ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗତ ୩ ବର୍ଷ ତଳେ ବୃତ୍ତଙ୍ଗ ପୋଲ ନିର୍ମାଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଏହାକୁ ନେଇ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତର ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଆଦି ୪ ଗାଁର ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି।
ଗତ ବିଧାନସଭା ନିର୍ବାଚନ ସମୟରେ ବୃତ୍ତଙ୍ଗ ପୋଲ ନିର୍ମାଣ ଦାବିରେ ୪ ଗଁାର ଲୋକମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ବେହେରା ଗାଁ ଲୋକମାନଙ୍କୁ ବୁଝାଶୁଝା କରିବା ସହ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ନେବାରେ ସମର୍ଥ ହୋଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଫଳରେ ସ୍ଥାନୀୟ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବିଧାୟକଙ୍କ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ। ପଞ୍ଚାୟତ ନିର୍ବାଚନ ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଥିଲା। ରବିବାର ବିଧାୟକ ବେହେରା ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଗଁାକୁ ଭୋଟ ପ୍ରଚାର ପାଇଁ ଯାଇଥିଲେ। ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ସମ୍ମାନର ସହ ବସାଇ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ। ଇତିମଧ୍ୟରେ ୩ ବର୍ଷ ବିତିଛି। ବୃତ୍ତଙ୍ଗ ପୋଲର ନଁା ଗନ୍ଧ ନାହିଁ। ପୁଣି ଆପଣଙ୍କ ଦେଖାନାହିଁ। ଆପଣ ବିଧାୟକ ହେବା ପରେ ଆମ ପଞ୍ଚାୟତକୁ ଆସି କୌଣସି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିନାହାନ୍ତି। ଭୋଟ ପରେ ଆପଣ ଆମକୁ ଭୁଲି ଯାଇଛନ୍ତି। ଆପଣ ଦେଇଥିବା ଫୋନ ନମ୍ବରରେ କଲ୍‌ କଲେ ଫୋନ୍‌ ଲାଗୁନାହିଁ। ଆପଣଙ୍କ ପ୍ରତିନିଧି ଓ ନେତାମାନଙ୍କୁ କହିଲେ ଆମ କଥା କେହି ଶୁଣୁ ନାହାନ୍ତି। ମିଥ୍ୟା ପ୍ରତିଶ୍ରୁତି ଶୁଣି ଆଉ ଭୋଟ ଦେଇ ହେବନି। ଗ୍ରାମବାସୀଙ୍କ ଏପରି କଥା ଶୁଣି ବିଧାୟକ କହିଥିଲେ, ବୃତ୍ତଙ୍ଗ ପୋଲ ନିର୍ମାଣ ପାଇଁ ଅର୍ଥମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହେବ। ହେଲେ ଲୋକମାନେ ବିଧାୟକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ସେମାନେ କହିଲେ ଆପଣ ଯଦି ପ୍ରକୃତ ବିଧାୟକ ଆଜି ଟେଣ୍ଡର କରି କାମ ଆରମ୍ଭ କରନ୍ତୁ। ଆମେ ଆପଣଙ୍କ ଦଳର ସବୁ ପ୍ରାର୍ଥୀଙ୍କୁ ଭୋଟ ଦେବୁ। ଶେଷରେ ଭୋଟର ଓ ଗଁା ଲୋକଙ୍କ ପ୍ରଶ୍ନବାଣରେ ବିଧାୟକ ଅପଦସ୍ଥ ହୋଇ ଗଁା ଛାଡି ଚାଲି ଆସିଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ଭିଡ଼ିଓ କରି ଗଣମାଧ୍ୟମକୁ ଦେଇଛନ୍ତି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି ନ କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୬ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ଜନସାଧାରଣଙ୍କ ସହଯୋଗ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି। ଆଗାମୀ ଦିନରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ...

ଭିଜିଲାନ୍ସ ହାତରେ ଢିପିସାହି ସମବାୟ ସମିତି ସମ୍ପାଦକ

ନୟାଗଡ ଅଫିସ,୨୮।୫-ବିହନ ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ନୟାଗଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢିପିସାହି ସମବାୟ ସମିତି...

ହିତାଧିକାରୀଙ୍କୁ ମାଗଣାରେ ଡାଲି, ଚାଉଳ ସହାୟତା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ...

ଦୁଇ ଗ୍ରାମବାସୀଙ୍କୁ ଅପହରଣ: ଇନ୍‌ଫର୍ମର ସନ୍ଦେହରେ ଉଠାଇନେଲେ ମାଓବାଦୀ

ମାଲକାନଗିରି,୩୦।୬(ସ୍ବ.ପ୍ର.): ମାଲକାନଗିରି ଜିଲା କୁକୁରକୁଣ୍ଡର ଦୁଇ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କବାସୀ ଓ ଉଙ୍ଗା କାଲମାଳି। ପୋଲିସ...

ମିଛ ଖବର ପରିବେଷଣ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଲା

ବଲାଙ୍ଗୀର ଅଫିସ,୨୯ା୪- ବଲାଙ୍ଗୀର ଜିଲାରେ ଏ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି ଜିଲାରେ ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ଏହାସତ୍ତ୍ୱେ...

ମୁକ୍ତ, ଅବାଧ ନିର୍ବାଚନକୁ ଗୁରୁତ୍ୱ

କଟକ ଅଫିସ,୨୬।୧୦: ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ଡିଜିପି ସୁନୀଲ ବଂଶଲ ପୋଲିସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସ୍ବଚ୍ଛ, ମୁକ୍ତ, ଅବାଧ ନିର୍ବାଚନ...

କେନ୍ଦ୍ର ଅଧୀନ ଶିକ୍ଷାନୁଷ୍ଠାନର ଖାଲି ପଦବୀ ପୂରଣ ଖୁବ୍‌ଶୀଘ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବଶୀଘ୍ର ପୂରଣ ହେବ। ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ...

ଘରଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

ବନ୍ତ,୮ା୪(ନି.ପ୍ର.): କରୋନା ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା...

Advertisement
Archives

Model This Week