ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗତ ୩ ବର୍ଷ ତଳେ ବୃତ୍ତଙ୍ଗ ପୋଲ ନିର୍ମାଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଏହାକୁ ନେଇ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତର ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଆଦି ୪ ଗାଁର ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି।
ଗତ ବିଧାନସଭା ନିର୍ବାଚନ ସମୟରେ ବୃତ୍ତଙ୍ଗ ପୋଲ ନିର୍ମାଣ ଦାବିରେ ୪ ଗଁାର ଲୋକମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ବେହେରା ଗାଁ ଲୋକମାନଙ୍କୁ ବୁଝାଶୁଝା କରିବା ସହ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ନେବାରେ ସମର୍ଥ ହୋଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଫଳରେ ସ୍ଥାନୀୟ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବିଧାୟକଙ୍କ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ। ପଞ୍ଚାୟତ ନିର୍ବାଚନ ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଥିଲା। ରବିବାର ବିଧାୟକ ବେହେରା ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଗଁାକୁ ଭୋଟ ପ୍ରଚାର ପାଇଁ ଯାଇଥିଲେ। ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ସମ୍ମାନର ସହ ବସାଇ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ। ଇତିମଧ୍ୟରେ ୩ ବର୍ଷ ବିତିଛି। ବୃତ୍ତଙ୍ଗ ପୋଲର ନଁା ଗନ୍ଧ ନାହିଁ। ପୁଣି ଆପଣଙ୍କ ଦେଖାନାହିଁ। ଆପଣ ବିଧାୟକ ହେବା ପରେ ଆମ ପଞ୍ଚାୟତକୁ ଆସି କୌଣସି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିନାହାନ୍ତି। ଭୋଟ ପରେ ଆପଣ ଆମକୁ ଭୁଲି ଯାଇଛନ୍ତି। ଆପଣ ଦେଇଥିବା ଫୋନ ନମ୍ବରରେ କଲ୍‌ କଲେ ଫୋନ୍‌ ଲାଗୁନାହିଁ। ଆପଣଙ୍କ ପ୍ରତିନିଧି ଓ ନେତାମାନଙ୍କୁ କହିଲେ ଆମ କଥା କେହି ଶୁଣୁ ନାହାନ୍ତି। ମିଥ୍ୟା ପ୍ରତିଶ୍ରୁତି ଶୁଣି ଆଉ ଭୋଟ ଦେଇ ହେବନି। ଗ୍ରାମବାସୀଙ୍କ ଏପରି କଥା ଶୁଣି ବିଧାୟକ କହିଥିଲେ, ବୃତ୍ତଙ୍ଗ ପୋଲ ନିର୍ମାଣ ପାଇଁ ଅର୍ଥମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହେବ। ହେଲେ ଲୋକମାନେ ବିଧାୟକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ସେମାନେ କହିଲେ ଆପଣ ଯଦି ପ୍ରକୃତ ବିଧାୟକ ଆଜି ଟେଣ୍ଡର କରି କାମ ଆରମ୍ଭ କରନ୍ତୁ। ଆମେ ଆପଣଙ୍କ ଦଳର ସବୁ ପ୍ରାର୍ଥୀଙ୍କୁ ଭୋଟ ଦେବୁ। ଶେଷରେ ଭୋଟର ଓ ଗଁା ଲୋକଙ୍କ ପ୍ରଶ୍ନବାଣରେ ବିଧାୟକ ଅପଦସ୍ଥ ହୋଇ ଗଁା ଛାଡି ଚାଲି ଆସିଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ଭିଡ଼ିଓ କରି ଗଣମାଧ୍ୟମକୁ ଦେଇଛନ୍ତି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି ନ କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri