ଅଗଷ୍ଟ ବର୍ଷା ଭରଣା କଲା: ସ୍ବାଭାବିକଠାରୁ ୨% ଅଧିକ ହୋଇଛି

ଭୁବନେଶ୍ୱର,୭ା୮(ଅନିଲ ଦାସ): ଜୁନ୍‌ ଓ ଜୁଲାଇରେ ରାଜ୍ୟକୁ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହେବାକୁ ପଡିଛି। ବର୍ଷା ଅଭାବରୁ ରାଜ୍ୟରେ ଚାଷକାର୍ଯ୍ୟ ମାନ୍ଦା ପଡିଥିଲା। ତେବେ ଜୁଲାଇ ୩୦ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟକୁ ପର୍ଯ୍ୟାପ୍ତ ବର୍ଷା ଦେଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ ପହିଲାରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୨% ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୬୨୯.୩ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ମାତ୍ର ୬୩୯.୪ ପ୍ରତିଶତ। ବୌଦ୍ଧରେ ସ୍ବାଭାବିକଠାରୁ ସର୍ବାଧିକ ୬୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏତେ ବର୍ଷା ସତ୍ତ୍ୱେ ଗଞ୍ଜାମରେ ସ୍ବାଭାବିକଠାରୁ ୩୦ ପ୍ରତିଶତ ଓ ନବରଙ୍ଗପୁରରେ ୩୮ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରାହିଛି। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହୋଇପାରେ। ପାଗ ମେଘୁଆ ରହିଲେ ମଧ୍ୟ ବର୍ଷା ହେବ ନାହିଁ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ କଁା ଭଁା ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri