Posted inଫୁରସତ

ରେନିଡେ’ ଆଉଟିଂ

ବର୍ଷାଦିନିଆ କୋହଲା ପାଗ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ବୁଲିବାର ମଜା ନେବାକୁ ବେଶ୍‌ ଆଗ୍ରହୀ ଯୁବପିଢ଼ି। ହେଲେ ଏମିତିରେ ସାମାନ୍ୟ ଅବହେଳା
ସାଜିପାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ…

ବର୍ଷାଦିନିଆ ଥଣ୍ଡା ପାଗରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ ବୁଲିଯିବାର ଚାର୍ମ ଅଲଗା। ସେ ସମୟରେ ସେମାନଙ୍କୁ ନା ଥାଏ ବର୍ଷାରେ ଭିଜିବାର ଡର ନା ସ୍ବାସ୍ଥ୍ୟ ସମସ୍ୟାକୁ ଖାତିର। ହେଲେ ଏଦିନେ ବାହାରକୁ ବୁଲିଯିବା ସମୟରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ବର୍ଷାଦିନେ ସମୁଦ୍ରକୂଳ ବୁଲିଯାଉଥିଲେ ସତର୍କତା ଅବଲମ୍ବନ କରନ୍ତୁ। ଏଦିନେ ନଈରେ ଭାସିଆସୁଥିବା ବହୁ ପରିମାଣର ଆବର୍ଜନା ସମୁଦ୍ରରେ ମିଶୁଥିବାରୁ କୂଳ ଏବଂ ପାଣି ଅପରିଷ୍କାର ରହିଥାଏ। ତା’ଛଡ଼ା ଅନେକ ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗାଧୋଇବା କିମ୍ବା ଲହଡ଼ି ଭାଙ୍ଗିବା ସମୟରେ କେହି କେହି ଭାସିଯିବାର ଅନେକ ନଜିର ରହିଛି।
ହିଲ୍‌ ଷ୍ଟେଶନ୍‌ ବୁଲିଯିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ବର୍ଷାଦିନେ ପାଣି ପଡି ପାହାଡିଆ ଘାଟି ରାସ୍ତାଗୁଡିକ ଖସଡା ହୋଇ ରହିଥାଏ। ତେଣୁ ଗାଡି ଚଲାଇବା ବେଳେ ସ୍ଲିପ୍‌ ହୋଇ ଦୁର୍ଘଟଣା ହେବାର ଆଶଙ୍କା ବେଶୀ। କେବଳ ଏତିକି ନୁହେଁ, ପାହାଡ଼ଚଢ଼ାା ବା ହିଲ୍‌ ଟ୍ରାକିଂ କରିବା ବିପଦପୂର୍ଣ୍ଣ। କାରଣ ଏହିଦିନେ ବର୍ଷା ଯୋଗୁ ପାହାଡ଼ିଆ ପଥର ଚଟାଣଗୁଡିକରେ ଶିଉଳି ହୋଇ ଗୋଡ ଖସିଯିବାର ଆଶଙ୍କା ଅଧିକ।
ଅଭୟାରଣ୍ୟ କିମ୍ବା ନ୍ୟାଶନାଲ ପାର୍କ ଆଦି ସ୍ଥାନରେ ଏ ଦିନେ ବଣବୁଦା ଅଧିକ ଘଞ୍ଚ ହୋଇଯିବା ସହ ବିଷଧର କୀଟ, ପତଙ୍ଗ ଏବଂ ସାପ ଆଦିଙ୍କ ସଂଖ୍ୟା ବଢ଼ିଯାଇଥାଏ ା ତେଣୁ ଏଭଳି ସ୍ଥାନକୁ ଯିବା ଆଦୌ ନିରାପଦ ନୁହେଁ। ତଥାପି ଯଦି ଏଭଳି ସ୍ଥାନକୁ ଯିବାକୁ ପ୍ଲାନ୍‌ କରୁଛନ୍ତି, ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହିତ ଗାଇଡ୍‌ଙ୍କୁ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।
ଏଦିନେ ରିଭର ରାଫ୍ଟି, ବୋଟିଂ ଆଦି ଭଳି ଦୁଃସାହସିକ କାର୍ଯ୍ୟ ଆଦୌ ନ କରିବା ଭଲ। କାରଣ ବର୍ଷାଦିନେ ନଈରେ ପାଣିର ସ୍ରୋତ କ୍ଷିପ୍ର ଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ବେଶି।
ବର୍ଷାରେ ବୁଲିବାକୁ ଯିବା ସମୟରେ ବାହାରେ ରାନ୍ଧି ଖାଇବା ପ୍ଲାନ୍‌ ରଖନ୍ତୁ ନାହିଁ। କାରଣ ଏଦିନେ ସମୟେ ସମୟେ ହଠାତ୍‌ ପ୍ରବଳ ବର୍ଷା ପବନ ହେଉଥିବାରୁ ରୋଷେଇ କରିବା କଷ୍ଟକର ହୋଇପଡ଼େ। ଏଦିନେ ସାଧାରଣତଃ ପାଣି ଅପରିଷ୍କାର ରହୁଥିବାରୁ ବାହାରେ ଖାଇବା ଦ୍ବାରା ଝାଡ଼ାବାନ୍ତି ଆଦି ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଭଲ ଭାବେ ଖାଦ୍ୟପେୟର ବ୍ୟବସ୍ଥା କରି ବୁଲିଯାଆନ୍ତୁ।
ଏଦିନେ ବୁଲିଯିବା ସମୟରେ ବର୍ଷାରେ ଭିଜିବାର ଆଶଙ୍କା ଅଧିକ। ତେଣୁ ସାଙ୍ଗରେ ଅଧିକ କିଛି ଶୁଖିଲା ଡ୍ରେସ୍‌, ଟାୱେଲ ଆଦି ନିଶ୍ଚୟ ରଖନ୍ତୁ। ଶୀଘ୍ର ନ ଶୁଖିପାରୁଥିବା ଭଳି ଭାରି ପୋଷାକ ପରିବର୍ତ୍ତେ ଶୀଘ୍ର ଶୁଖିପାରୁଥିବା ଭଳି ହାଲୁକା ସିନ୍ଥେଟିକ୍‌ ପୋଷାକ ବ୍ୟବହାର କରନ୍ତୁ।
ଅନେକ ସ୍ଥାନରେ ବର୍ଷାଯୋଗୁ ବିଦ୍ୟୁତ କାଟ୍‌ ହେଉଥିବାରୁ ମୋବାଇଲ୍‌ ବ୍ୟାଟେରି ଲୋ ହୋଇଗଲେ ଚାର୍ଜ କରିବା ଅସମ୍ଭବ ହୋଇପଡ଼େ। ତେଣୁ ପରିବାର ସହିତ ଯୋଗାଯୋଗ ରଖିବା ଲାଗି ମୋବାଇଲ୍‌ର ଚାର୍ଜ ଯେପରି କମି ନ ଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। କେବଳ ଏତିକି ନୁହେଁ, ଏହା ସହିତ ସାଙ୍ଗରେ କ୍ୟାମେରା ନେଇଥିଲେ ଯେପରି ପାଣି ସଂସ୍ପର୍ଶରେ ନ ଆସେ ଧ୍ୟାନ ଦିଅନ୍ତୁ।
ାହାରକୁ ବୁଲିଯିବା ବେଳେ ହଠାତ୍‌ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ମେଡିକାଲ ସୁବିଧା ସଙ୍ଗେ ସଙ୍ଗେ ପାଇବା ସେତେଟା ସହଜ ନୁହେଁ। ତେଣୁ ସାଙ୍ଗରେ ମେଡିକାଲ କିଟ୍ସ, ଆଣ୍ଟିବାୟୋଟିକ, ବ୍ୟାଣ୍ଡେଜ ଭଳି ଏମର୍ଜେନ୍ସି ଜିନିଷ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri