ବଦଳିବ ବାଲେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୧୦।୨(ଅନୁରାଧା ମହାରଣା): ବାଲେଶ୍ୱର ରେଳ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଆସନ୍ତା ୫୦ବର୍ଷ ପାଇଁ ଏହି ଉନ୍ନତିକରଣ ହେବ। ବାଲେଶ୍ୱରର ପାରମ୍ପରିକ ସ୍ଥାପତ୍ୟ ଆଧାରରେ ଷ୍ଟେଶନର ଡିଜାଇନ ପ୍ରସ୍ତୁତ କରାଯାଇଛି। ସେହିପରି ଷ୍ଟେଶନର ସମ୍ମୁଖ ଭାଗରେ କୋଣାର୍କ ଚକ୍ର ଓ ଶିଖରକୁ ଶ୍ରୀ ମନ୍ଦିର ସଦୃଶ ନିର୍ମାଣ କରାଯିବ। ସଉରା ଜନଜାତିଙ୍କ ପରମ୍ପାରିକ ଚିତ୍ର ଷ୍ଟେଶନର ଅନ୍ୟତମ ଆକର୍ଷଣ ରହିବ। ଦୈନିକ ୫୦ହଜାର ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଥିବା ଏହି ଷ୍ଟେଶନରେ ଅତ୍ୟାଧୁନିକ ସେବା ମିଳିବ। ସହରର ଉଭୟ ପାର୍ଶ୍ୱରେ ଥିବା ଷ୍ଟେଶନ ବିଲ୍ଢିଂଗୁଡ଼ିକ ୧୮ ମିଟର ଚଉଡା ରୁଫ୍‌ ପ୍ଲାଜା ଦ୍ୱାରା ସଂଯୁକ୍ତ ରହିବ। ସର୍କୁଲାର କ୍ଷେତ୍ରରେ ଉନ୍ନତି ସହ କଭର୍‌ ଶେଡ୍‌ ବ୍ୟବସ୍ଥା କରାଯିବ। ଅପେକ୍ଷାସ୍ଥଳର ମଧ୍ୟ ଉନ୍ନତିକରଣ କରାଯିବା ସହ ଏସି ଲାଉଞ୍ଜ ପ୍ରସ୍ତୁତ କରାଯିବ। ୨୦ଟି ପ୍ରବେଶ ଦ୍ୱାର ସହ ୧୪ଟି ଲିଫ୍ଟ ଏବଂ ୬ଟି ଏସ୍କାଲେଟର ରହିବ। ୩ଟି ‘ଫ୍ରି ଅନ୍‌ ବୋର୍ଡ’ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବ। ସେହିପରି ୭ହଜାର ବର୍ଗମିଟରରୁ ଅଧିକ ସ୍ଥାନରେ ପାର୍କିଂ ବନ୍ଦୋବସ୍ତ କରାଯିବ। ୧୩୩ କିଲୋଓ୍ବାଟର ସୋଲାର ପ୍ୟାନେଲ ଏବଂ ୧୦୦୦ କେଏଲଡି ଜଳ ପୁନଃଚକ୍ରଣ ପ୍ଲାଣ୍ଟ ରହିବ। ଷ୍ଟେଶନରେ ଥିବା ଗୁଡସ୍‌ ଶେଡର ମଧ୍ୟ ମରାମତି ତଥା ଉନ୍ନତିକରଣ କରାଯିବ। ଆସନ୍ତା ୩୦ ମାସରେ ଏହି ପୁନରୁଦ୍ଧାରୁ କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri