Posted inଜାତୀୟ

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ, ଘରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେଉଥିଲା। ଏହା ପରେ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଉଥିଲେ। ଏହି ସମୟରେ ରାସ୍ତାରେ ଦୁଇଜଣ ପୋଲିସ ସେମାନଙ୍କୁ ଅଟକାଇ ଥିଲେ। ମାସ୍କ ପିନ୍ଧି ନ ଥିବାରୁ ସମସ୍ତଙ୍କୁ ପୋଲିସ ଷ୍ଟେଶନକୁ ନେଇଥିଲେ। ପୋଲିସ କର୍ମଚାରୀମାନେ ଦୀର୍ଘ ସମୟ ଧରି ଷ୍ଟେସନରେ ମାସ୍କ ନ ପିନ୍ଧିଥିବାରୁ ପ୍ରଶ୍ନ କରିଥିଲେ। ଏଥିରେ ଗର୍ଭବତୀ ମହିଳାଙ୍କୁ କଷ୍ଟ ହୋଇଥିଲେ ମଧ୍ୟ ବସିଥିଲେ। ପୋଲିସ ଷ୍ଟେସନ ଛାଡିବା ପରେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଅବସ୍ଥା ବିଗିଡି ଯାଇ ଡାକ୍ତରମାନେ ତାଙ୍କୁ ସହରର ବଡ ଡାକ୍ତରଖାନା ନେବାକୁ କହିଥିଲେ। ବାଟରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ଏକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସିଜରିଆନ ଅପରେସନ ହେବା ପରେ ଏକ ମୃତ ଶିଶୁ ବାହାରିଥିଲା।

ଏହା ପରେ ନବଜାତ ଶିଶୁର ମୃତ୍ୟୁରେ ଦୁଃଖିତ ପରିବାର ତାଙ୍କ ମୃତଦେହ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ମୃତଦେହକୁ ପୋଲିସ ଷ୍ଟେସନ ଟେବୁଲ ଉପରେ ରଖି ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ, ନବଜାତ ଶିଶୁର ମୃତ୍ୟୁ ପାଇଁ ପୋଲିସ ଦାୟୀ। ସମଗ୍ର ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଅଧୀକ୍ଷକ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଜରାଟରେ ଏପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ୪୨୭୨୨ ମାମଲା ରିପୋର୍ଟ ହୋଇଛି। କରୋନାରେ ୨୦୫୫ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ୨୯୭୭୦ଲୋକ କରୋନା ଜୀବାଣୁ ଦ୍ୱାରା ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ଗୁଜୁରାଟରେ କରୋନା ଜୀବାଣୁ ସଂକ୍ରମଣର ୧୦୮୯୭ ମାମଲା ସକ୍ରିୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୪।୯: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ...

ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ...

ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ଦୁଇଟି ବସ ମଧ୍ୟରେ ଧକ୍କା, ୩ ମୃତ ଅନେକେ ଆହତ

ନଏଡା.୧୮ ।୧୨: ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ରବିବାର ସକାଳେ ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର...

କଶ୍ମୀରକୁ ନେଇ ଏମିତି କହିଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଗର୍ଲଫ୍ରେଣ୍ଡ୍‌

ଅଣ୍ଡରୱାଲର୍‌ଡ ଡନ ଦାଉଦ୍‌ ଇବ୍ରାହିମ ନିଜ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହେଉଛନ୍ତି ମହଭୀଶ ହାୟାତ୍‌, ଯିଏ କି ଜଣେ ପାକିସ୍ତାନୀ ଅଭିନେତ୍ରୀ।...

କରୋନା ମହାମାରୀ ଯୋଗୁ ପଛେଇ ଯାଇଛି ଟିବି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯।୯: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁ ଟିବି କାର୍ଯ୍ୟକ୍ରମ ପଛେଇ ଯାଇଛି। ଏନେଇ ଶନିବାର ରାଜ୍ୟସଭାରେ ଭାଜପା ଏମ୍‌ପି କେ.ଜେ....

ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଶିକ୍ଷା: ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ସୀମାରେ ପାକିସ୍ତାନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।...

Advertisement
Archives

Model This Week