ସକାଳୁଆ ଇଣ୍ଟରସିଟି ଦାବି ପୂରଣ ନ ହେଲେ ଆନ୍ଦୋଳନ: ରେଳ ଉପଭୋକ୍ତା ସଂଘର ଚେତାବନୀ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ ଦେବତା ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବିଭିନ୍ନ ରେଳ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଇତିମଧ୍ୟରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଭୁବନେଶରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ଭେଟି ଭୁବନେଶ୍ୱର ପାଇଁ ସକାଳ ଇଣ୍ଟରସିଟି ବିଷୟରେ ଆଲୋଚନା ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ପରେ ପୁଣିଥରେ ସର୍କିଟ ହାଉସରେ ଏମ୍‌ପିଙ୍କୁ ଭେଟି ଉକ୍ତ ଦାବି ଉପରେ ରେଳବାଇ ତରଫରୁ କି ପଦକ୍ଷେପ ନିଆଯାଉଛି, ସେଥିପାଇଁ ଫୋନ ଯୋଗେ ଏହି ତଥ୍ୟ ମାଗିବା ତଥା ଚାପ ପ୍ରୟୋଗ କରିବା ବିଷୟରେ ଆଲୋଚନା ହୋଇ ସାରିଥିବା ଏବଂ ଏମ୍‌ପି ପୁରୋହିତ ସମସ୍ତଙ୍କ ସମ୍ମୁଖରେ ମହାପ୍ରବନ୍ଧକଙ୍କୁ ଫୋନରେ ଦାବି କରିଥିବା ସକାଳ ଇଣ୍ଟରସିଟିକୁ ଚଳାଇବା ପାଇଁ ଶୀଘ୍ର ପଦକ୍ଷେପ ନେବା ପାଇଁ ଜଣାଇଥିଲେ ବୋଲି ସୂଚନା ଦିଆଯାଇଥିଲା। ସମ୍ବଲପୁର ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରତିନିଧିମଣ୍ଡଳୀ ଭେଟି ଟ୍ରେନ୍‌ଗୁଡ଼ିକର ରହଣୀ ୫ମିନିଟ କରିବା, ସବୱେରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯଥେଷ୍ଟ ଲାଇଟ ଓ ସିସିଟିଭି ଲଗାଇବା, ରେମ୍ପ ନିର୍ମାଣ, ନାଗାବଳୀ ଏକ୍ସପ୍ରେସର ପୁରୁଣା କୋଚ ବଦଳାଇ ନୂଆ କୋଚ ଲଗାଇବା, ସ୍ପେଶାଲ ଟ୍ରେନର ବରଗଡ଼ରେ ରହଣୀ ଆଦି ବିଷୟରେ ହୋଇଥିବା ଦାବିକୁ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅନେକ ସଦସ୍ୟ ଭୁବନେଶ୍ୱରକୁ ସକାଳ ଇଣ୍ଟରସିଟି ପାଇଁ ଅନେକ ଦିନରୁ ଉଦ୍ୟମ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବାରୁ ଆନ୍ଦୋଳନପନ୍ଥା ଗ୍ରହଣ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ନିଆଯାଇଥିଲା। କିନ୍ତୁ ପ୍ରଥମଥର ପାଇଁ ବରଗଡ଼ ଏମ୍‌ପି ନିଜେ ଆଗ୍ରହର ସହିତ ଏ ଦିଗରେ ଚେଷ୍ଟା କରୁଥିବାରୁ କିଛିଦିନ ଧଯ୍ୟର ସହିତ ଅପେକ୍ଷା କରିବାକୁ ନିଷ୍ପତ୍ତି ନିଆଗଲା। ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଥିଲା। ବରଗଡ଼ ଷ୍ଟେଶନରେ କୋଚ ଡିସପ୍ଲେ ସିଷ୍ଟମ ଲାଗିଥିବା ସତ୍ତ୍ୱେ ବିଭିନ୍ନ ସମୟରେ ତାହା ଚଳା ଯାଉ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିପାଇଁ ଏକ ପ୍ରତିନିଧି ଦଳ ଷ୍ଟେଶନକୁ ଯାଇ ଏହାକୁ ନିୟମିତ ଚଳାଇବାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରିବେ ବୋଲି ପ୍ରସ୍ତାବ ନିଆଯାଇଥିଲା। ନୂତନ ସଦସ୍ୟ ଭାବେ ବିନୟ ଲାଠ ଯୋଗ ଦେଇଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ, ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ, ସଦସ୍ୟ ଭାରତ ଭୁଷଣ ଦାଶ, ମଳୟ ମହାନ୍ତି, ଅଭୟ କୁମାର ଭୋଇ, ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ, ଉଦ୍ଧବ ଚରଣ ବେହେରା, ରାମକୃଷ୍ଣ ମେହେର, ବିଷ୍ଣୁ ପ୍ରସାଦ ଧାନୁକା, ଲକି ମୀରୱାନି, ସି.ଏମ ରାଓ, ହରେକୃଷ୍ଣ ସାହୁ, ଅମିତ କୁମାର ସାହୁ, ପ୍ରଫୁଲ୍ଲ କୁମାର ନନ୍ଦ, ମହମ୍ମଦ ଅସଲମ, ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri