Posted inଫୁରସତ

ରେନିଡେ’ ଆଉଟିଂ

ବର୍ଷାଦିନିଆ କୋହଲା ପାଗ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ବୁଲିବାର ମଜା ନେବାକୁ ବେଶ୍‌ ଆଗ୍ରହୀ ଯୁବପିଢ଼ି। ହେଲେ ଏମିତିରେ ସାମାନ୍ୟ ଅବହେଳା
ସାଜିପାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ…

ବର୍ଷାଦିନିଆ ଥଣ୍ଡା ପାଗରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ ବୁଲିଯିବାର ଚାର୍ମ ଅଲଗା। ସେ ସମୟରେ ସେମାନଙ୍କୁ ନା ଥାଏ ବର୍ଷାରେ ଭିଜିବାର ଡର ନା ସ୍ବାସ୍ଥ୍ୟ ସମସ୍ୟାକୁ ଖାତିର। ହେଲେ ଏଦିନେ ବାହାରକୁ ବୁଲିଯିବା ସମୟରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ବର୍ଷାଦିନେ ସମୁଦ୍ରକୂଳ ବୁଲିଯାଉଥିଲେ ସତର୍କତା ଅବଲମ୍ବନ କରନ୍ତୁ। ଏଦିନେ ନଈରେ ଭାସିଆସୁଥିବା ବହୁ ପରିମାଣର ଆବର୍ଜନା ସମୁଦ୍ରରେ ମିଶୁଥିବାରୁ କୂଳ ଏବଂ ପାଣି ଅପରିଷ୍କାର ରହିଥାଏ। ତା’ଛଡ଼ା ଅନେକ ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗାଧୋଇବା କିମ୍ବା ଲହଡ଼ି ଭାଙ୍ଗିବା ସମୟରେ କେହି କେହି ଭାସିଯିବାର ଅନେକ ନଜିର ରହିଛି।
ହିଲ୍‌ ଷ୍ଟେଶନ୍‌ ବୁଲିଯିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ବର୍ଷାଦିନେ ପାଣି ପଡି ପାହାଡିଆ ଘାଟି ରାସ୍ତାଗୁଡିକ ଖସଡା ହୋଇ ରହିଥାଏ। ତେଣୁ ଗାଡି ଚଲାଇବା ବେଳେ ସ୍ଲିପ୍‌ ହୋଇ ଦୁର୍ଘଟଣା ହେବାର ଆଶଙ୍କା ବେଶୀ। କେବଳ ଏତିକି ନୁହେଁ, ପାହାଡ଼ଚଢ଼ାା ବା ହିଲ୍‌ ଟ୍ରାକିଂ କରିବା ବିପଦପୂର୍ଣ୍ଣ। କାରଣ ଏହିଦିନେ ବର୍ଷା ଯୋଗୁ ପାହାଡ଼ିଆ ପଥର ଚଟାଣଗୁଡିକରେ ଶିଉଳି ହୋଇ ଗୋଡ ଖସିଯିବାର ଆଶଙ୍କା ଅଧିକ।
ଅଭୟାରଣ୍ୟ କିମ୍ବା ନ୍ୟାଶନାଲ ପାର୍କ ଆଦି ସ୍ଥାନରେ ଏ ଦିନେ ବଣବୁଦା ଅଧିକ ଘଞ୍ଚ ହୋଇଯିବା ସହ ବିଷଧର କୀଟ, ପତଙ୍ଗ ଏବଂ ସାପ ଆଦିଙ୍କ ସଂଖ୍ୟା ବଢ଼ିଯାଇଥାଏ ା ତେଣୁ ଏଭଳି ସ୍ଥାନକୁ ଯିବା ଆଦୌ ନିରାପଦ ନୁହେଁ। ତଥାପି ଯଦି ଏଭଳି ସ୍ଥାନକୁ ଯିବାକୁ ପ୍ଲାନ୍‌ କରୁଛନ୍ତି, ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହିତ ଗାଇଡ୍‌ଙ୍କୁ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।
ଏଦିନେ ରିଭର ରାଫ୍ଟି, ବୋଟିଂ ଆଦି ଭଳି ଦୁଃସାହସିକ କାର୍ଯ୍ୟ ଆଦୌ ନ କରିବା ଭଲ। କାରଣ ବର୍ଷାଦିନେ ନଈରେ ପାଣିର ସ୍ରୋତ କ୍ଷିପ୍ର ଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ବେଶି।
ବର୍ଷାରେ ବୁଲିବାକୁ ଯିବା ସମୟରେ ବାହାରେ ରାନ୍ଧି ଖାଇବା ପ୍ଲାନ୍‌ ରଖନ୍ତୁ ନାହିଁ। କାରଣ ଏଦିନେ ସମୟେ ସମୟେ ହଠାତ୍‌ ପ୍ରବଳ ବର୍ଷା ପବନ ହେଉଥିବାରୁ ରୋଷେଇ କରିବା କଷ୍ଟକର ହୋଇପଡ଼େ। ଏଦିନେ ସାଧାରଣତଃ ପାଣି ଅପରିଷ୍କାର ରହୁଥିବାରୁ ବାହାରେ ଖାଇବା ଦ୍ବାରା ଝାଡ଼ାବାନ୍ତି ଆଦି ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଭଲ ଭାବେ ଖାଦ୍ୟପେୟର ବ୍ୟବସ୍ଥା କରି ବୁଲିଯାଆନ୍ତୁ।
ଏଦିନେ ବୁଲିଯିବା ସମୟରେ ବର୍ଷାରେ ଭିଜିବାର ଆଶଙ୍କା ଅଧିକ। ତେଣୁ ସାଙ୍ଗରେ ଅଧିକ କିଛି ଶୁଖିଲା ଡ୍ରେସ୍‌, ଟାୱେଲ ଆଦି ନିଶ୍ଚୟ ରଖନ୍ତୁ। ଶୀଘ୍ର ନ ଶୁଖିପାରୁଥିବା ଭଳି ଭାରି ପୋଷାକ ପରିବର୍ତ୍ତେ ଶୀଘ୍ର ଶୁଖିପାରୁଥିବା ଭଳି ହାଲୁକା ସିନ୍ଥେଟିକ୍‌ ପୋଷାକ ବ୍ୟବହାର କରନ୍ତୁ।
ଅନେକ ସ୍ଥାନରେ ବର୍ଷାଯୋଗୁ ବିଦ୍ୟୁତ କାଟ୍‌ ହେଉଥିବାରୁ ମୋବାଇଲ୍‌ ବ୍ୟାଟେରି ଲୋ ହୋଇଗଲେ ଚାର୍ଜ କରିବା ଅସମ୍ଭବ ହୋଇପଡ଼େ। ତେଣୁ ପରିବାର ସହିତ ଯୋଗାଯୋଗ ରଖିବା ଲାଗି ମୋବାଇଲ୍‌ର ଚାର୍ଜ ଯେପରି କମି ନ ଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। କେବଳ ଏତିକି ନୁହେଁ, ଏହା ସହିତ ସାଙ୍ଗରେ କ୍ୟାମେରା ନେଇଥିଲେ ଯେପରି ପାଣି ସଂସ୍ପର୍ଶରେ ନ ଆସେ ଧ୍ୟାନ ଦିଅନ୍ତୁ।
ାହାରକୁ ବୁଲିଯିବା ବେଳେ ହଠାତ୍‌ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ମେଡିକାଲ ସୁବିଧା ସଙ୍ଗେ ସଙ୍ଗେ ପାଇବା ସେତେଟା ସହଜ ନୁହେଁ। ତେଣୁ ସାଙ୍ଗରେ ମେଡିକାଲ କିଟ୍ସ, ଆଣ୍ଟିବାୟୋଟିକ, ବ୍ୟାଣ୍ଡେଜ ଭଳି ଏମର୍ଜେନ୍ସି ଜିନିଷ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri