ଜୋର୍‌ଧରିଲା ଚଢ଼ାଉ, ଜରିମାନା

ଅନୁଗୋଳ ଅଫିସ, ୨୮।୯:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରପାଳିକା ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି। ସହରର ବ୍ୟବସାୟୀମାନଙ୍କ କରୋନା ଟେଷ୍ଟ ଜାରି ରହିଥିବା ବେଳେ ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ରବିବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଗଢ଼ା ହୋଇଥିବା ଟିମ୍‌ ଏହି ଚଢ଼ାଉ କରିଥିଲେ। ସେହିପରି ଲକ୍ଷ୍ମୀ ବଜାରର ୯୮ ଜଣ ବ୍ୟବସାୟୀଙ୍କ ମଧ୍ୟରୁ ୮ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ରହିଛି। ଅନ୍ୟପକ୍ଷରେ ୧୫ ଦିନ ପାଇଁ ଚଟ୍‌ପଟା ବ୍ୟବସାୟ ଉପରେ କଟକଣା ଲଗାଯାଇଥିବାରୁ ଏହି ବ୍ୟବସାୟ କରି ଚଳୁଥିବା ଅତି ଗରିବ ବ୍ୟକ୍ତିଙ୍କୁ ପୌର ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହୋମ୍‌ ଆଇସୋଲେଶନରେ ଅଧିକାଂଶ ବ୍ୟକ୍ତି ରହିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ୍‌ ନିୟମ ପାଳନ କରୁନାହାନ୍ତି। ଏପରି କି ଘରେ ଲଗାଯାଇଥିବା ଲାଲ୍‌ ଷ୍ଟିକରକୁ ମଧ୍ୟ କାଢ଼ି ପିଙ୍ଗି ଦେଉଛନ୍ତି। ଏପରି ଅଭିଯୋଗ ଆସିବା ପରେ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୩ ଜଣ ୱାର୍ଡ ଅଫିସରଙ୍କୁ ନିଜ ନିଜ ୱାର୍ଡ ଜଗିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ୱାର୍ଡ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି। ସେହିପରି ପୌରପାଳିକା ଅଞ୍ଚଳରୁ ବାହାରିଥିବା ସଂକ୍ରମିତଙ୍କୁ ୨୪ଟି କିଟ୍‌ ପ୍ରଦାନ କରାଯାଇଛି। ବିଭିନ୍ନ ବ୍ୟବସାୟୀଙ୍କୁ ମଧ୍ୟ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ୯୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ଆଗକୁ ଏହା ଉପରେ ଜୋର୍‌ ଦିଆଯିବ। ସେହିପରି କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ମାଫ୍‌ କରାଯିବ ନାହିଁ। ରବିବାର ଚଢ଼ାଉ ସମୟରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫,୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ପ୍ରଶାସନର ନିର୍ଦ୍ଦେଶନାମାକୁ ବେଖାତିର କରିଥିବାରୁ ୩ଟି ଦୋକାନକୁ ସିଲ୍‌ କରାଯାଇ ୩,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପୌରପାଳିକା ପକ୍ଷରୁ ହୋଇଥିବା ଚଢ଼ାଉରେ ନିର୍ବାହୀ ଅଧିକାରୀଙ୍କ ସହ ଟ୍ୟାକ୍ସ ବିଭାଗ ମୁଖ୍ୟ ବିଭୂତି ଭୂଷଣ ମହାରଣା, ଜ୍ୟୋତିରଞ୍ଜନ ପଟ୍ଟନାୟକ, ନିର୍ମଳ ବେହେରା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

ଗର୍ତ୍ତରେ ବାଲି ଭର୍ତ୍ତି ନେଇ ଆଲୋଚନା

ତାଳଚେର,୧୭ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୮ ନଂ. ଓ୍ବାର୍ଡ ଦେଉଳବେଡ଼ା ତେଲିସାହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଧାନ ବିଲଠାରେ ବୁଧବାର ମାଟି...

ପାଣିରୁ ଯୁବକଙ୍କୁ ଉଦ୍ଧାର କରିଥିବା ଆଗ୍ନିକଙ୍କୁ ପ୍ରଶଂସା

ଆଗ୍ନିକ ପ୍ରକାଶ କୁମାର ବଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି। ପାଲଲହଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଭାବେ କାର୍ଯ୍ୟରତ ପ୍ରକାଶ ନିଜ ଜୀବନକୁ...

ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ...

ପଦା ହୋଇଯିବ କୁଟାସିଙ୍ଗା ଜଙ୍ଗଲ: ସୀମାନ୍ତରେ ଥିବାରୁ ମିଳୁନି ସୁରକ୍ଷା

ବଇଣ୍ଡା, ୧୭ା୧୧ (ଡି.ଏନ.ଏ.): ମୂଲ୍ୟବାନ ଗଛକୁ ଟାର୍ଗେଟ୍‌ କରୁଛନ୍ତି କାଠ ମାଫିଆ। ସେଥିପାଇଁ ନିୟମିତ କଟାଯାଉଛି ଶାଳ, ଶାଗୁଆନ ଗଣ୍ଡି। ଗୁପ୍ତ ସ୍ଥାନରେ ଲୁଚାଇ ରଖି...

ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି...

୧୫ ଭରି ସୁନା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ତାଳଚେର,୨୬।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ଘନ ଘନ ଚୋରି, ଲୁଟ୍‌ ଓ ଅସାମାଜିକଙ୍କ ଦୌରାତ୍ମ୍ୟ ଲୋକଙ୍କ...

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ...

Advertisement
Archives

Model This Week