ଭୂତାଣୁମୁକ୍ତ ହେବ ରେଳଯାତ୍ରା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍‌, ଏବେ ପୋଷ୍ଟ୍‌ କୋଭିଡ୍‌-୧୯ କୋଚ୍‌ ପ୍ରସ୍ତୁତ କରିଛି ରେଲ୍‌ଓ୍ବେ। ଏଥିରେ ଟଚ୍‌ ଫ୍ରି ଉପକରଣ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। କପର-କୋଟେଡ୍‌ ଡୋର୍‌, ଝରକା ଖିଡ୍‌କି ଏବଂ ବାଡ଼ ସହ ବଗିରେ ଯାତ୍ରୀଙ୍କ ସୁରକ୍ଷିତ ତଥା ଭୂତାଣୁମୁକ୍ତ ଯାତ୍ରା ପାଇଁ ପ୍ଲାଜ୍‌ମା ବାୟୁ ବିଶୋଧକ ଆଦିର ବ୍ୟବହାର ହୋଇଛି। କପୁରତାଲାସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ ଏହି ପୋଷ୍ଟ୍‌ କୋଭିଡ୍‌ କୋଚ୍‌ର ଏକ ମଡେଲ ପ୍ରସ୍ତୁତ କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କୋଭିଡ୍‌ ଭୂତାଣୁ ଦୀର୍ଘସ୍ଥାୟୀ ହେବାନେଇ ପୂର୍ବାନୁମାନ କରିଛି। ଏଭଳିସ୍ଥଳେ ଭବିଷ୍ୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ସୁରକ୍ଷିତ ଯାତ୍ରାକୁ ନିଶ୍ଚିନ୍ତ କରିବାକୁ ଏପରି ପଦକ୍ଷେପ ଆରମ୍ଭ କରିଛି। ଆଗାମୀଦିନରେ ଏହି ସ୍ବତନ୍ତ୍ର ନିରାପଦ କୋଚ୍‌ ରେଳଯାତ୍ରାକୁ ସୁରକ୍ଷିତ କରିବା ସହ କୋଭିଡ୍‌ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ଏହି ନୂଆ କୋଚ୍‌ରେ ହ୍ୟାଣ୍ଡ୍‌ ଫ୍ରି ଆମେନିଟିଜ୍‌ ବା ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ। ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ୍‌ ଖୋଲିବ ଏବଂ ସାବୁନ ବ୍ୟବହାର କରିହେବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ। ପାଇଖାନାର ଫ୍ଲସ୍‌ ଭାଲ୍‌ଭ ଗୋଡଦ୍ୱାରା ଚାଳିତ ହେବ। ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ କହୁଣି ସାହାଯ୍ୟରେ ଖୋଲାଯାଇପାରିବ। ସେହିଭଳି ପୋଷ୍ଟ କୋଭିଡ କୋଚର ହ୍ୟାଣ୍ଡରେଲ୍‌ ଓ ଲ୍ୟାଚ୍‌ଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି। ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ଏହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯିବେ। ତମ୍ବାର ଆୟନ ପ୍ରଭାବରେ ଭୂତାଣୁର ପାଥୋଜେନ୍‌ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ। ତେଣୁ ରେଳଡବାରୁ ଭୂତାଣୁ ନଷ୍ଟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାବ୍ୟତୀତ ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜ୍‌ମା ବିଶୋଧକ ବ୍ୟବସ୍ଥା କରାଯାଇଥିବାରୁ ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିବ। ଏହି ଶୀତତାପ ନିୟନ୍ତ୍ରକ ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ଡବା ଭିତରେ ଆୟନର ଉପସ୍ଥିତି ୧୦୦ ଗୁଣରୁ ୬ ହଜାର ଗୁଣ ବଢିପାରିବ ଏବଂ ସଂକ୍ରମଣର ଆଶଙ୍କା ରହିବ ନାହିଁ। ଏଥିସହ ଏସବୁ କୋଚ୍‌ରେ ଟିଟାନିୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି। ଏହି ପ୍ରଲେପରେ ଥିବା କ୍ଷୁଦ୍ରରୁ କ୍ଷୁଦ୍ର ଟିଟାନିୟମ ଡାଇଅକ୍ସାଇଡ ବିଶୋଧକଭାବେ କାର୍ଯ୍ୟକରିବ। ଏହା ପରିବେଶ ଅନୁକୂଳ ହୋଇଥିବାବେଳେ ଜୀବାଣୁ, ଭୂତାଣୁ, ଫଙ୍ଗସ୍‌ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁ ନିପାତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୱାସ୍‌ ବେସିନ, ଶୌଚାଳୟ, ସିଟ୍‌ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଏହି ପ୍ରଲେପ ଦିଆଯିବ। ଏହା ଏକବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାଦ୍ୱାରା ରେଳଯାତ୍ରା ସମ୍ପୂର୍ଣ୍ଣ ରୋଗ ନିରୋଧକ ଓ ନିରାପଦ ହୋଇପାରିବ ବୋଲି ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri