ନିର୍ବାଚନ ପାଇଁ ଚଢ଼ାଉ

ନୂଆ ଯୁଗ ବାସ୍ତବରେ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ସଞ୍ଜୟ କାକାପାଟିଲ୍‌ କହିଥିଲେ, ‘ଯେହେତୁ ମୁଁ ଭାଜପାର ଏମ୍‌ପି, ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୋ ପଛରେ ଧାଇଁବ ନାହିଁ’। ସେହିଭଳି ଭାବରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ମହାରାଷ୍ଟ୍ରର ଅନ୍ୟଜଣେ ନେତା ହର୍ଷବର୍ଦ୍ଧନ ପାଟିଲ୍‌ କହିଥିଲେ ଯେ, ‘ମୁଁ ଏବେ ଶାନ୍ତିରେ ଶୋଇପାରୁଛି, କାରଣ ଭାଜପାରେ ମିଶିବା ପରେ ମୋ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ’। ଭାରତର ଏବେକାର ପରିସ୍ଥିତି ଦେଖିଲେ ଏହି ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି, ସତେଯେମିତି ବିରୋଧୀଙ୍କ ବ୍ୟତୀତ ଅନ୍ୟ କେହି ଦୁର୍ନୀତିଗ୍ରସ୍ତ ନୁହନ୍ତି।
ବିରୋଧୀଙ୍କ ଉପରେ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଚଢ଼ାଉ କାର୍ଯ୍ୟରେ ନିୟୋଜିତ କରି ବର୍ତ୍ତମାନର ଶାସକ ଦଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଏହାଦ୍ୱାରା ଶାସକ ବର୍ଗ ଦୁଇଟି ଲକ୍ଷ୍ୟ ପୂରଣ କରିବାକୁ ପ୍ରୟାସ କରୁଛି। ପ୍ରଥମରେ ବିରୋଧୀଙ୍କ ମୁହଁ ଚୁପ୍‌ କରିବା। ଦ୍ୱିତୀୟରେ ବିରୋଧୀଙ୍କଠାରୁ ଅଧିକ ସଚ୍ଚୋଟ ବୋଲି ଦେଖେଇହେବା। ଚଢ଼ାଉ ତରିକାରେ ଆଉ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି ସେଥିରେ ଶାସକ ବର୍ଗ ସାମ୍ପ୍ରତିକ ପରିସ୍ଥିତିରେ ବିରୋଧୀଙ୍କ କାର୍ଯ୍ୟକଳାପରେ ଅତ୍ୟଧିକ ଭୟଭୀତ ହୋଇଯାଇଥିବା ଭଳି ମନେହେଉଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଆଗକୁ ନିର୍ବାଚନ ଜିତିବା ଲାଗି ସବୁ ଫନ୍ଦିଫିକର କରୁଛି। ଅଣ-ଭାଜପା ଶାସିତ କେତେକ ରାଜ୍ୟର ଶାସକଙ୍କ ସହ ସଲାସୁତରା କରାଯାଉଥିବା ବେଳେ ଆଉ କିଛି ରାଜ୍ୟ ସରକାର କଥା ନ ମାନିଲେ ସେମାନଙ୍କୁ ବଶୀଭୂତ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ଇଡିକୁ ସେମାନଙ୍କ ପଛରେ ଲଗାଇ ଦିଆଯାଉଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ରାଜନୈତିକ ଗତିରୋଧ କରିବା ଲାଗି ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ଅଭିଯୋଗ ଅଣାଯାଇ ପ୍ରଥମେ ସିବିଆଇ ଓ ପରେ ଇଡି ଦ୍ୱାରା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଜେରା କରାଯାଇ ଗିରଫ କରାଯାଇଛି। ସେହି ସମାନ ଘଟଣା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ କନ୍ୟା ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ. କବିତାଙ୍କୁ ଇଡି ପ୍ରାରମ୍ଭିକ ଅବସ୍ଥାରେ ୧୧ ମାର୍ଚ୍ଚରେ ୮ ଘଣ୍ଟା ଜେରା କରିସାରିଛି। ଆସନ୍ତା ୧୬ ତାରିଖରେ ପୁଣି ଜେରା କରାଯିବ ବୋଲି ଇଡି ସମନ ମଧ୍ୟ ଜାରି କରିଛି। ଏହା ଜଣାଶୁଣା ଯେ ଦୁଇ ତିନି ଥର ଜେରା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଦିଆଯାଉଛି। ତେବେ କବିତାଙ୍କୁ ଇଡି ଜେରା କରିଥିବାରୁ ସେ ପ୍ରତିକ୍ରିୟାରେ କହିଛନ୍ତି- ‘ବାସ୍ତବରେ ସେ ଟାର୍ଗେଟ ନୁହନ୍ତି, ବରଂ ତାଙ୍କ ପିତା କେସିଆର୍‌ଙ୍କୁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ଟାର୍ଗେଟ କରିଛି’। ସେପଟେ ରେଲଓ୍ବେରେ ନିଯୁକ୍ତି ପାଇଁ ଜମି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଉପରେ ଚଢ଼ାଉ ହୋଇଛି। ବିହାର ଉପମୁଖ୍ୟମନ୍ତ୍ରୀ ଥିବା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଘରୁ ଅନେକ କୋଟି ଟଙ୍କା, ସୁନା ଅଳଙ୍କାର ଓ ବେଆଇନ ଦସ୍ତାବିଜ ଜବତ କରାଯାଇଥିବା ଇଡିର ଅଧିକାରୀମାନେ କହିଛନ୍ତି। କିନ୍ତୁ ଏଭଳି ଦାବି କରିବାକୁ ଆଖିବନ୍ଦ କରି ବିଶ୍ୱାସ କରିହେବ ନାହିଁ। ତେବେ ଆଗକୁ ଅନ୍ୟ କେଉଁ ରାଜନେତା କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଦ୍ୱାରା ଜେରାର ସମ୍ମୁଖୀନ ହେବେ ତାହାର ତାଲିକା ସମ୍ଭବତଃ ଭାଜପା ଦ୍ୱାରା ପ୍ରସ୍ତୁତ ହୋଇସାରିବଣି। ଏଭଳି ସ୍ଥିତିକୁ ଦେଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି, ୨୦୧୭ରେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ ନିଆଯାଇଥିଲା ଯେତେବେଳେ ସେ ଅଣ-ଭାଜପା ଶିବିରରେ ଥିଲେ।
ଉପରଲିଖିତ ଘଟଣାକ୍ରମକୁ ଦେଖିଲେ ଭାଜପାର ସବୁଦିନ ଶାସକ ଆସନରେ ବସିବାର ଚିନ୍ତା ରହୁଛି। କିନ୍ତୁ ସେହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ଯେଉଁସବୁ ଅସ୍ବାଭାବିକ ପଦକ୍ଷେପ ନିଆଯାଉଛି, ସେଥିପାଇଁ ଗଣତନ୍ତ୍ର ସମେତ ସରକାରୀ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେଉଛି। ଏଠି କୁହାଯାଇପାରେ ଯେ, ଗଣତନ୍ତ୍ର ଶବ୍ଦକୁ ହେୟଜ୍ଞାନ କରିଦିଆଯାଇପାରେ। ମାତ୍ର କେନ୍ଦ୍ରୀୟ ସଂସ୍ଥା ବା ସରକାରୀ ବ୍ୟବସ୍ଥାକୁ ଯେଉଁ ପ୍ରବଳ କ୍ଷତି ଘଟୁଛି, ତାହାକୁ ଏଡ଼ାଇ ହେବନାହିଁ। ଉଦାହରଣ ସ୍ବରୂପ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତବ୍ୟକୁ ନିଆଯାଇପାରେ। ଠାକ୍‌ରେ କହିଥିଲେ ଯେ, କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାଗୁଡ଼ିକ ଭାଜପାର ଘରୋଇ କୁକୁର ଭାବେ କାର୍ଯ୍ୟ କରୁଛନ୍ତି।
ଇତିହାସ ପ୍ରମାଣ ଦେଇଛି, କେହି କେବେ ସବୁ ଦିନ ପାଇଁ ସମ୍ରାଟ ହୋଇ ରହିନାହାନ୍ତି। ସମୟ ବଦଳିଲେ ଶାସନରେ ପରିବର୍ତ୍ତନ ଘଟିଥାଏ। ଆସନ୍ତା ଦିନରେ ଆଜିର ଶାସକ ଯେତେବେଳେ ଗାଦିଚ୍ୟୁତ ହେବେ ସେତେବେଳେ ଘୋର ତାଡ଼ନା ସହିଥିବା ଏବର ବିରୋଧୀ ନେତାମାନେ ସେହି ବ୍ୟବସ୍ଥାର ଦୁରୁପଯୋଗ କରି ପ୍ରତିଶୋଧ ନେବାକୁ ପଛାଇ ନ ପାରନ୍ତି। ଏଥିସହିତ ଆଜିର ଭାଜପା କର୍ମୀ ଯେଉଁମାନେ ସମସ୍ତଙ୍କୁ ଧର୍ମ, ଦେଶପ୍ରେମ ସହିତ ଗୋମୂତ୍ର ବିଷୟରେ ଶୁଣାଉଛନ୍ତି, ସେମାନେ ଯେ ଇଡି କିମ୍ବା ପୋଲିସ ଚାପରେ ଗେରୁଆ ରଙ୍ଗ ବଦଳାଇବେ ନାହିଁ ଏବେ କହିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri