ଶେଷ ପାଉଣା ବାବଦରେ ପାଇଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଶେଷ ପାଉଣା ଥିଲା ୩୦ ହଜାର ଟଙ୍କା। କଟକର ଏଲ୍‌ଟି ପ୍ରଡକ୍ସନ ତରଫରୁ ଏକ ଫିଲ୍ମ ବାବଦକୁ ଅଭିନେତା ରାଇମୋହନ ପରିଡ଼ାଙ୍କୁ ମିଳିଥିଲା ଏହି ଟଙ୍କା। ଗୁରୁବାର ସଂସ୍ଥାର ମୁଖ୍ୟ ନିଜେ ରାଇମୋହନଙ୍କ ଘରକୁ ଯାଇ ଏହି ଟଙ୍କା ଦେଇଥିବା ନେଇ ଜଣାପଡ଼ିଛି।

ପ୍ରକାଶ ଯେ, ରାଇମୋହନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ହେଉଛି। ଏନେଇ ଖବର ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ଘଟଣାର ତଦନ୍ତ ଜାରି ରହିଛି।