ବୋଇତ ବନ୍ଦାଣ ଉପରେ କଟକଣା: ସଂସ୍କୃତି, ପରମ୍ପରା ପ୍ରତି କୁଠାରାଘାତ

ଖୋର୍ଦ୍ଧା ଅଫିସ,୩୦ା୧୧:ପବିତ୍ର କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ପଞ୍ଚକ ଶେଷଦିନ କାର୍ତ୍ତିକ ପୂର୍ଣ୍ଣମୀରେ ସମୁଦ୍ର ଓ ପୁଷ୍କରିଣୀରେ ଡଙ୍ଗା ଭସାଯିବା ସହ ବୋଇତ ବନ୍ଦାଣ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୋଖରୀ, ପୁଷ୍କରିଣୀରେ ବୋଇତ ବନ୍ଦାଣ ଏବଂ ସ୍ନାନ ଉପରେ କଟକଣା ଜାରି କରିବା ସହ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା ଆଳ ଦେଖାଇ ସରକାର ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ କରୁଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।
ସରକାର କରୋନା ଆଳ ଦେଖାଇ ଉତ୍କଳୀୟ ସଂସ୍କୃତି, ପରମ୍ପରା ଉପରେ କୁଠାରାଘାତ କରିଛନ୍ତି। ସଭା, ସମିତିି ଆୟୋଜନ କରାଯାଉଥିବାବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିବା କେତେଦୂର ଠିକ୍‌ ତାହା ବୁଝାପଡୁନାହିଁ। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାର ମହାନ ପର୍ବ। ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କଲ, ଠିକ୍‌ ଅଛି। ହେଲେ ଏବେ ବୋଇତ ବନ୍ଦାଣକୁ ନା କହିବାର କୌଣସି ଆବଶ୍ୟକତା ନ ଥିଲା। ଏହା ଅସହ୍ୟ ହେଲାଣି।
-ଶୋଭନ ଘୋଷ,
ଆବାହକ ଖୋର୍ଦ୍ଧା ସୁରକ୍ଷା ମଞ୍ଚ
ଗୋଟିଏ ଜାତିର ପରିଚୟ ହେଉଛି ତା’ର ସଂସ୍କୃତି, ପରମ୍ପରା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଲକଡାଉନ ଦୁଃଖକୁ ମଧ୍ୟ ସମସ୍ତେ ଧୀରେ ଧୀରେ ଭୁଲିଗଲେଣି। ଓଡ଼ିଶାରେ କରୋନା ନିୟନ୍ତ୍ରଣ ରହିଥିବାନେଇ ସରକାର କହୁଥିବାବେଳେ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିଛନ୍ତି। ବର୍ଷକରେ ଥରେ ପ୍ରତ୍ୟେକ ଓଡ଼ିଆ ବୋଇତ ବନ୍ଦାଣ ବେଳେ ନିଜର ଗୌରବମୟ ଇତିହାସକୁ ମନେ ପକାଇ ଗର୍ବିତ ହୋଇଥାଏ। ଏଥର ସରକାର ଓଡ଼ିଆଙ୍କ ହାତରୁ ଏହା ଛଡ଼ାଇ ନେଲେ। ଏହା ଗ୍ରହଣୀୟ ନୁହେଁ।
– ପ୍ଳାବନ ପଟ୍ଟନାୟକ, ଯୁବନେତା
ସରକାରଙ୍କ ଏଭଳି ନିଷ୍ପତ୍ତି ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ଭଳି ମନେ ହେଉଛି। ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ପ୍ରଚାର ହେଉ କି, ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ସଭାସମିତିରେ ଯଦି କରୋନା ବ୍ୟାପୁନାହିଁ ତାହାଲେ ଧାର୍ମିକ କାର୍ଯ୍ୟରେ କିପରି କରୋନା ବ୍ୟାପିବ ବୋଲି ସରକାର ଚିନ୍ତା କରୁଛନ୍ତି। ବୋଇତ ବନ୍ଦାଣ ଏକ ପ୍ରାଚୀନ ପରମ୍ପରା। ସରକାର ଗୋଟିଏ ପରେ ଗୋଟିଏ ସଂସ୍କୃତି, ପରମ୍ପରାକୁ ଭଗ୍ନ କରିବାରେ ଲାଗିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।
– ସୁଜନ ମିଶ୍ର, ସାମାଜିକ କର୍ମୀ
ସରକାର ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରିବାର ଥିଲା। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ। ଚଳିତ ବର୍ଷ କରୋନା ଆଳ ଦେଖାଇ ସରକାର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି। ଯଦି ସମସ୍ତ ସରକାରୀ କାର୍ଯ୍ୟ ଏସ୍‌ଓପି ମଧ୍ୟରେ ହୋଇପାରୁଛି, ତେବେ ବୋଇତ ବନ୍ଦାଣ କାହିଁକି ନୁହଁ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି। ସରକାର ଏକଛତ୍ରବାଦ ଭାବେ ଏଭଳି କାର୍ଯ୍ୟ କରୁଛନ୍ତି। ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି।
– ଦେବବ୍ରତ ଆଚାର୍ଯ୍ୟ,
ସାମାଜିକ କର୍ମୀ
ଓଡ଼ିଆଙ୍କ ପର୍ବପର୍ବାଣି, ଚାଲିଚଳଣି ମଧ୍ୟରେ ସଂସ୍କୃତି ପରମ୍ପରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କୌଣସି ଉତ୍ସବ ଆସିଲେ ତା’ର ଅତୀତ, ଇତିହାସ ମନେ ପଡ଼ିିଯାଏ। ସଂସ୍କୃତି ହେଉଛି ଗୋଟିଏ ଜାତିର ଅସ୍ମିତା। ଅସ୍ମିତା ନ ରହିଲେ ସଂସ୍କୃତି ବିଲୁପ୍ତ ହୋଇଯିବ। ବୋଇତ ବନ୍ଦାଣ ଉତ୍ସବକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରନ୍ତି। ଏହାକୁ ସରକାର ବନ୍ଦ କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ।
– କ୍ଷିତୀଶ ମୋହନ ଦାସ,
ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?