ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ବଲାଙ୍ଗୀର ଅଫିସ, ୨୩ା୮: କେନ୍ଦ୍ର ରେଳ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରବିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ। ଟିଟିଲାଗଡରୁ କଣ୍ଟାବାଞ୍ଜି, ପାଟଣାଗଡ ଦେଇ ସେ ବଲାଙ୍ଗୀର ପହଞ୍ଚିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଜନ ଆଶୀର୍ବାଦ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ଅଳ୍ପ ସମୟ ହେଲା ମନ୍ତ୍ରୀ ହୋଇଛି। ବିଶେଷ ଅଭିଜ୍ଞତା ହୋଇନାହିଁ। ଲୋକଙ୍କଠାରୁ ଅନେକ ଦାବି ପାଇଛି। ଦିଲ୍ଲୀ ଗଲା ପରେ ଏସବୁର ଅନୁସନ୍ଧାନ କରିବି ଓ ଶୀଘ୍ର ନିର୍ଣ୍ଣୟ ନେବି ବୋଲି କହିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଉପରେ କିଲୋମିଟର ପିଛା ସମୀକ୍ଷା କରିଛି। କିଛି ଜଙ୍ଗଲ ଜମି ବିଭାଗ ଅନୁମତି ସମସ୍ୟା ରହିଛି। ଜଙ୍ଗଲ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ବିଶେଷ ଅନୁରୋଧ କରିଛି ଯେ, ଜଙ୍ଗଲ ଜମି ଅନୁମତି ସମ୍ପର୍କରେ ଯାହାବି ସମସ୍ୟା ରହିଛି ସେ ସମ୍ପର୍କରେ କେନ୍ଦ୍ରକୁ ପ୍ରସ୍ତାବ ପଠାନ୍ତୁ। ଦିଲ୍ଲୀରେ ଉକ୍ତ ପ୍ରକଳ୍ପର ଅନୁମୋଦନ ଦାୟିତ୍ୱ ତାଙ୍କର ବୋଲି କହିଥିଲେ। ସମସ୍ତେ ମିଶିକି ପ୍ରୟାସ କଲେ ଏହି ସ୍ବପ୍ନିଳ ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଗତିଶୀଳ ଓ ସମାପ୍ତ କରାଯାଇପାରିବ ବୋଲି କହିଥିଲେ।
ଗଣମାଧ୍ୟମ ପ୍ରତିନିଧିମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କେବେ ସରିବ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଉପରେ ମନ୍ତ୍ରୀ ବୈଷ୍ଣବ କିନ୍ତୁ କିଛି ବି ସ୍ପଷ୍ଟ ଉତ୍ତର ରଖି ନ ଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ରାଜିନାମା ଅବଧି ସରିଯାଇଥିବା ଉପରେ ପ୍ରଶ୍ନ କରିବାରୁ ଏହି ପ୍ରକଳ୍ପ ଓଡିଶା ଏବଂ ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହାପାଇଁ ଯାହା କାମ ଦରକାର ପଡିବ କରିବା ବୋଲି କହିଥିଲେ। ଆସନ୍ତା ୬ ମାସ ଭିତରେ ଆସି ସେ ରିପୋର୍ଟ କାର୍ଡ ଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ, ୫୦ ହଜାର ଜରିମାନା

ମାଲକାନଗିରି,୧୦ା୧୧ (ଡି.ଏନ୍‌.ଏ.): ମାଲକାନଗିରି ଅତିରିକ୍ତ ଜିଲା ଜଜ୍‌ ମହଲତ୍‌ ଶାହା ମଙ୍ଗଳବର ଏକ ବଳାତ୍କାର ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି।...

ନିୟମ କଡ଼ାକଡ଼ି କଲା ବିଏମ୍‌ସି: ଖୋଲାରେ ମଳତ୍ୟାଗ, ପରିସ୍ରା କଲେ ଜରିମାନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଏଣିକି ଭୁବନେଶ୍ୱରରେ ଖୋଲାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଜରିମାନା ଦେବାକୁ ପଡିବ। ଏନେଇ ନିୟମ କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ...

ଉଦ୍‌ଘାଟନ ପୂର୍ବରୁ ଦୁର୍ବୃତ୍ତ ଭାଙ୍ଗିଲେ ଫଳକ

ନୂଆଗାଁ, ୨୫।୪ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକରେ ଶାସକ ଦଳର ଗୋଷ୍ଠୀକନ୍ଦଳ ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ପରିଣାମ ସ୍ବରୂପ ଉଦ୍‌ଘାଟନ...

କଲେଜ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର,୧୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛି।...

ରାଜଧାନୀରେ ବଡ଼ ର଼୍ୟାକେଟ: ୨୯୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ବଡ଼ଧରଣର ଜିଏସ୍‌ଟି ଠକେଇ। ଜାଲ୍‌ କମ୍ପାନୀ ମାଧ୍ୟମରେ ଚାଲିଥିବା ଏଭଳି ର଼୍ୟାକେଟକୁ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଧରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି।...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସଜନାଗଡ଼,୧୭ା୪(ଡି.ଏନ୍‌.ଏ.): ଆଜି ଅର୍ଥାତ୍‌ ଶୁକ୍ରବାର ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାମାଜିକ ଦୂରତ୍ୱ...

ଗଞ୍ଜାମରେ ସ୍ଥିତି ଅସମ୍ଭାଳ: ଆକ୍ରାନ୍ତ ସଂଖ୍ୟା ୨୫୦କୁ ଟପିଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଦେଶର ଅଗ୍ରଗତି ଯୁବଗୋଷ୍ଠୀ ଦ୍ୱାରା ସମ୍ଭବ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌...

Advertisement
Archives

Model This Week