୧୩ ଜିଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବି ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର, ଚାନ୍ଦବାଲି, ବାରିପଦା, ଝାରସୁଗୁଡ଼ା, ସୁନ୍ଦରଗଡ଼, ହୀରାକୁଦ, ସୋନପୁରରେ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସର୍ବାଧିକ ବର୍ଷା ହୋଇଛି। ସେପଟେ ରାଜ୍ୟରେ ପୁଣି ରାତିର ତାପମାତ୍ରା ହ୍ରାସ ପାଇବ। ବର୍ଷା ପାଇଁ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ। ତେବେ ରବିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାକି ସବୁଠି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା। ଏଥିସହ ବିଭିନ୍ନ ସ୍ଥାନରେ କୁହୁଡ଼ି ହୋଇଥିଲା। ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, ଅନୁଗୋଳ ଓ ବାରିପଦାରେ ଘନ କୁହୁଡ଼ି ଦେଖାଯାଇଥିଲା। ସେହିଭଳି ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଏବଂ ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri