ବର୍ଷାଭାବ ବିଗାଡ଼ୁଛି ଚାଷ

ଆଠମଲ୍ଲିକ,୬ା୮(ଡି.ଏନ.ଏ.) ଚାଷ ସମୟ ଗଡ଼ିଯାଉଛି। ହେଲେ ରୁଆ, ବେଉଷଣ ପାଇଁ ଜମିରେ ପାଣି ନାହିଁ। ଚଳିତ ବର୍ଷ ବର୍ଷା ପରିମାଣ କମ୍‌ ରହିଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଏପରି ବିଗିଡ଼ି ଯାଇଛି। ୨୪୭୫ ହେକ୍ଟର ସମ୍ପୂର୍ଣ୍ଣ ପଡ଼ିଆ ପଡ଼ିଥିବାବେଳେ ଧାନ ତଳି ମରିବାକୁ ବସିଲାଣି। ଧାନ ବୁଣା ହୋଇଥିବା ଜମି ମଧ୍ୟ ଶୁଖି ଫାଟିଗଲାଣି।
ପ୍ରକାଶ ଯେ, ଆଠମଲ୍ଲିକ ବ୍ଲକରେ ମୋଟ୍‌ ୩୬ ହଜାର ୦୭୮ ହେକ୍ଟର ଚାଷ ଜମି ରହିଛି। ସେଥିରୁ ମାତ୍ର ୧୨ ହଜାର ୧୮୬ ହେକ୍ଟରରେ ଧାନ ଚାଷ ହୋଇଥାଏ। ୫୦୪୧ ହେକ୍ଟରରେ ଧାନ ବୁଣା ଯାଉଥିବାବେଳେ ୭୧୪୫ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତ ବର୍ଷ ବର୍ଷାଭାବ କାରଣରୁ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୯୭୧୧ ହେକ୍ଟର ଜମିରେ ଯାହା ଯେମିତି ଚାଷ କରାଯାଇଛି। ଫଳରେ ୨୪୭୫ ହେକ୍ଟରରେ ଚାଷ କାର୍ଯ୍ୟ ବାକି ରହିଛି। ଯେଉଁ ଚାଷୀମାନେ ଧାନ ବୁଣିଛନ୍ତି ବର୍ଷା ଅଭାବ ଯୋଗୁ ସେମାନେ ବିହୁଡା କାମ କରିପାରୁନାହାନ୍ତି। ବର୍ଷା ନ ହେଲେ ମଧ୍ୟମ କିସମ ଚାଷ ଜମିରେ ଧାନ ମରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପରେ। ଧାନ ଚାଷ ପାଇଁ ଜୁନ ମାସରେ ୨୨୫ ମିଲିମିଟର (ମି.ମି.) ବର୍ଷା ଆବଶ୍ୟକ ଥିବାବେଳେ ହୋଇଛି ମାତ୍ର ୧୮୪ ମି.ମି.। ଜୁଲାଇ ମାସରେ ୩୪୭.୭ ମି.ମି. ପରିବର୍ତ୍ତେ ୨୦୧.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ସେହିପରି ଅଗଷ୍ଟ ମାସରେ ଚାଷ ଆଗେଇ ନେବାକୁ ୩୫୭.୫ ମି.ମି. ବର୍ଷା ନିହାତି ଆବଶ୍ୟକ l ହେଲେ ୪ ଦିନ ଭିତରେ ମାତ୍ର ୩.୬ ମି.ମି. ବର୍ଷା ହୋଇଥିବା ବେଳେ ଆଗକୁ ମୌସୁମୀ ସ୍ଥିତି କିପରି ରହିବ ତାହାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। ଯଦି ୩/୪ ଦିନ ମଧ୍ୟରେ ସର୍ବନିମ୍ନ ୧୦୦ ମି.ମି. ବର୍ଷା ନ ହୁଏ, ତା’ହେଲେ ଧାନ ଚାଷ ନଷ୍ଟ ହୋଇଯିବ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ସହକାରୀ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ କହିଛନ୍ତି, ବର୍ଷା ଅଭାବ ଚାରିଆଡେ ପରିଲକ୍ଷିତ ହୋଇଛି। ଏହାଦ୍ୱାରା ଧାନ ଚାଷ ଉପରେ ଗଭୀର ପ୍ରଭାବ ପଡ଼ୁଛି। ଏପରି କି ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ତେବେ ଜଳସେଚିତ ଅଞ୍ଚଳରେ ଧାନ ଚାଷ ଅବସ୍ଥା ଠିକ୍‌ ରହିଥିବା କୃଷି ଅଧିକାରୀ ପ୍ରକାଶ କରିଛନ୍ତି।

ସମୀକ୍ଷାରେ ଅଟକିଛି ଜଳସେଚନ
କୃଷିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଥିଲେ ମଧ୍ୟ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଜଳସେଚନ ପ୍ରତି ଆଖି ବୁଜି ଦେଇଛନ୍ତି। ଜଳସେଚନ ବ୍ୟବସ୍ଥା ନିମନ୍ତେ ସରକାରୀ ସ୍ତରରେ ବହୁବାର ସମୀକ୍ଷା କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ଚଳିତବର୍ଷ ଠିକ୍‌ ଭାବେ ବର୍ଷା ହେଉ ନ ଥିବାରୁ ଚାଷ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।
-ବୃନ୍ଦାବନ ପ୍ରଧାନ, ଚାଷୀ, ଖଡ଼ରାମୁଣ୍ଡା

ତଳି ମରିବାକୁ ବସିଲାଣି
ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଚଳିତବର୍ଷ ଚାଷ କାର୍ଯ୍ୟ ପଛେଇ ଯାଇଛି। ରୁଆ ପାଇଁ ପାଣି ତ ଦୂରର କଥା ତଳି ଉପାଡ଼ିବା ପାଇଁ ମଧ୍ୟ ପାଣି ନାହିଁ। ଫଳରେ ପକାଯାଇଥିବା ଧାନ ତଳି ହଳଦିଆ ପଡ଼ି ମରିବାକୁ ବସିଲାଣି। ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସରକାର ତୁରନ୍ତ ଚାଷୀମାନଙ୍କୁ ସବ୍‌ସିଡିରେ ପାଣିପମ୍ପ ଯୋଗାଇ ଦିଅନ୍ତୁ।
-ଗଙ୍ଗାଧର ବେହେରା, ଚାଷୀ, ଝିଲିମୁଣ୍ଡା

ସାର, କୀଟନାଶକ ଦିଆଯାଉନି
ଚାଷୀଙ୍କୁ ଉପଯୁକ୍ତ ସମୟରେ ସରକାର ସାର, କୀଟନାଶକ ଯୋଗାଇ ଦେଉନାହାନ୍ତି। ସମବାୟ ସମିତିକୁ ଆବଶ୍ୟକ ତୁଳନାରେ ବହୁ କମ୍‌ ପରିମାଣର ସାର ଆସୁଥିବାରୁ ତାହା ସବୁ ଚାଷୀ ପାଇପାରୁ ନାହାନ୍ତି। ଫଳରେ ଚଢ଼ା ଦର ଦେଇ ଚାଷୀମାନେ ବାହାରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ସରକାର ଶୀଘ୍ର ଦୃଷ୍ଟି ଦେବା ଦରକାର।
-ପୀତାମ୍ବର ମାଝି, ଚାଷୀ, ମଇମୁରା

ବର୍ଷା ନ ହେଲେ ମରୁଡ଼ି
ଜମିରେ ପାଣି ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆବଶ୍ୟକ ପରିମାଣର ବର୍ଷା ହୋଇଥିଲେ ଏତେବେଳକୁ ରୁଆ କାର୍ଯ୍ୟ ସମାପ୍ତ ହୋଇଯିବା କଥା। କିନ୍ତୁ ଅନେକ ଚାଷୀ ଏଯାଏ ଆରମ୍ଭ କରିନାହାନ୍ତି। ଚାଷ ବିଗିଡ଼ିଗଲେ ବ୍ୟାଙ୍କ ଋଣ ଚାଷୀମାନେ ଶୁଝିପାରିବେ ନାହିଁ। ଲଗାଣ ବର୍ଷା ନ ହେଲେ ଆଗକୁ ମରୁଡ଼ି ଉପୁଜିବା ଆଶଙ୍କା କରାଯାଉଛି।
-ତରଣୀ ରଣା, ଚାଷୀ, ସାପଘରା


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri