ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ, ୫ା୯(ଅଜିତ ମହାନ୍ତି):ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସୁନା ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ନୀତି ଅନ୍ୟତମ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରାହୁରେଖା ଲାଗି କରିଛନ୍ତି। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।
ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଝୋବାକଣ୍ଠି ମଇଲମ କରିଥିଲେ। ପରେ ମହାଜନସେବକମାନେ ଶ୍ରୀଦେବୀ, ଭୂଦେବୀଙ୍କୁ ଖଟଶେଯ ଘରକୁ ବିଜେ କରାଇଥିଲେ। ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିଥିଲେ। ପୂର୍ବରୁ ଦେଉଳକରଣ, ତଢ଼ାଉକରଣ, ଭଣ୍ଡାରମେକାପଙ୍କ ଉପସ୍ଥିତିରେ ଭଣ୍ଡାରଘରୁ ରାହୁରେଖାକୁ କଢ଼ାଯାଇଥିଲା। ଏହି ରାହୁରେଖାକୁ ବଣିଆମାନେ ସଫା କରି ରଖିଥିଲେ। ତେବେ ନୀତି ପାଇଁ ଅପରାହ୍ନ ୩ଟା ୧୫ରେ ଲକ୍ଷ୍ମୀ, ସରସ୍ବତୀ ଖଟଶେଟ ଘରେ ବିଜେ କରିଥିଲେ। ପରେ ଅପରାହ୍ନ ପ୍ରାୟ ୩ଟା ୨୦ରେ ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଦଇତାପତି ସେବକମାନେ ଅପରାହ୍ନ ୩ ଟା ୫୦ରେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କୁ ରାହୁରେଖା ଲାଗି ପାଇଁ ପ୍ରସ୍ତୁତ ହୋଇଥିଲେ। ପାଳିଆ ମେକାପ ରାହୁରେଖାଗୁଡ଼ିକୁ ପତିମହାପାତ୍ରଙ୍କ ହାତକୁ ବଢାଇଥିଲେ। ପତିମହାପାତ୍ର ରାହୁ ରେଖାଗୁଡିକୁ ସଂସ୍କାର କରି ବଡ଼ବାଡ଼ କ୍ରମରେ ଅର୍ଥାତ୍‌ ଶ୍ରୀବଳଭଦ୍ରଙ୍କଠାରୁ ଆରମ୍ଭ କରି ତିନିବାଡ଼ର ବାଡ଼ଗ୍ରାହୀ ଦଇତାଙ୍କୁ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଦଇତାପତି ମିଶି ଶୁଦ୍ଧସୁଆରଙ୍କଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇତମ (ସଫା କନା) ନେଇ ଠାକୁରମାନଙ୍କ ଶ୍ରୀମୁଖରେ ରାହୁରେଖା ଲାଗି କରିଥିଲେ। ନୀତି ସମ୍ପନ୍ନ ହେବା ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରୁ ସନ୍ଧ୍ୟା ୭ଟା ୧୫ରେ ପ୍ରସ୍ଥାନ କରିଥିଲେ। ଏହାପରେ ରତ୍ନସିଂହାସନ ପୋଛା ମରାଯାଇ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ପରେ ମହାଜନ ସେବକମାନେ ଶ୍ରୀଦେବୀ, ଭୂଦେବୀଙ୍କୁ ଖଟଶେଯ ଘରୁ ଆଣି ରତ୍ନସିଂହାସନରେ ବିଜେ କରାଇବା ପରେ ଶ୍ରୀବିଗ୍ରହମାନଙ୍କୁ ମଇଲମ କରାଯାଇ ବେଶ ବଢିଥିଲା। ପରେ ମଧ୍ୟାହ୍ନ ଧୂପପୂଜା ସରିବା ପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ ନୀତି ବଢିଥିଲା।
ସୂଚନାଯୋଗ୍ୟ, ରାହୁରେଖା ହେଉଛି ମହାପ୍ରଭୁଙ୍କ ଶ୍ରୀମୁଖକୁ ଉଦ୍‌ଭାସିତ କରୁଥିବା ଏକ ସୁବର୍ଣ୍ଣ ଅଳଙ୍କାର। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢ଼ି ଦିଆଯାଇ ଥାଏ। ଚିତାଲାଗି ଅମାବାସ୍ୟାରେ ରତ୍ନ ଚିତା ଲାଗି କରାଯାଇଥିବାବେଳେ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀରେ ରାହୁରେଖା ଲାଗି କରାଯାଇଛି। ସେହିପରି ରାହୁରେଖା ପଞ୍ଚମୀ ଅବସରରେ ଶ୍ରୀମନ୍ଦିରର ଅନେକ ସେବକ ପରିବାରରେ ଘରର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାହୁରେଖା ଲାଗି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?