ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ବୃହତ୍‌ ଷ୍ଟିଲ ୟୁନିଟ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର ଲୋଡିଂ, ଅନଲୋଡିଂ, ଆଭ୍ୟନ୍ତରୀଣ ରେଳ ଟ୍ରାକ୍‌, ଡମ୍ପିଂ ସାଇଟ୍‌, ଆଗାମୀ ଟ୍ରାକ୍‌ ପାଇଁ ସମ୍ପ୍ରସାରଣ ଯୋଜନା ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିଥିଲେ। ଜେଏସ୍‌ପି ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝାଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ। ଏହି ଅବସରରେ ଜେଏସ୍‌ପି ସିଇଓ (ଇସ୍ପାତ ବ୍ୟବସାୟ) ଦୀନେଶ କୁମାର ସରୋଗୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଲଜିଷ୍ଟିକ) ଘନଶ୍ୟାମ ସିଂ, ମୁଖ୍ୟ ଲଜିଷ୍ଟିକ୍‌ ଅଧିକାରୀ ଅନିମେଶ ଗୁପ୍ତା ଏବଂ ଜେଏସ୍‌ପିର ଅନ୍ୟ ଅଧିକାରୀ ପ୍ରତିନିଧି ଦଳଙ୍କ ସହ ରହି ପ୍ରକଳ୍ପର ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ। ଆସିଥିବା ଏହି ପ୍ରତିନିଧି ଦଳରେ ଜିଏମ୍‌ ସଚିବ ବିଶ୍ୱଜିତ ଭୋଇ, ଡିଆର୍‌ଏମ୍‌ ଖୋର୍ଦ୍ଧା ଋଙ୍କେଶ ରୟ, ପିସିଓଏମ୍‌ ୱାଇ.ଏନ. ବାବୁ, ପିସିଇ ଏନ୍‌. ସୁଇକି, ପିସିସିଏମ୍‌ ବି. ନାଗିଆ, ଡେପୁଟି ଇସି ପାରିଡା, ସିନିୟର ଡିଓଏମ୍‌ ଖୋର୍ଦ୍ଧା କେ. ସନ୍ଦୀପ, ସିନିୟର ଡିସିଏମ୍‌ ଅମିତେଶ ଆନନ୍ଦ, ସିନିୟର ଡିଇଏନ୍‌ ସମନ୍ବୟ ବିଜୟ ଯାଦବ ଏବଂ ସିନିୟର ଡିଇଏନ୍‌ ସେଣ୍ଟ୍ରାଲ୍‌ ପି. ନାଗୱାନି ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟଶଙ୍କରଙ୍କ ବାସଭବନକୁ ଅଣ୍ଡା ମାଡ଼

ଭବାନୀପାଟଣା,୨୩।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର...

ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ...

ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁ

ରାଉରକେଲା ଅଫିସ,୧୨ା୫-ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିମନ୍ତେ ରେଳ ମନ୍ତ୍ରଣାଳୟ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ। ସେ ଏକ ପତ୍ର...

ଗଜପତି ଷ୍ଟାଡିୟମଠାରେ ଜିଲାପାଳ କଲେ ପତାକା ଉତ୍ତୋଳନ

ପାରଳାଖେମୁଣ୍ଡି,୨୬।୧: ଗଜପତି ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣାରେ ପାଳିତ ହୋଇଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

ଅନ୍ତର୍ଜାତୀୟ ମାତୃ ଦିବସରେ ବାଲୁକା କଳାକୃତି: ଦୁଇ ଯୁବ ବାଲୁକା ଶିଳ୍ପୀଙ୍କୁ ଛୁଟୁଛି ପ୍ରଶଂସାର ସୁୁଅ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ...

ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ

ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...

ଅଭାବ ଅନଟନ ସତ୍ତ୍ୱେ ସଫଳତା

ସୋହେଲା,୯।୯(ଡି.ଏନ.ଏ.):ଅଭାବ ଅନଟନ ସଫଳତାରେ ବାଧା ସୃଷ୍ଟି କରିପାରେ କିନ୍ତୁ ଅଟକାଇ ପାରେନାହିଁ। ଏହାର ଏକ ଉଦାହରଣ ସାଜିଛନ୍ତି ସୋହେଲା ବ୍ଲକ କନଗାଁ ପଞ୍ଚାୟତର ବୁଡ଼ାମାଲ ଗ୍ରାମର...

ପରଶାସନର ପରତିଶୁରତିକେ ୬ ମାସ ବିତଲା: ସରକାରୀ ସାହାଯ୍‌ ଆଶ୍‌ରେ ମଗଶିର

ବିନିକା ,୧୫।୭(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା-ରାମପୁର ମୁଖିଆ ରାସ୍‌ତାରେ ଗଲା ତା.୨୯.୧୨.୨୦୧୮ରେ ଗୁଟେ ବଡ଼ଭାରି ଦୁରଘଟନା ହେଇଥିଲା। ଇ ଦୁରଘଟନାରେ ସିଂଘିଯୁବା ପଁଚେତ୍‌...

Advertisement
Archives

Model This Week