ବୋଇତ ବନ୍ଦାଣ ଉପରେ କଟକଣା: ସଂସ୍କୃତି, ପରମ୍ପରା ପ୍ରତି କୁଠାରାଘାତ

ଖୋର୍ଦ୍ଧା ଅଫିସ,୩୦ା୧୧:ପବିତ୍ର କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ପଞ୍ଚକ ଶେଷଦିନ କାର୍ତ୍ତିକ ପୂର୍ଣ୍ଣମୀରେ ସମୁଦ୍ର ଓ ପୁଷ୍କରିଣୀରେ ଡଙ୍ଗା ଭସାଯିବା ସହ ବୋଇତ ବନ୍ଦାଣ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୋଖରୀ, ପୁଷ୍କରିଣୀରେ ବୋଇତ ବନ୍ଦାଣ ଏବଂ ସ୍ନାନ ଉପରେ କଟକଣା ଜାରି କରିବା ସହ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା ଆଳ ଦେଖାଇ ସରକାର ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ କରୁଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।
ସରକାର କରୋନା ଆଳ ଦେଖାଇ ଉତ୍କଳୀୟ ସଂସ୍କୃତି, ପରମ୍ପରା ଉପରେ କୁଠାରାଘାତ କରିଛନ୍ତି। ସଭା, ସମିତିି ଆୟୋଜନ କରାଯାଉଥିବାବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିବା କେତେଦୂର ଠିକ୍‌ ତାହା ବୁଝାପଡୁନାହିଁ। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାର ମହାନ ପର୍ବ। ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କଲ, ଠିକ୍‌ ଅଛି। ହେଲେ ଏବେ ବୋଇତ ବନ୍ଦାଣକୁ ନା କହିବାର କୌଣସି ଆବଶ୍ୟକତା ନ ଥିଲା। ଏହା ଅସହ୍ୟ ହେଲାଣି।
-ଶୋଭନ ଘୋଷ,
ଆବାହକ ଖୋର୍ଦ୍ଧା ସୁରକ୍ଷା ମଞ୍ଚ
ଗୋଟିଏ ଜାତିର ପରିଚୟ ହେଉଛି ତା’ର ସଂସ୍କୃତି, ପରମ୍ପରା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଲକଡାଉନ ଦୁଃଖକୁ ମଧ୍ୟ ସମସ୍ତେ ଧୀରେ ଧୀରେ ଭୁଲିଗଲେଣି। ଓଡ଼ିଶାରେ କରୋନା ନିୟନ୍ତ୍ରଣ ରହିଥିବାନେଇ ସରକାର କହୁଥିବାବେଳେ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିଛନ୍ତି। ବର୍ଷକରେ ଥରେ ପ୍ରତ୍ୟେକ ଓଡ଼ିଆ ବୋଇତ ବନ୍ଦାଣ ବେଳେ ନିଜର ଗୌରବମୟ ଇତିହାସକୁ ମନେ ପକାଇ ଗର୍ବିତ ହୋଇଥାଏ। ଏଥର ସରକାର ଓଡ଼ିଆଙ୍କ ହାତରୁ ଏହା ଛଡ଼ାଇ ନେଲେ। ଏହା ଗ୍ରହଣୀୟ ନୁହେଁ।
– ପ୍ଳାବନ ପଟ୍ଟନାୟକ, ଯୁବନେତା
ସରକାରଙ୍କ ଏଭଳି ନିଷ୍ପତ୍ତି ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ଭଳି ମନେ ହେଉଛି। ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ପ୍ରଚାର ହେଉ କି, ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ସଭାସମିତିରେ ଯଦି କରୋନା ବ୍ୟାପୁନାହିଁ ତାହାଲେ ଧାର୍ମିକ କାର୍ଯ୍ୟରେ କିପରି କରୋନା ବ୍ୟାପିବ ବୋଲି ସରକାର ଚିନ୍ତା କରୁଛନ୍ତି। ବୋଇତ ବନ୍ଦାଣ ଏକ ପ୍ରାଚୀନ ପରମ୍ପରା। ସରକାର ଗୋଟିଏ ପରେ ଗୋଟିଏ ସଂସ୍କୃତି, ପରମ୍ପରାକୁ ଭଗ୍ନ କରିବାରେ ଲାଗିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।
– ସୁଜନ ମିଶ୍ର, ସାମାଜିକ କର୍ମୀ
ସରକାର ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରିବାର ଥିଲା। ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ। ଚଳିତ ବର୍ଷ କରୋନା ଆଳ ଦେଖାଇ ସରକାର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି। ଯଦି ସମସ୍ତ ସରକାରୀ କାର୍ଯ୍ୟ ଏସ୍‌ଓପି ମଧ୍ୟରେ ହୋଇପାରୁଛି, ତେବେ ବୋଇତ ବନ୍ଦାଣ କାହିଁକି ନୁହଁ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି। ସରକାର ଏକଛତ୍ରବାଦ ଭାବେ ଏଭଳି କାର୍ଯ୍ୟ କରୁଛନ୍ତି। ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି।
– ଦେବବ୍ରତ ଆଚାର୍ଯ୍ୟ,
ସାମାଜିକ କର୍ମୀ
ଓଡ଼ିଆଙ୍କ ପର୍ବପର୍ବାଣି, ଚାଲିଚଳଣି ମଧ୍ୟରେ ସଂସ୍କୃତି ପରମ୍ପରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କୌଣସି ଉତ୍ସବ ଆସିଲେ ତା’ର ଅତୀତ, ଇତିହାସ ମନେ ପଡ଼ିିଯାଏ। ସଂସ୍କୃତି ହେଉଛି ଗୋଟିଏ ଜାତିର ଅସ୍ମିତା। ଅସ୍ମିତା ନ ରହିଲେ ସଂସ୍କୃତି ବିଲୁପ୍ତ ହୋଇଯିବ। ବୋଇତ ବନ୍ଦାଣ ଉତ୍ସବକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରନ୍ତି। ଏହାକୁ ସରକାର ବନ୍ଦ କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ।
– କ୍ଷିତୀଶ ମୋହନ ଦାସ,
ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri