Advertisement

ରାସ୍ତାରେ ଜମୁଛି ବର୍ଷାପାଣି: ବିଦ୍ୟାର୍ଥୀ ହନ୍ତସନ୍ତ

ଧରାକୋଟ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଧରାକୋଟ ଜାନବିଲି ପୂର୍ତ୍ତ ବିଭାଗ ରାସ୍ତାରୁ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାର ମଧ୍ୟଭାଗରେ ପ୍ରାୟ ୫୦ ଫୁଟ ବର୍ଷାପାଣି ଜମି ରହିଥିବାରୁ ରାସ୍ତାରେ ଦୁର୍ଗନ୍ଧ ସହ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍‌ କିମ୍ବା କୌଣସି ଆନୁଷାଙ୍ଗିକ ବ୍ୟବସ୍ଥା ନ ଥିବାରୁ ଉଭୟ ପଟର ପାଣି ମଧ୍ୟଭାଗରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହୁଛି। ଧରାକୋଟ ପଞ୍ଚାୟତ ସମିତି ଅଧୀନରେ ରହିଥିବା ଏହି ରାସ୍ତା ପୂର୍ତ୍ତ ବିଭାଗ ରାସ୍ତାରୁ ମୁଣ୍ଡମରାଇ ପର୍ଯ୍ୟନ୍ତ ପ୍ରାୟ ୧୫ଶହ ମିଟର ଲମ୍ବିଛି। ହେଲେ ଦୀର୍ଘ ଦିନ ଧରି ଏହାର ମରାମତି ହୋଇନାହିଁ। ଲୋକେ ପ୍ରତିଦିନ କପିଳାସ ଅଞ୍ଚଳରେ ରହିଥିବା କ୍ଷେତକୁ ଏବଂ ମୁଣ୍ଡମରାଇ ରାସ୍ତା ଦେଇ ଯାତାୟାତ କରନ୍ତି। ସର୍ବୋପରି ଛାତ୍ରୀଛାତ୍ର ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀଙ୍କ ଏହା ନିତିଦିନିଆ ରାସ୍ତା। ହେଲେ ରାସ୍ତାରେ ପାଣି ଜମି ରହିଥିବାରୁ ଶିଉଳି ପଡ଼ି ଦୁର୍ଘଟଣାମାନ ଘଟୁଛି। ତେଣୁ ବ୍ଲକ ପ୍ରଶାସନ ତରଫରୁ ତୁରନ୍ତ ରାସ୍ତା ମରାମତି ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଜନସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରବଜାର ପୋଲ ଭୁଶୁଡ଼ିଲା, ଚାପି ହୋଇଗଲେ କିଛି ଲୋକ

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି...

ପରିତ୍ୟକ୍ତ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ ,୨୧।୬(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧୀନସ୍ଥ ଆଙ୍କୁଲା ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ରବିବାର ଏକ ବଜ୍ରକାପ୍ତା...

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସିି,୧।୬: ପର୍ଯ୍ୟବେକ୍ଷଣ ଆବାସ ଓ ବାଳସୁଧାର ଗୃହରୁ ୭ ଅନ୍ତେବାସୀ ଚମ୍ପଟ ମାରିଥିବା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କର ପତ୍ତା...

ସଂସ୍କୃତ କଲେଜରେ ଚାକିରିଆ ଛାତ୍ର

ଯାଜପୁର ଅଫିସ,୩୦ା୧୧:ଯାଜପୁର ଜିଲା ସୀମାନ୍ତବର୍ତ୍ତୀ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କଇଥା ତ୍ରିନାଥପୁର ମୀରାଦେବୀ ସଂସ୍କୃତ କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ...

ଶ୍ରୀରାମ ନବମୀ ମହୋତ୍ସବ, କଟକଣାରେ ମହାଯଜ୍ଞ

ଭଦ୍ରକ ଅଫିସ,୨୨।୪- କରୋନା ମହାମାରୀ ଯୋଗୁ ଚଳିତବର୍ଷ ମଧ୍ୟ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଫିକା ପଡ଼ିଛି। ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା...

ପରିବା କିଣିବାକୁ ଆସି ହାଇଓ୍ବା ତଳେ ଜୀବନ ଗଲା

ଭଦ୍ରକ ଅଫିସ,୨୯।୬: ଭଦ୍ରକ ବାଇପାସ୍‌ ବଜାରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ସହର ଗୋପବନ୍ଧୁ...

କରତକଳ ଉପରେ ବନବିଭାଗର ଚଢ଼ାଉ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ.) : ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ବର୍ତ୍ତନା ଗ୍ରାମରେ ଥିବା ବେଆଇନ କରତକଳ ଉପରେ ଶୁକ୍ରବାର ବନବିଭାଗର ଏସିଏଫ୍‌ ସମୀର କୁମାର ସାହୁ,...

Advertisement
Archives

Model This Week