ ନିଲାମରୁ ଓହରି ଯିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ତେଣୁ ଉକ୍ତ ଖଣି ଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଏପରି କି ଚଳିତ ବର୍ଷ ଶତାଧିକ ଶ୍ରମିକ କାର୍ଯ୍ୟହରା ହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ବୋଲି ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ କହିଛନ୍ତି। ଅନ୍ୟପକ୍ଷେ କାଁ ଭାଁ ଚାଲୁଥିବା କିଛି ହାତଗଣତି ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଆନ୍ଦୋଳନ, ଧର୍ମଘଟ, ଧାରଣା ବୃଦ୍ଧି ପାଇବାରେ ଲାଗିଛି। ପରିବହନ କ୍ଷେତ୍ରରେ ମଧ୍ୟ ଟ୍ରକ ମାଲିକଙ୍କ ସହିତ ନିର୍ଦ୍ଧାରିତ ମୂଲ୍ୟକୁ ନେଇ ନୂତନ ଖଣି ନିଲାମଧାରୀମାନଙ୍କ ବିବାଦ ଘନେଇବାରେ ଲାଗିଛି। ଶତପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କେତେକ ସଂସ୍ଥା ଖଣି ଲିଜ୍‌ ନେଇଥିବାରୁ କ୍ଷତିଭରଣା ପାଇଁ ଚଞ୍ଚକତା କରି ଖଣିଜ ପଦାର୍ଥର ମାନରେ ହେର୍‌ଫେର୍‌ ଆରମ୍ଭ କଲେଣି। ନିକଟ ଅତୀତରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। କେତେକ ଖଣି ସଂସ୍ଥା କ୍ଷତି ଭରଣା କରିବା ସହିତ ଲାଭ ଉଠାଇବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ନୀତି ପାଳନ କରୁ ନ ଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଯୋଡ଼ା ଗସ୍ତ କରିଥିଲେ। ଗସ୍ତ ସମୟରେ କେତେକ ଖଣିରେ ବେଆଇନ କାମ ଚାଲିଥିବା ଚିଠି ନଂ.୬୬୦୫/୨୩।୦୯।୨୦୨୦ରୁ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲୀଲ କୁମାର ବେହେରାଙ୍କୁ ପଚାରିବାରୁ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୬୦୦ କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଛି ା ଖଣିଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲେ ଚଳିତ ଆର୍ଥିକବର୍ଷରେ ରାଜସ୍ବ କମିବାର ଆଶଙ୍କା ରହିଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri