ଦୁର୍ଦ୍ଦଶା ବେଳେ ପୁଣି ବର୍ଷା

ଭୁବନେଶ୍ୱର,(ବ୍ୟୁରୋ)/ଭୋଗରାଇ, (ଡି.ଏନ.ଏ.) ୨୪।୮: ଲଘୁଚାପ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ସ୍ଥଳେ ପୁଣି ବଡ଼ ବର୍ଷାର ଭୟ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ ଉତ୍ତର ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଞ୍ଜାମ, ଗଜପତି ଏବଂ ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା ହୋଇପାରେ। ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଦେବଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲା ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସୁବର୍ଣ୍ଣରେଖାର ବନ୍ୟା ଧୀରେ ଧୀରେ କମୁଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ନଦୀ ପାଖ ଓ ତଳିଆ ଅଞ୍ଚଳରେ ସ୍ଥିତି ଅତି ଭୟଙ୍କର ହୋଇଥିବା ବେଳେ ତିନି ଓଳି ପେଟ ପୁରା ଖାଦ୍ୟ ନିଅଣ୍ଟ ହୋଇଛି। ସହସ୍ରାଧିକ ବିପନ୍ନଙ୍କୁ ବିଭିନ୍ନ ସ୍କୁଲ ଗୃହ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ପାଣି ଘେରରେ ଥିବା ଗୋବାଦୀ ପଶୁଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନଦୀତଟ ଆରୁହାବୃତ୍ତି, କୁମ୍ଭୀରଗଡ଼ି, ଗବାଁ, କୁଶୁଡ଼ା, ପୁଟିଣା, କୁଳିଦା, ଦାହୁଦା ପଞ୍ଚାୟତର ବହୁଗ୍ରାମ ବିପନ୍ନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଛି। ବନ୍ୟାର ୩ଦିନ ବିତିଥିଲେ ମଧ୍ୟ ବିପନ୍ନଙ୍କର ନିଦ ହଜଯାଇଛି। ଲକ୍ଷାଧିକ ବିପନ୍ନଙ୍କ ଘରେ ୩ ଫୁଟ୍‌ରୁ ଊର୍ଦ୍ଧ୍ୱ ପାଣି ଜମି ରହିଥିବାରୁ ରୋଷେଇ କରି ଖାଇବା ଏକପ୍ରକାର ବନ୍ଦ ହୋଇଛି। ମଙ୍ଗଳବାର ଜିଲା ପ୍ରଶାସନ ବନ୍ୟା ଘେରରେ ଥିବା ଲୋକଙ୍କ ଅବସ୍ଥା ସମ୍ପର୍କରେ ବ୍ଲକ ପ୍ରଶାସନ ସହିତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି। ବିପନ୍ନମାନେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ଡଙ୍ଗା ଓ କଦଳୀଭେଳାର ସାହାଯ୍ୟ ନେଉଛନ୍ତି।
ମଙ୍ଗଳବାର ପ୍ରଦେଶ କଂଗ୍ରେସର ସଭାପତି ଶତର ପଟ୍ଟନାୟକଙ୍କ ସହ ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ମଣ୍ଡଳୀର ସଦସ୍ୟ ସତ୍ୟଶିବ ଦାସ, ଭୋଗରାଇ କଂଗ୍ରେସ ଶାଖାର ସଭାପତି ଆଶିଷ କୁମାର ପାତ୍ର, ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ବନ୍ୟା ଅଞ୍ଚଳ ପରିଦର୍ଶନ କରି ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବ୍ୟର୍ଥ ବୋଲି ଅଭିଯୋଗ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନଙ୍କ ଘରେ ଖାଦ୍ୟ ସାମଗ୍ରୀ, ବିଶୁଦ୍ଧ ପାନୀୟଜଳ, ଔଷଧପତ୍ର, ଗୋଖାଦ୍ୟ ଯୋଗାଇ ଦେବାକୁ ସରକାରଙ୍କଠାରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri